Advertisement
Photo Details/zeeodisha/odisha1489966
photoDetails0hindi

Indian Railway History: କେବେ ଆରମ୍ଭ ହୋଇଥିଲା ପ୍ରଥମ ରେଳସେବା ଓ ପ୍ରଥମ ଷ୍ଟେସନ, ଜାଣନ୍ତୁ କିଛି ରୋଚକ ତଥ୍ୟ

Indian Railway History News: ଏବେ ଆମ ଦେଶରେ ରେଳ କ୍ଷେତ୍ରରେ ଅନେକ ଉନ୍ନତି ଦେଖାଦେଇଛି । ହେଲେ ଜାଣିଛନ୍ତି କି, ଭାରତୀୟ ରେଳପଥ ଦ୍ୱାରା ଅଢେଇ କୋଟିରୁ ଅଧିକ ଲୋକ ଯାତ୍ରା କରନ୍ତି। ମେ ୧୮୪୫ରେ ଭାରତୀୟ ରେଳପଥ ପ୍ରଥମେ ଆରମ୍ଭ ହୋଇଥିଲା । 

1/5

ଭାରତର ପ୍ରଥମ ଟ୍ରେନ ୧୮୩୭ ମସିହାରେ ରେଡ ହିଲ୍ସରୁ ଚିନ୍ତାଦ୍ରିପଟ ପୁଲ ପର୍ଯ୍ୟନ୍ତ ୨୫ କିମି ପର୍ଯ୍ୟନ୍ତ ପ୍ରଥମେ ଯାତ୍ରା ଆରମ୍ଭ ହୋଇଥିଲା। ଏହି ରେଳସେବାର ନିର୍ମାଣର ଶ୍ରେୟ ସାର୍ ଆର୍ଥର୍ କାଟନଙ୍କୁ ଦିଆଯାଇଥିଲା । ଯଦିଓ ଦେଶର ପ୍ରଥମ ଟ୍ରେନ୍ ୧୬ ଏପ୍ରିଲ ୧୮୫୩ ରେ ବୋରୀ ବନ୍ଦର (ମୁମ୍ବାଇ) ଏବଂ ଥାନେ ମଧ୍ୟରେ ସାଧାରଣ ପରିବହନ ପାଇଁ ବ୍ୟବହୃତ ହୋଇଥିଲା । ସେହିପରି ଏଥିରେ ପ୍ରଥମ ଥର ପାଇଁ ୪୦୦ ଜଣ ଯାତ୍ରୀ ଯାତାୟତ କରିଥିଲେ, ସେତେବେଳେ ଏହି ଦିନକୁ ଏକ ସାଧାରଣ ଛୁଟି ଭାବେ ଘୋଷଣା କରାଯାଇଥିଲା।

2/5

ଦିବ୍ରୁଗଡରୁ କନ୍ୟାକୁମାରୀ ଯାଏଁ  ବିବେକ ଏକ୍ସପ୍ରେସ ପ୍ରାୟ ପ୍ରଥମେ ୪ ହଜାର ୨୮୬ କିମି ଦୂରତା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା।ଏହି ଦୂରତା ଅତିକ୍ରମ କରିବାକୁ ଟ୍ରେନ୍ ୮୨ ଘଣ୍ଟା ୩୦ ମିନିଟ୍ ସମୟ ଲାଗିଥିଲା । ଏହି ଦୂରତା ଅତିକ୍ରମ କରିବା ପାଇଁ ଏହି ଟ୍ରେନ୍ କୁ ପ୍ରାୟ ୫୭ ଟି ଷ୍ଟେସନରେ ଅଟକିଥାଏ। ଏହା ହେଉଛି ଦେଶର ଦୀର୍ଘତମ ରେଳ ମାର୍ଗ।

3/5

ଦେଶର ପ୍ରଥମ ରେଳ ଟ୍ରାକ୍ ୨୧ ଅଗଷ୍ଟ ୧୮୪୭ରେ ନିର୍ମାଣ ହୋଇଥିଲା। ଏହି ଟ୍ରାକର ଲମ୍ବ ୫୬କିଲୋମିଟର ଥିଲା।ଏହି ରେଳ ଟ୍ରାକ୍ ନିର୍ମାଣ କରିଥିବା ଏହି ଜେମ୍ସ ଜନ୍ ବରେଲି ମୁଖ୍ୟ ଇଞ୍ଜିନିୟର ଥିଲେ । ୧୮୫୩ ମସିହାରେ, ଏହି ଟ୍ରାକରେ ପ୍ରଥମ ଯାତ୍ରୀବାହୀ ଟ୍ରେନ୍ କୁ ଚଳାଚଳ କରାଗଲା।

4/5

ସବୁଠାରୁ ବଡ ରେଲୱେ ଜଙ୍କସନ କଥା ଯଦି ପଡେ ତେବେ ତାହା ହେଉଛି ମଥୁରା ଜଙ୍କସନ। ମଥୁରା ଜଙ୍କସନରୁ ୭ ଟି ରେଲୱେ ମାର୍ଗ ବାହାରିଥାଏ। ମଥୁରାରୁ ଦେଶର ପ୍ରମୁଖ ସହରକୁ ରେଳସେବା ସଂଯୋଗ ରହିଥାଏ ଏହାସହ ୧୦ ଟି ପ୍ଲାଟଫର୍ମ ରହିଥାଏ।

5/5

ମୁମ୍ବାଇର ବୋରୀ ବନ୍ଦରରେ ଭାରତର ପ୍ରଥମ ରେଳ ଷ୍ଟେସନ ରହିଥିଲା। ଦେଶର ପ୍ରଥମ ଟ୍ରେନ୍ ୧୮୫୩ ମସିହାରେ ବୋରୀ ବନ୍ଦର୍ ଠାରୁ ଥାଣେ ପର୍ଯ୍ୟନ୍ତ ଚଳାଚଳ କରିଥିଲା ​​। ଏହି ଷ୍ଟେସନ୍ ୧୮୮୮ରେ ଭିକ୍ଟୋରିଆ ଟର୍ମିନାସ୍ ଭାବରେ ବିକଶିତ ହୋଇଥିଲା।