Advertisement
Photo Details/zeeodisha/odisha1578372
photoDetails0hindi

Highest Paying Jobs: ଭାରତରେ କେଉଁ ଚାକିରିରେ ମିଳିଥାଏ ସବୁଠୁ ଅଧିକ ଦରମା? ଏଠାରେ ଜାଣନ୍ତୁ ଉତ୍ତର

Highest Paying Jobs in India: ଆମେ ସମସ୍ତେ ନିଜ ସ୍ୱପ୍ନ ପାଇଁ ସ୍କୁଲ-କଲେଜରୁ କଠିନ ପରିଶ୍ରମ କରୁ । ପରିଶ୍ରମର ଶେଷ ବିନ୍ଦୁ ହେଉଛି କାର୍ଯ୍ୟରେ ସନ୍ତୁଷ୍ଟ, ଦରମା ଦ୍ୱାରା ସଫଳତା ମାପିବା । ଆଜି ଆମେ ଆପଣଙ୍କୁ ଭାରତର ସର୍ବାଧିକ ଦରମା ମିଳୁଥିବା ଚାକିରୀ ବିଷୟରେ କହୁଛୁ । ଯେଉଁଠାରେ କର୍ମଚାରୀଙ୍କୁ ମୋଟାଅନଙ୍କରେ ଦରମା ମିଳିଥାଏ । ଭାରତରେ ମାସକୁ ସର୍ବାଧିକ ବେତନ ମିଳୁଥିବା ଚାକିରିଗୁଡିକ ବିଷୟରେ ଜାଣନ୍ତୁ...

1/5

୧- ସରକାରୀ ଅଧିକାରୀ (Class I/ Group A) ରେ ଯୋଗଦେଉଥିବା କର୍ମଚାରୀଙ୍କ ଦରମା ୫୬,୧୦୦ ରୁ ୨.୫ ଲକ୍ଷ ମଧ୍ୟରେ ରହିଥାଏ । ଏହି ପୋଷ୍ଟରେ କାମ କରିବାକୁ ହେଲେ ଆପଣଙ୍କୁ UPSC CSE, NDA, CDSE, GATE ପରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିବ ।

2/5

୨- ଭାରତରେ ଡାକ୍ତର (Specialists/ Physicians/ Surgeons) ଙ୍କ ହାରାହାରି ମାସିକ ରୋଜଗାର ହେଉଛି ୮୦,୦୦ ରୁ ୧,୭୦,୦୦ ଟଙ୍କା ଅଟେ । ଏଥିପାଇଁ ଜଣେ ବ୍ୟକ୍ତିଙ୍କୁ 10 + 2 PCB; MBBS ଓ MD ଅଧ୍ୟୟନ କରିବାକୁ ପଡିବ  ।

3/5

୩- କମର୍ସିୟାଲ ପାଇଲଟଙ୍କ ମାସିକ ଦରମା ୧ ରୁ ୧.୫ ଲକ୍ଷ ପର୍ଯ୍ୟନ୍ତ ରହିଥାଏ । ଏହି ଚାକିରି କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ 10 + 2 PCM, ୨୦୦ ଘଣ୍ଟା ଉଡ଼ାଣ ଓ ୪୦ ଘଣ୍ଟା SIMULATOR ତାଲିମ ନେବାକୁ ପଡିଥାଏ ।

4/5

୪ - ଜଣେ ମାର୍ଚ୍ଚଣ୍ଟ ନେଭି ଅଫିସର ଅଧିକାରୀଙ୍କ ଦରମା ମାସକୁ ୧.୫ ରୁ ୨.୫ ଲକ୍ଷ ଟଙ୍କା ମଧ୍ୟରେ ରହିଥାଏ । ଏହି ଚାକିରି ପାଇବାକୁ ଜଣକୁ 10 + 2 PCM, B.SC ପଢିବା ସମେତ, ପ୍ରାକୃତିକ ବିଜ୍ଞାନ କିମ୍ବା BE / B.Tech Marine Engg ପଢ଼ିବାକୁ ପଡିଥାଏ ଓ IMU CET ପରୀକ୍ଷା ଦେବାକୁ ପଡିଥାଏ ।

5/5

୫- ଡାଟା ସାଇଣ୍ଟିଷ୍ଟ / AI / ML ଏକ୍ସପର୍ଟଙ୍କ ମାସିକ ଦରମା ୮୦ ହଜାରରୁ ୧.୫ ଲକ୍ଷ ଟଙ୍କା ମଧ୍ୟରେ ଥାଏ । ଏହି ଚାକିରି ପାଇବାକୁ ଜଣକୁ ଗଣିତ ଓ କମ୍ପ୍ୟୁଟର ବିଜ୍ଞାନ ସହିତ ଯେକୌଣସି ଷ୍ଟ୍ରିମରେ 10, +2 ପଢିବା ଆବଶ୍ୟକ । ଏହା ବ୍ୟତୀତ PG / AI / ML / ଡାଟା ସାଇନ୍ସରେ ସାର୍ଟିଫିକେଟ୍ ହାସଲ କରିବାକୁ ପଡିବ ।