Lucky Zodiac Sign: ଜୁଲାଇ ୧୭ରେ ନବପଞ୍ଚମ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Published: Jul 16, 2024, 10:57 PM IST|Updated: Jul 16, 2024, 10:57 PM IST

Top 5 Lucky Zodiac Sign, 17 July 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୁଧବାର ଗଠିତ ଶୁଭ ଯୋଗରୁ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ। ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

Top 5 Lucky Zodiac Sign, 17th July 2024: ଆଜି ଜୁଲାଇ ୧୭ ବୁଧବାର। ଆଜି ଚନ୍ଦ୍ର ମଙ୍ଗଳ ଉପରାନ୍ତ ବିଛା ରାଶିକୁ ଚଳନ କରିବେ। ଏହା ସହିତ ସୂର୍ଯ୍ୟ ଏବଂ ଚନ୍ଦ୍ରମା ନବମ ଓ ପଞ୍ଚମ ସ୍ଥାନରେ ରହିବେ। ଫଳରେ ଆଜି ନବପଞ୍ଚମ ଯୋଗ ସୃଷ୍ଟି ହେଉଛି। ଏହା ସହିତ ଆଜି ଆଷାଢ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି। ଏହାକୁ ହରିଶୟନୀ ଏକାଦଶୀ ତିଥି କୁହାଯାଏ।  ହରିଶୟନୀ ଏକାଦଶୀରେ ଏକ ସଂଗେ ସର୍ବାର୍ଥ ସିଦ୍ଧି ଯୋଗ, ଅମୃତ ସିଦ୍ଧି ଯୋଗ, ବୁଦ୍ଧାଦିତ୍ୟ ଯୋଗ ଓ ଅନୁରାଧା ନକ୍ଷତ୍ର ଶୁଭ ସଂଯୋଗ ମଧ୍ୟ ସୃଷ୍ଟି ହେଉଛି। ଏହି ଶୁଭ ସଂଯୋଗ ଫଳରେ ୫ଟି ରାଶିକୁ ଧନ ସହିତ ପ୍ରଚୁର ଲାଭ ମଧ୍ୟ ମିଳିବାକୁ ଯାଉଛି। ଏହି ୫ ରାଶିଙ୍କ ପାଇଁ ସମସ୍ତ ପ୍ରକାରର ଆୟର ରାସ୍ତା ଖୋଲିବ। ମାଲେମାଲ ହେବେ ଏହି ୫ ରାଶି।