Advertisement
Photo Details/zeeodisha/odisha1801279
photoDetails0hindi

ଔଷଧୀୟ ଗୁଣରେ ଭରପୂର ଗୁଡ଼, ଡାଇବେଟିସ୍ କଣ୍ଟ୍ରୋଲ କରିବାରେ ରହିଛି ବଡ଼ ଭୂମିକା

 ଗୁଡ଼ରେ(Jaggery) ବିଭିନ୍ନ ପ୍ରକାରର ଔଷଧୀୟ ଗୁଣ ଭରି ରହିଥାଏ ।ଏହାକୁ ଦୈନିକ ଖାଇବା ଦ୍ୱାରା ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି(Immunity power) ବୃଦ୍ଧି କରିବା ସହ ବିଭିନ୍ନ ପ୍ରକାରର ରୋଗରୁ ଆମକୁ ରକ୍ଷା କରିଥାଏ ।ଆସନ୍ତୁ ଜାଣିବା ଗୁଡ଼ ଖାଇବା ଦ୍ୱାରା ଏହା ଶରୀରର କେଉଁ ସବୁ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିଥାଏ ।

1/5

ମଧୁମେହ ବା ଡାଇବେଟିସ୍ ଥିବା ଲୋକମାନଙ୍କୁ ଚିନି ଖାଇବାକୁ ମନା କରାଯାଇଥାଏ ।ମାତ୍ର ଏହି ରୋଗୀମାନେ ଚିନି ବଦଳରେ ଗୁଡ଼ ଖାଇପାରିବେ।ଏହା ଚିନି ଭଳି ପାଟିକୁ ମିଠା ଲାଗେ ମାତ୍ର ଚିନି ଭଳି ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ 

2/5

ଯଦି ଆପଣ କଫ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ତଣ୍ଟିରେ କଫ ଜାମ୍ ହୋଇ ଯଦି ଆପଣ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଗୁଡ଼ ଖାଇବା ଦ୍ୱାରା ଏଥିରେ ଥିବା ଆଣ୍ଟି ଆଲେର୍ଜିକ୍ ଗୁଣ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇଥାଏ ।

3/5

ଯଦି ଆପଣ ମୋଟାପଣ ସମସ୍ୟାକୁ ନେଇ ଚିନ୍ତିତ ତେବେ ଗୁଡ଼ ଖାଇବା ଅଭ୍ୟାସ କରନ୍ତୁ। ଗୁଡ଼ ଖାଇବା ଦ୍ୱାରା ଏହା ଶରୀରରେ ମେଟାବଲିଜିମ୍ ସୃଷ୍ଟି କରେ ଓ ଶରୀରର ଅନାବଶ୍ୟକ ଚର୍ବିକୁ ନଷ୍ଟ କରିଥାଏ।

4/5

ଯହି ଆପଣଙ୍କର ଖାଦ୍ୟ ହଜମ ହେବାରେ ସମସ୍ୟା ସୃଷ୍ଟି ହେଉଛି ତେବେ ଆପଣଙ୍କୁ ଗୁଡ଼ ଖାଇବା ଆବଶ୍ୟକ। ଏହା ଶରୀରର ହଜମକାରୀ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରେ ଓ ପାଚନ କ୍ରିୟାକୁ ସକ୍ରିୟ କରିଥାଏ ।

5/5

ଅନିୟମିତ ମାସିକ ଋତୁଚକ୍ର ହେଉଛି ହରମୋନ୍ ଅସନ୍ତୁଳନର ଏକ ସୂଚକ। ଏହା ମେଦବହୁଳତା, ହରମୋନରେ ପରିବର୍ତ୍ତନ ଏବଂ ଖରାପ ମେଟାବୋଲିଜିମ୍ କାରଣରୁ ହୋଇଥାଏ । ହରମୋନ୍ ସନ୍ତୁଳନ ରଖିବା ଏବଂ ମାସିକ ଋତୁସ୍ରାବକୁ ନିୟମିତ କରିବା ପାଇଁ ପ୍ରତିଦିନ ଅଳ୍ପ ପରିମାଣରେ ଗୁଡ଼ ଖାଇବା ଦ୍ୱାରା ଏହା ଶରୀରରେ ଭଲ ପ୍ରଭାବ ପକାଇଥାଏ ।