Advertisement
Photo Details/zeeodisha/odisha1489855
photoDetails0hindi

OTT Actors Fees: ଓଟିଟିରେ ଗୋଟିଏ ସିରିଜ ପାଇଁ କୋଟି କୋଟି ଚାର୍ଜ କରନ୍ତି ଏହି ୬ ଟପ୍ ଅଭିନେତା

OTT Actors Fees News: ବଲିଉଡର ନୱାବ ସୈଫ ଅଲ୍ଲି ଖାନଙ୍କ ଠାରୁ ଆରମ୍ଭ କରି ଅଭିଷେକ ବଚ୍ଚନଙ୍କ ପର୍ଯ୍ୟନ୍ତ ଓଟିଟିରେ ସୁପରହିଟ ସିରିଜ୍ ରେ ଅଭିନୟ କରୁଛନ୍ତି । ତେବେ କେବଳ ଉଚ୍ଚ କୋଟିର ନୁହେଁ ବରଂ ଏମାନେ କୋଟି କୋଟି ଟଙ୍କା ମଧ୍ୟ ସିରିଜ ପିଛା ଚାର୍ଜ କରନ୍ତି । 

1/6

Saif Ali Khan: ସୈଫ ଅଲ୍ଲୀଖାନ ସେହି ବଲିଉଡ ତାରକାମାନଙ୍କ ମଧ୍ୟରୁ ଜଣେ ଯିଏ ପ୍ରଥମେ OTT ଆଡକୁ ନିଜର ମନ ବଳାଇଥିଲେ । ସେକ୍ରେଡ୍ ଗେମ୍ସ ରୁ ଆରମ୍ଭ କରି ତାଣ୍ଡବରେ ତାଙ୍କ ଜବରଦସ୍ତ ଆକ୍ଟିଂ ଦେଖିବାକୁ ମିଳିଥିଲା। ସୈଫ ଅଲ୍ଲି ଖାନ OTT ର ସବୁଠାରୁ ମହଙ୍ଗା ଅଭିନେତା । ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ସେ ଏକ ସିରିଜ ପାଇଁ ୧୫ କୋଟି ଟଙ୍କା ଚାର୍ଜ କରନ୍ତି।

2/6

Manoj Bajpayee: ଦି ଫ୍ୟାମିଲି ମ୍ୟାନ୍ ସିରିଜରୁ OTT ର ବଡ ଚେହେରା ହୋଇଥିବା ମନୋଜ ବାଜପେୟୀ କାହାଠାରୁ କମ୍ ନୁହଁନ୍ତି । ଏହି ସିରିଜର ଉଭୟ ବିଭାଗ ଜବରଦସ୍ତ ହିଟ୍ ହୋଇଥିଲା,ଏହା ପରେ ମନୋଜଙ୍କ ଫି ମଧ୍ୟ ବୃଦ୍ଧି ପାଇଥିଲା । ଏକ ଆକଳନ ଅନୁଯାୟୀ ମନୋଜ ଦି ଫ୍ୟାମିଲି ମ୍ୟାନ୍ ୨ ପାଇଁ ୧୦ କୋଟି ଟଙ୍କା ଚାର୍ଜ କରିଥିଲେ।

3/6

Nawazuddin Siddiqui: ବଡ ପରଦା ହେଉ କିମ୍ବା ମୋବାଇଲ୍ ଫୋନ୍ ଦୁନିଆ  ନୱାଜୁଦ୍ଦିନ ସିଦ୍ଦିକିଙ୍କ ଅଭିନୟ ସବୁ ଆଡେ ଚର୍ଚ୍ଚାରେ ରହିଥାଏ । ଏକଦା ଛୋଟ ଚରିତ୍ରରେ ଅଭିନୟ କରିଥିବା ନୱାଜୁଦ୍ଦିନଙ୍କୁ ଆଜି ଚଳଚ୍ଚିତ୍ର ଏବଂ OTT ର ଜୀବନ ଭାବରେ ବିବେଚନା କରାଯାଏ । ତାଙ୍କ ଫି ବିଷୟରେ କଥାବାର୍ତ୍ତା କରିବା ତେବେ ସେ ସେକ୍ରେଡ୍ ଗେମ୍ସ ୨ ପାଇଁ ୧୦ କୋଟି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ।

4/6

Radhika Apte: ରାଧିକା ଆପ୍ଟେ ମଧ୍ୟ ନିଜର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ । ବିଭିନ୍ନ ଭୂମିକାରେ ଅଭିନୟ କରୁଥିବା ରାଧିକା ପାଖାପାଖି ୪କୋଟି ଟଙ୍କା ଚାର୍ଜ କରନ୍ତି।

5/6

Pankaj Tripathi: ପଙ୍କଜ ତ୍ରିପାଠୀଙ୍କ ଆକ୍ଟିଂ ବିଷୟରେ ସମସ୍ତଙ୍କୁ ଜଣା। ନିଜର ଅଭିନୟରେ ସେ ଦର୍ଶକଙ୍କୁ ବାନ୍ଧି ରଖିଥାନ୍ତି। ତାଙ୍କ କାମର ନିଖୁଣତା ସ୍କ୍ରିନରେ ଭଲକରି ଦିଶେ । ୱେବସିରିଜ ମିର୍ଜାପୁର ପାଇଁ ପଙ୍କଜ ତ୍ରିପାଠୀ ଖୁବ ଚର୍ଚ୍ଚାରେ । ତେବେ କୁହାଯାଏ ମିର୍ଜାପୁର ପାଇଁ ପଙ୍କଜ ତ୍ରିପାଠୀ  ଦଶକୋଟି ଓ ସେକ୍ରେଡ ଗେମ୍ସ ପାଇଁ ୧୨ କୋଟି ଟଙ୍କା ଚାର୍ଜ କରିଥିଲେ।

6/6

Ali Fazal: ମିର୍ଜାପୁରରେ କେବଳ ପଙ୍କଜ ତ୍ରିପାଠୀ ନୁହଁନ୍ତି ଅଲ୍ଲି ଫଜଲ ମଧ୍ୟ ନିଜର ଅଭିନୟର ଯାଦୁରେ ଦର୍ଶକଙ୍କ ମନ କିଣିଥିଲେ। ମିର୍ଜାପୁରରେ ଗୁଡୁ ପଣ୍ଡିତ ହୋଇ ଅଭିନୟ କରିଥିବା ଅଲ୍ଲୀ ପ୍ରତି ଏପିସୋଡ ପାଇଁ ୧୨ ଲକ୍ଷ ଟଙ୍କା ଚାର୍ଜ କରିଥିଲେ।