Advertisement
Photo Details/zeeodisha/odisha2431768
photoDetails0hindi

Lucky Zodiac Sign: ସେପ୍ଟେମ୍ବର ୧୬ରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 16 september 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୋମବାର ଗଠିତ ଶୁଭ ଯୋଗରୁ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ। ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

1/5

ମେଷ ରାଶି ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ଲାଭ ଦାୟକ ରହିବ। ମେଷ ରାଶିର ବ୍ୟକ୍ତି ବିଶେଷଙ୍କର ସମସ୍ତ ମନୋସ୍କାମନାକୁ ମହାଦେବ ପୁରଣ କରିବାକୁ ଯାଉଛନ୍ତି। ଆୟର ମାତ୍ରା ବଢିପାରେ। ସଂଚୟ ମାତ୍ରା ମଧ୍ୟ ବୃଦ୍ଧି ହେବ। ଅଟକି ଥିବା ଧନ ଫେରିପାଇବେ। ଚାକିରିଆମାନଙ୍କୁ ନୂତନ କମ୍ପାନୀ ପକ୍ଷରୁ ଚାକିରି ଅଫର ଆସିପାରେ। ଦରମାରେ ମଧ୍ୟ ବୃଦ୍ଧି ହୋଇପାରେ। ବ୍ୟବସାୟୀମାନେ ଆଜି ମୋଟା ଅଙ୍କର ଆୟ କରିବେ। ଭାଇ-ଭଉଣୀଙ୍କ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟିବ। ସନ୍ଧ୍ୟାରେ ପଡୋଶୀଙ୍କ ସହିତ ଆଲୋଚନାରେ ବ୍ୟସ୍ତ ରହିବେ। 

2/5

କର୍କଟ ରାଶି କର୍କଟ ରାଶିଙ୍କର ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଲାଭଦାୟକ ରହିବେ। କର୍କଟ ରାଶିର ବ୍ୟକ୍ତି ବିଶେଷ ମାନେ ଆଜି ମାନସିକ ସ୍ତରରେ ଶାନ୍ତି ଅନୁଭବ କରିବେ। ନିଜର ଯୋଜନା ଉପରେ କାର୍ଯ୍ୟ କରିବେ। ରୋଜଗାର ଖୋଜୁଥିବା ବ୍ୟକ୍ତିବିଶେଷଙ୍କୁ ବନ୍ଧୁଙ୍କ ପକ୍ଷରୁ ସହଯୋଗ ମିଳିପାରେ। ସହଜରେ ଆପଣଙ୍କୁ ଋଣ ମିଳିଯିବ।ବ୍ୟବସାୟୀ ମାନଙ୍କ ପାଇଁ ଲାଭର ଦିନ ହେବ। ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଦିନଟି ବେଶ ଉତ୍ତମ ରହିଛି। ପରିବାରରେ ହସଖୁସିର ପରିବେଶ ରହିବେ। ସନ୍ଧ୍ୟା ସମୟରେ ଧାର୍ମିକ ସ୍ଥଳ ପରିଦର୍ଶନରେ ଯାଇ ପାରନ୍ତି। 

 

3/5

କନ୍ୟା ରାଶି କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ସକରାତ୍ମକ ରହିବ। ମହାଦେବଙ୍କ କୃପାରେ ଜୀବନଶୈଳୀରେ ପରିବର୍ତ୍ତନ ଆସିବ। ବିଦେଶ ଭ୍ରମଣ ଯୋଗ ରହିଛି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହିତ ସମ୍ପର୍କ ମଜବୁତ ହେବ। ନୂଆ ପ୍ରୋଜେକ୍ଟକୁ ମଧ୍ୟ ସଫଳତାର ସହିତ ଶେଷ କରିବ। ବ୍ୟବସାୟୀମାନେ ମଧ୍ୟ ମୋଟା ଅଙ୍କର ଲାଭ କମାଇବେ। ବଡ଼ ଅର୍ଡର ମିଳିବାର ସମ୍ଭାବନା ରହିଛି। ପରିବାରରେ ହସଖୁସିର ମାହୋଲ ରହିବ। ସନ୍ଧ୍ୟାରେ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇ ସମୟ ଅତିବାହିତ କରିବେ। 

4/5

ମକର ରାଶି ମକର ରାଶିର ବ୍ୟକ୍ତି ବିଶେଷମାନଙ୍କ ପାଇଁ ଆଜି ଦିନଟି ବେଶ ଦମଦାର ରହିବ। ମକର ରାଶିର ବ୍ୟକ୍ତି ବିଶେଷଙ୍କୁ ମହାଦେବଙ୍କ କୃପା ଲାଭ କରିବେ। ଆଜି ଚିନ୍ତାରୁ ମୁକ୍ତି ପାଇବେ। ଦୀର୍ଘ ଦିନରୁ ଲାଗିରହିବାଥିବା ଶାରିରୀକ ସମସ୍ୟା ଦୂର ହେବ। ବେଶ ସତେଜ ରହିବେ। ଚାକିରିଆମାନଙ୍କର ଦରମା ବୃଦ୍ଧି ହୋଇପାରେ। ଆୟର ନୂତନ ପନ୍ଥା ଖୋଲିପାରେ। ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ବେଶ ସକରାତ୍ମକ ରହିବ। ପରିବାରର କୌଣସି ସଦସ୍ୟଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ସନ୍ଧ୍ୟାରେ ହସଖୁସିରେ ସମୟ ଅତିବାହିତ ହେବ। 

5/5

ମୀନ ରାଶି ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ସୁଖଦ ରହିବ। ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ମନୋସ୍କାମନା ପୂରଣ ହେବ। ଆଜି ଆପଣଙ୍କୁ ପ୍ରତିଟି କ୍ଷେତ୍ରରେ ସଫଳତା ମିଳିବ। ଆପଣଙ୍କୁ ଭାଗ୍ୟର ସମର୍ଥନ ରହିବ। ବ୍ୟବସାୟୀଙ୍କୁ ଆଜି ମୋଟା ଅଙ୍କର ଲାଭ ରୋଜଗାର କରିବେ। ଛାତ୍ରଛାତ୍ରୀମାନେ ପାଠ ପଢାରେ ଋଚି ବଢିବ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ପରିବାରରେ ଚାଲିଥିବା ବିବାଦର ଅନ୍ତଃ ହେବ। ସନ୍ଧ୍ୟାରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହଯୋଗରେ ସମସ୍ତ ସମସ୍ୟା ଦୂର ହେବ। 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।