Advertisement
Photo Details/zeeodisha/odisha1579633
photoDetails0hindi

IND vs IRE: ବିରାଟ କି ରୋହିତ ନୁହଁନ୍ତି, ସବୁଠୁ ଆଗରେ ଅଛନ୍ତି ହରମାନପ୍ରୀତ, ବନାଇଲେ ବିଶ୍ୱ ରେକର୍ଡ

IND vs IRE: ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପରେ (ICC Women T20 World Cup) ହରମାନପ୍ରୀତ କୌର (Harmanpreet Kaur) ଟିମ୍ ଇଣ୍ଡିଆର ଅଧିନାୟକ ଅଛନ୍ତି ଓ ସେ ସୋମବାର ଦିନ ଏହି ଟୁର୍ଣ୍ଣାମେଣ୍ଟରେ ଇତିହାସ ସୃଷ୍ଟି କରିଛନ୍ତି ।

1/5

ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପରେ ସୋମବାର ଦିନ ଭାରତୀୟ ମହିଳା କ୍ରିକେଟ୍ ଦଳ ଆୟର୍ଲାଣ୍ଡ ବିପକ୍ଷରେ ଖେଳୁଛି । ଏହି ମ୍ୟାଚ୍‌ରେ ଜିତି ଟିମ୍ ଇଣ୍ଡିଆ ସେମିଫାଇନାଲରେ ନିଜ ସ୍ଥାନ ସୁରକ୍ଷିତ କରିବାକୁ ଚେଷ୍ଟା କରିବ । କିନ୍ତୁ ଏହା ପୂର୍ବରୁ ଦଳର ଅଧିନାୟକ ହରମାନପ୍ରୀତ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି ।

2/5

ଏହା ହେଉଛି ହରମାନପ୍ରୀତଙ୍କ ୧୫୦ ତମ ଟି-୨୦ ମ୍ୟାଚ୍ । ସେ କ୍ରିକେଟ୍ ଇତିହାସରେ ପ୍ରଥମ କ୍ରିକେଟର ଭାବରେ ୧୫୦ ତମ ମ୍ୟାଚ୍ ଖେଳିଛନ୍ତି । ତାଙ୍କ ଆଗରେ ଅନ୍ୟ କୌଣସି ଖେଳାଳି ଏହି ପଦବୀ ହାସଲ କରିନାହାଁନ୍ତି ।

3/5

ପୁରୁଷ ଓ ମହିଳା କ୍ରିକେଟରେ ଏହି ସ୍ଥାନ ହାସଲ କରିଥିବା ହରମାନପ୍ରୀତ ହେଉଛନ୍ତି ପ୍ରଥମ କ୍ରିକେଟର । ଏହା ଉପରେ ହରମାନପ୍ରୀତ ଟସ୍ ସମୟରେ ଖୁସି ବ୍ୟକ୍ତ କରିଥିଲେ ଓ କହିଥିଲେ ଯେ ଦଳ ତାଙ୍କ ପାଇଁ ଏକ ଛୋଟ ପ୍ରେଜେଣ୍ଟେସନ ଦେଇଛି ।

 

4/5

ତାଙ୍କ ପରେ ଅନ୍ତର୍ଜାତୀୟ ସ୍ତରରେ ସର୍ବାଧିକ ଟି-୨୦ ମ୍ୟାଚ୍ ଖେଳିବାର ରେକର୍ଡ ଭାରତୀୟ ପୁରୁଷ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ନାମରେ ରହିଛି । ରୋହିତ ତାଙ୍କ କ୍ୟାରିୟରରେ ୧୪୮ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ।

5/5

ତିନି ନମ୍ବରରେ ନ୍ୟୁଜିଲ୍ୟାଣ୍ଡର ସୁଜି ବେଟ୍ସ ଅଛନ୍ତି, ଯିଏ ଏପର୍ଯ୍ୟନ୍ତ ୧୪୩ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଇଂଲଣ୍ଡର ଡାନି ୱାଏଟ୍ ୧୪୧ ଟି ଟି-୨୦ ମ୍ୟାଚ୍ ଖେଳିବାର ରେକର୍ଡ ରଖିଛନ୍ତି ।