Advertisement
photoDetails0hindi

IPL 2024 Auction: ୫ ଜଣଙ୍କ ଉପରେ ହେଲା ସର୍ବାଧିକ ଧନ ବର୍ଷା, ୨ କଙ୍ଗାରୁ ଖେଳାଳି ଭାଙ୍ଗିଲେ ସବୁ ରେକର୍ଡ

IPL 2024 most expensive players: ଆଇପିଏଲ୍ ୨୦୨୪ ପାଇଁ ନିଲାମ ଦୁବାଇରେ ହୋଇଥିଲା । ଏଥିରେ ଅନେକ ଖେଳାଳି ବିକ୍ରି ହୋଇଥିଲେ ଓ ଅନେକ ମଧ୍ୟ ବିକ୍ରି ହୋଇନଥିଲେ । ମିଚେଲ ଷ୍ଟାର୍କ ପାଇଁ ୨୪ କୋଟିରୁ ଅଧିକ ଟଙ୍କା ବିଡିଂ କରାଯାଇଥିଲା । ଯାହା ଆଇପିଏଲ୍ ଇତିହାସରେ ସବୁଠାରୁ ବଡ ବିଡିଂ ଥିଲା । ଆସନ୍ତୁ ଜାଣିବା କେଉଁ ଖେଳାଳିମାନେ ୧୦ କୋଟିରୁ ଅଧିକ ଟଙ୍କାରେ ବିଡିଂ ହୋଇଛନ୍ତି ।

 

1/5

ଆଇପିଏଲରେ ୨୦ କୋଟିରୁ ଅଧିକ ଟଙ୍କା ପାଇଥିବା ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ପ୍ରଥମ କ୍ରିକେଟର ହୋଇଛନ୍ତି । ଆଇପିଏଲ୍ ନିଲାମ ୨୦୨୪ ରେ ୨୦ କୋଟି ୫୦ ଲକ୍ଷ ଟଙ୍କା ବିଡିଂ କରି ସନରାଇଜର୍ସ ହାଇଦ୍ରାବାଦ ପ୍ୟାଟ୍ କମିନ୍ସଙ୍କୁ ନିଜ ଦଳରେ ସାମିଲ କରିଛି । ଏହା ପୂର୍ବରୁ କୌଣସି ଖେଳାଳି ୨୦ କୋଟି ଟଙ୍କା ଛୁଇଁ ପାରି ନଥିଲେ । ସେ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ପ୍ରଥମ ଖେଳାଳି ହୋଇଥିଲେ ।

 

2/5

ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ଉପରେ କେକେଆର୍ ସର୍ବାଧିକ ଟଙ୍କା ବର୍ଷା କରିଛି । ଏହି ବିଶ୍ୱ ଚାମ୍ପିଅନ୍ ବୋଲରଙ୍କ ପାଇଁ କେକେଆର୍ ୨୪.୭୫ କୋଟି ଟଙ୍କା ଖର୍ଚ୍ଚ କରିଛି ।

 

3/5

ନ୍ୟୁଜିଲ୍ୟାଣ୍ଡର ଶ୍ରେଷ୍ଠ ଖେଳାଳି ଡାରିଲ ମିଚେଲଙ୍କ ନାମ ମଧ୍ୟ ଏହି ତାଲିକାରେ ଅଛି, ଯିଏକି ବିଶ୍ୱକପ୍‌ରେ ଉତ୍କୃଷ୍ଟ ପ୍ରଦର୍ଶନ ଯୋଗୁଁ ୧୪.୨୫ କୋଟି ଟଙ୍କା ଲାଭ ପାଇଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ ନିଜ ଦଳରେ ସାମିଲ କରିଛି ।

 

4/5

ୱେଷ୍ଟଇଣ୍ଡିଜ ଫାଷ୍ଟ ବୋଲର ଅଲଜାରି ଜୋସେଫଙ୍କ ପାଇଁ ବିପୁଳ ଟଙ୍କାରେ ବିଡିଂ ହୋଇଥିବା ଦେଖିବାକୁ ମିଳିଥିଲା । କୋଲକାତା ନାଇଟ୍ ରାଇଡର୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟରେ ବିଡିଂ ଜାରି ରହିଥିଲା । ମୂଳ ମୂଲ୍ୟ ୧ କୋଟି ଟଙ୍କା ଥିବା ଏହି ଖେଳାଳିଙ୍କୁ ଶେଷରେ ଆରସିବି ୧୧.୫୦ କୋଟିରେ କିଣିଛି ।

 

5/5

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ନିଲାମରେ ଦ୍ରୁତ ବୋଲର ହର୍ଷଲ ପଟେଲ ସେହି ଭାରତୀୟ ଖେଳାଳି ହୋଇପାରିଛନ୍ତି, ଯିଏ ଚଳିତ ସିଜନରେ ସର୍ବାଧିକ ମୂଲ୍ୟ ପାଇଛନ୍ତି । ପଞ୍ଜାବ କିଙ୍ଗ୍ସର ଫ୍ରାଞ୍ଚାଇଜ୍ ତାଙ୍କୁ ୧୧.୭୫ କୋଟି ଟଙ୍କାରେ କିଣିଛି ।