Top 5 Lucky Zodiac Sign, 15 July 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୋମବାର ଗଠିତ ଶୁଭ ଯୋଗରୁ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ। ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।
Top 5 Lucky Zodiac Sign, 15th July 2024: ଆଜି ଜୁଲାଇ ୧୫ ସୋମବାର। ଆଜି ଚନ୍ଦ୍ର ତୁଳା ରାଶିକୁ ଚଳନ କରିବେ। ଏହା ସହିତ ଆଜି ଆଷାଢ ମାସ ଶୁକ୍ଳପକ୍ଷ ନବମୀ ତିଥି। କର୍କଟ ରାଶିରେ ବୁଧ ଏବଂ ଶୁକ୍ର ଯୁତି ହେବାକୁ ଯାଉଛି। ଫଳରେ ଲକ୍ଷ୍ମୀନାରାୟଣ ଯୋଗ ସୃଷ୍ଟି ହେବାକୁ ଯାଉଛି। ଆଜି ଦିନରେ ଏକ ସଂଗେ ସିଦ୍ଧ ଯୋଗ, ରବି ଯୋଗ ଓ ସ୍ୱାତୀ ନକ୍ଷତ୍ରର ଶୁଭ ସଂଯୋଗ ମଧ୍ୟ ସୃଷ୍ଟି ହେଉଛି। ଏହି ଶୁଭ ସଂଯୋଗ ଫଳରେ ୫ଟି ରାଶିକୁ ଧନ ସହିତ ପ୍ରଚୁର ଲାଭ ମଧ୍ୟ ମିଳିବାକୁ ଯାଉଛି। ଏହି ୫ ରାଶିଙ୍କ ପାଇଁ ସମସ୍ତ ପ୍ରକାରର ଆୟର ରାସ୍ତା ଖୋଲିବ। ମାଲେମାଲ ହେବେ ଏହି ୫ ରାଶି।
1/4ମେଷ ରାଶି ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଲାଭଦାୟକ ରହିବ। ମେଷ ରାଶିର ବ୍ୟକ୍ତି ବିଶେଷମାନେ ମହାଦେବଙ୍କ ଆଶିର୍ବାଦ ଲାଭ କରିବେ। ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ। ଯୁବକମାନେ ପ୍ରେମରେ ପଡିପାରନ୍ତି। ଚାକିରିଆମାନଙ୍କ ପାଇଁ କର୍ମକ୍ଷେତ୍ରରେ ଲାଭରେ ରହିବେ। ନୂଆ ଚାକିରିର ସୁଯୋଗ ମିଳିପାରେ। ନିବେଶ କରିବାକୁ ଚାହୁଁଥିଲେ ଆଜି ଦିନଟି ବେଶ ଲାଭ ଦାୟକ ରହିବ। ବ୍ୟବସାୟୀମାନେ ବ୍ୟବସାୟରେ ମଜବୁତ ସ୍ଥିତିରେ ରହିବେ। ସମସ୍ତଙ୍କ ଠାରୁ ପ୍ରଶଂସାର ପାତ୍ର ହେବେ। ପାରିବାରିକ ଜୀବନରେ ଚାଲିଥିବା ବିବାଦର ଅନ୍ତ ହେବ। ଘରର ସଦସ୍ୟଙ୍କ ସହିତ ଆପଣଙ୍କର ସମ୍ପର୍କ ମଜବୁତ ହେବ।
2/4ସିଂହ ରାଶି ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ଫଳପ୍ରଦ ରହିବ। ସଞ୍ଚୟ କରିବାରେ ସମର୍ଥ ହେବେ। ସଞ୍ଚୟ ରାଶି ମଧ୍ୟ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହେବ। ବନ୍ଧୁଙ୍କ ସହିତ ଏକ ଲମ୍ବା ଯାତ୍ରାରେ ଯାଇପାରନ୍ତି। ବ୍ୟବସାୟ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି। ଚାକିରିଆମାନଙ୍କୁ ନୂଆ କର୍ମକ୍ଷେତ୍ରରୁ ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ଗୁରୁଜନମାନଙ୍କ ସହଯୋଗ ମିଳିପାରେ।
3/4ତୁଳା ରାଶି ତୁଳା ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ତୁଳା ରାଶିର ଲୋକମାନେ ଆୟ ପାଇଁ ଅନେକ ଉତ୍ସ ପାଇବେ। ସଞ୍ଚୟ ମଧ୍ୟ ବୃଦ୍ଧି ପାଇବ। ଅଟକି ଥିବା ଅର୍ଥରାଶି ମଧ୍ୟ ଫେରିପାଇବେ। ଆଜି ତୁମର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଭଲ ହେବାକୁ ଯାଉଛି। ଚାକିରିଆ ଏବଂ ବ୍ୟବସାୟୀମାନେ ସମସ୍ତଙ୍କୁ ସେମାନଙ୍କର ଦକ୍ଷତା ସହିତ ଅନ୍ୟମାନଙ୍କୁ ପ୍ରଭାବିତ କରିପାରିବେ। ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହେବେ। ଶିଶୁର ବିକାଶ ଦେଖି ମନ ଖୁସି ହେବ ଏବଂ ପରିବାରରେ ସୁଖ ଏବଂ ଶାନ୍ତି ରହିବ। ଆପଣଙ୍କ ଜୀବନସାଥୀ ସହିତ ଆପଣଙ୍କର ସମ୍ପର୍କ ଦୃଢ ରହିବ ଏବଂ ଆପଣ ଘରେ ମଧ୍ୟ କିଛି ଶୁଭ କାର୍ଯ୍ୟକ୍ରମ ଆୟୋଜନ କରିପାରିବେ।
4/4ମକର ରାଶି ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ଫଳପ୍ରଦ ରହିବ। ମକର ରାଶିର ଲୋକମାନେ ମହାଦେବଙ୍କ ଆଶିର୍ବାଦ ଲାଭ କରିବେ। ବ୍ୟବସାୟୀଙ୍କୁ ପରିଶ୍ରମର ଫଳ ମିଳିବ। ଲାଭାନ୍ୱିତ ହେବ। ଶତୃଙ୍କର ସଂଖ୍ୟା ବୃଦ୍ଧି ପାଇବ। ନୂଆ ରୋଜଗାର ଅପେକ୍ଷାରେ ରହିଥିବା ବ୍ୟକ୍ତିବିଶେଷଙ୍କୁ ଶୁଭ ଖବର ମିଳିପାରେ। ସନ୍ତାନମାନେ ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।
ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।