Advertisement
Photo Details/zeeodisha/odisha2413261
photoDetails0hindi

Gold Silver latest price: ପାର୍ବଣ ପୂର୍ବରୁ ଶସ୍ତା ହେଉଛି ସୁନା, ଜାଣିନିଅନ୍ତୁ କେତେ ରହିଛି ଆପଣଙ୍କ ସହରରେ ମୂଲ୍ୟ

Gold Silver latest price: ସୁନା କିଣିବାବେଳେ ଗ୍ରାହକମାନେ ଏହାର ଗୁଣର ଯତ୍ନ ନେବା ଆବଶ୍ୟକ। ହଲମାର୍କ ଚିହ୍ନ ଦେଖିବା ପରେ ହିଁ ସୁନା ଅଳଙ୍କାର କିଣିବା ଉଚିତ୍। ହଲମାର୍କ ହେଉଛି ସୁନା ପାଇଁ ଏକ ସରକାରୀ ଗ୍ୟାରେଣ୍ଟି ଏବଂ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଏସ୍) ହେଉଛି ଭାରତର ଏକମାତ୍ର ଏଜେନ୍ସି ଯାହା ହଲମାର୍କ ଚିହ୍ନଟ କରେ। ହଲମାର୍କିଂ ସ୍କିମ୍ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଆକ୍ଟ ଅନୁଯାୟୀ ନିୟମାବଳୀ ଦ୍ୱାରା ପରିଚାଳିତ ହୋଇଥାଏ।

1/6

Gold Silver latest price ନୂଆଦିଲ୍ଲୀ: ଗତ କିଛି ଦିନ ହେବ ସୁନା ଏବଂ ରୂପା ମୂଲ୍ୟରେ କ୍ରମାଗତ ହ୍ରାସ ଘଟିଛି ଏବଂ ଆନ୍ତର୍ଜାତୀୟ ବଜାରରେ ସୁନା ଦର ହ୍ରାସ ହେବା ସହିତ ଭାରତରେ ମଧ୍ୟ ସୁନା ଦର ହ୍ରାସ ପାଇଛି। ଏପରି ପରିସ୍ଥିତିରେ, ଯଦି ଆପଣ ସୁନା ଓ ରୂପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆଜି ଶସ୍ତା ମୂଲ୍ୟରେ ସୁନା ଓ ରୂପା କିଣିବାର ଏକ ବଡ଼ ସୁଯୋଗ ଅଛି।

2/6

ଆଜି ଦେଶରେ ସୁନା ଭରି ପିଛା ମୂଲ୍ୟରେ ହ୍ରାସ ଘଟିଛି। ଦେଶରେ ୨୪ କ୍ୟାରେଟ ସୁନା ୭୧୭୨୦ ଟଙ୍କାରେ କାରବାର କରୁଛି। ସେହିପରି ୨୨ କ୍ୟାରେଟ ସୁନା ଭରିପିଛା ୬୫୭୪୩ ଟଙ୍କା ରହିଛି। 

3/6

ବୁଲିଅନ ବଜାର ଦର ଅନୁଯାୟୀ ୧୪ କ୍ୟାରେଟ ସୁନା ଭରି ପିଛା ୪୬୦୬୦ ଟଙ୍କା ରହିଛି। ସେହିପରି ୧୮ କ୍ୟାରେଟ ଭରି ପିଛା ମୂଲ୍ୟ ୫୭୮୪୦ ଟଙ୍କା ରହିଥିବା ବେଳେ ୨୦ କ୍ୟାରେଟ ସୁନା ୬୩୫୫୦ ଟଙ୍କା ରହିଛି। ୨୨ କ୍ୟାରେଟ ସୁନା ୬୯୭୦୦ ଟଙ୍କା ସୁନା କାରବାର କରିଥିବା ଦେଖିବାକୁ ମିଳିଛି। 

4/6

ଦିଲ୍ଲୀରେ ୨୪ କ୍ୟାରେଟ ସୁନା ଭରି ପିଛା ୭୨୯୨୦ ଟଙ୍କା ରହିଥିବା ବେଳେ ଚେନ୍ନାଇ ଓ ମୁମ୍ବାଇରେ ୭୨୭୭୦ ଟଙ୍କା ରହିଛି।  ସେହିପରି ଦିଲ୍ଲୀରେ ୨୨ କ୍ୟାରେଟ ସୁନା ୬୬୮୫୦ ଟଙ୍କା ରହିଥିବା ବେଳେ ଚେନ୍ନାଇ ଓ ମୁମ୍ବାଇରେ ୬୬୭୦୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି। 

5/6

ସେହିପରି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ୭୨୭୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ଭରି ପିଛା ସୁନା ୬୬୭୦୦ ଟଙ୍କାରେ ବ୍ୟବସାୟ କରିଥିବା ଦେଖିବାକୁ ମିଳିଛି। 

6/6

ତେବେ ସୁନା ମୂଲ୍ୟ କିଣିବା ପୂର୍ବରୁ ସୁନା ଦର ଯାଞ୍ଚ କରିନିଅନ୍ତୁ।