Advertisement
Photo Details/zeeodisha/odisha1759900
photoDetails0hindi

Kailash Mansarovar Yatra: କିଏ କରିପାରିବେ କୈଳାଶ ମାନସରୋବର ଯାତ୍ରା? ଯାତ୍ରା ପାଇଁ ପାସପୋର୍ଟ ଆବଶ୍ୟକ? ଜାଣନ୍ତୁ

Kailash Manasarovar Yatra Process: କୈଳାଶ ମାନ ସରୋବର ଯାତ୍ରାରେ ସାମିଲ ହେବା ପାଇଁ ଯାତ୍ରୀଙ୍କୁ ଅନେକ ନୀତି ନିୟମ ମାନିବାକୁ ପଡ଼ିଥାଏ।

1/5

କୈଳାଶ ମାନସରୋବର ଯାତ୍ରା ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, କେବଳ ଭାରତୀୟ ନାଗରିକ ଭାରତରୁ କୈଳାଶ ମାନସରୋବର ଅଭିମୁଖେ ଯାତ୍ରା କରିପାରିବେ।

 

2/5

ଯଦି କେହି କୈଳାଶ ମାନସରୋବର ଯାତ୍ରା କରିବାକୁ ଚାହୁଁଛନ୍ତି, ତାହେଲେ ତାଙ୍କ ପାଖରେ ୨୦୨୩ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଅତି କମରେ ୬ ମାସର ବୈଧତା ରହିଥିବା ଏକ ଭାରତୀୟ ପାସପୋର୍ଟ ରହିବା ଆବଶ୍ୟକ। 

3/5

କୈଳାଶ ମାନସରୋବର ଯାତ୍ରାରେ ସାମିଲ ହେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ବୟସ ୨୦୨୩ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ୧୮ ବର୍ଷରୁ କମ ଏବଂ ୭୦ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ। 

 

4/5

କୈଳାଶ ମାନସରୋବର ଯାତ୍ରାରେ ସାମିଲ ହେଉଥିବା ଯାତ୍ରୀଙ୍କ ବଡି ମାସ ଇଣ୍ଡେକ୍ସ (Body mass index) ୨୫ କିମ୍ବା ଏହା ଠାରୁ କମ୍ ରହିବା ଆବଶ୍ୟକ।

5/5

ଧାର୍ମିକ ଉଦ୍ଦେଶ୍ୟରେ ଯାତ୍ରା କରିବା ପାଇଁ ଯାତ୍ରୀ ଶାରୀରିକ ଭାବରେ ସୁସ୍ଥ ଏବଂ ଚିକିତ୍ସାଗତ ଦୃଷ୍ଟିକୋଣରୁ ଉପଯୁକ୍ତ ରହିବା ଆବଶ୍ୟକ। ଆପଣଙ୍କୁ କହି ରଖୁଛୁ ଯେ କୈଳାଶ ମାନସରୋବର ଯାତ୍ରାରେ ସାମିଲ ହେବା ପାଇଁ କୌଣସି ବିଦେଶୀ ନାଗରିକ ଆବେଦନ କରିବାକୁ ଯୋଗ୍ୟ ନୁହଁନ୍ତି।