Advertisement
Photo Details/zeeodisha/odisha2442305
photoDetails0hindi

Lucky Zodiac Sign: ସେପ୍ଟେମ୍ବର ୨୩ରେ ସିଦ୍ଧି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 23 september 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୋମବାର ଗଠିତ ଶୁଭ ଯୋଗରୁ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ। ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

1/5

ମିଥୁନ ରାଶି ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଫଳପ୍ରଦ ରହିବ। ମିଥୁନ ରାଶିର ବ୍ୟକ୍ତି ବିଶେଷ ସୋମବାର ସକାଳୁ ସତେଜ ଅନୁଭବ କରିବେ। ଫଳରେ ପ୍ରତିଟି କ୍ଷେତ୍ରରେ ଏମାନେ ସଫଳତା ହାସଲ କରିବେ। ଅଟକି ଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାରେ ସକ୍ଷମ ହେବେ। ମହାଦେବଙ୍କ କୃପାରୁ ଆଜି ନୂଆ ଗାଡି, ଘର କିମ୍ବା ସମ୍ପତି କିଣିବା ପାଇଁ ଯୋଗ ରହିଛି। ଆପଣଙ୍କର ଇଚ୍ଛା ପୂରଣ ହେବାକୁ ଯାଉଛି। ସନ୍ଧ୍ୟାରେ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ। 

 

2/5

ସିଂହ ରାଶି ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ସକରାତ୍ମକ ହେବାକୁ ଯାଉଛି। ସିଂହ ରାଶିର ବ୍ୟକ୍ତି ବିଶେଷମାନେ ମହାଦେବଙ୍କ କୃପା ଲାଭ କରିବେ। ଏହା ସହିତ ଅଧୁରା ଇଚ୍ଛା ମଧ୍ୟ ପୂରଣ ହେବାକୁ ଯାଉଛି। ଜୀବନରେ ସକରାତ୍ମକ ପରିବର୍ତ୍ତନ ହେବାକୁ ଯାଉଛି। ଆର୍ଥିକ ସ୍ଥିତି ମଜବୁତ ହେବାକୁ ଯାଉଛି। ଆର୍ଥିକ ସଂକଟ ମଧ୍ୟ ଦୂର ହେବ। ନିବେଶ ପାଇଁ ଦିନଟି ବେଶ ଭଲ ରହିବ। ବ୍ୟବସାୟୀଙ୍କ ପାଇଁ ଲାଭର ଦିନ ହେବାକୁ ଯାଉଛି। ବଡ଼ ଡିଲ ମିଳିପାରେ। ପିଲାମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତା ଦୂର ହେବ। ସନ୍ଧ୍ୟାରେ ପିଲାମାନଙ୍କ ସହିତ ସମୟ ଅତିବାହିତ କରିବେ। 

3/5

ବିଛା ରାଶି ବିଛା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜିର ଦିନଟି ବେଶ ଅନୁକୂଳ ହେବାକୁ ଯାଉଛି। ବିଛା ରାଶିର ବ୍ୟକ୍ତି ବିଶେଷଙ୍କର ମହାଦେବଙ୍କ କୃପାରୁ ଅଧୁରା ଇଚ୍ଛା ପୂରଣ ହେବାକୁ ଯାଉଛି। ଛାତ୍ରଛାତ୍ରୀମାନେ ପାଠପଢାରେ ମନନିବେଶ କରିବେ। ନିଜର ଲକ୍ଷ୍ୟ ପୁରଣ କରିବା ଦିଗରେ କାର୍ଯ୍ୟ କରିବେ। ପାରିବାରିକ ସମ୍ପତିକୁ ନେଇ ଲାଗି ରହିଥିବା ଆଇନଗତ ମାମଲାରେ ସଫଳତା ହାସଲ କରିପାରନ୍ତି। ନୂଆ ଚାକିରି ସନ୍ଧାନରେ ଥିବା ବ୍ୟକ୍ତିବିଶେଷଙ୍କୁ ସଫଳତା ମିଳିବ। ସନ୍ଧ୍ୟାରେ ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ। 

4/5

ଧନୁ ରାଶି ଧନୁ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ସକରାତ୍କମ ହେବାକୁ ଯାଉଛି। ଧନୁ ରାଶିର ବ୍ୟକ୍ତି ବିଶେଷମାନେ ଆଜି ମାର୍କେଟିଂରେ ବ୍ୟସ୍ତ ରହିବେ। ପଡ଼ୋଶୀଙ୍କ ସହିତ ଆଲୋଚନାରେ ଭାଗ ନେଇ ପାରନ୍ତି। ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ପୁରୁଣା ନିବେଶରୁ ମୋଟାଅଙ୍କର ଲାଭ କମାଇପାରନ୍ତି। ପୈତୃକ ସମ୍ପତିରୁ ଭାଗ ମିଳିପାରେ। ବ୍ୟବସାୟୀଙ୍କୁ ମୋଟା ଅଙ୍କର ଲାଭ ମିଳିପାରେ। ପରିବାରରେ କିଛି ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ଶ୍ରାଦ୍ଧ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ପତିପତ୍ନୀଙ୍କ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ହେବ। ସନ୍ଧ୍ୟାରେ ପରିବାର ସହିତ ଧାର୍ମିକ ସ୍ଥଳ ବୁଲିବାକୁ ଯାଇପାରନ୍ତି। 

5/5

ମୀନ ରାଶି ମୀନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ସକରାତ୍ମକ ରହିବାକୁ ଯାଉଛି। ମୀନ ରାଶିର ବ୍ୟକ୍ତିବିଶେଷ ଆଜି ମହାଦେବଙ୍କ ଆଶିର୍ବାଦ ଲାଭ କରିବାକୁ ଯାଉଛନ୍ତି । ଦିନଟି ବେଶ ସକରାତ୍ମକ ରହିବାକୁ ଯାଉଛି। ମହାଦେବଙ୍କ କୃପାରୁ ବୌଦ୍ଧିକ ଶକ୍ତି ବୃଦ୍ଧି ପାଇବ। ଭବିଷ୍ୟତ ପାଇଁ ସ୍ପଷ୍ଟ ନିଷ୍ପତ୍ତି ନେବାରେ ସକ୍ଷମ ହେବେ। ସମ୍ପତି କିମ୍ବା ଅଟକି ଥିବା ସରକାରୀ କାମରେ ସଫଳତା ହାସଲ କରିବାକୁ ଯାଉଛିନ୍ତି। ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ହାସଲ କରିବେ। ବିଦେଶ ଭ୍ରମଣ ଯୋଗ ରହିଛି। ବ୍ୟବସାୟୀମାନେ ନୂଆ କୌଶଳ ଆପଣାଇ ମୋଟା ଅଙ୍କର ଅର୍ଥ ରୋଜଗାର କରିବାରେ ସକ୍ଷମ ହେବେ। ସନ୍ଧ୍ୟାରେ ଧାର୍ମିକ ସ୍ଥଳ ଗସ୍ତ କରିପାରନ୍ତି। 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।