Advertisement
Photo Details/zeeodisha/odisha2406202
photoDetails0hindi

Lucky Zodiac Sign: ଅଗଷ୍ଟ ୩୦ରେ ୱେଶି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 30 August 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ରବାର ଗଠିତ ଶୁଭ ଯୋଗରୁ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ। ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

1/5

ବୃଷ ରାଶି ବୃଶ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି। ବୃଶ ରାଶିର ଲୋକଙ୍କ ପାଇଁ ଧୈର୍ଯ୍ୟ ଏବଂ ସନ୍ତୁଳନର ଦିନ ହେବାକୁ ଯାଉଛି। ଫଳରେ ଏହି ରାଶିର ବ୍ୟକ୍ତି ବିଶେଷ ଲାଭରେ ରହିବେ। ଖର୍ଚ୍ଚରେ ନିୟନ୍ତ୍ରଣ ଆସିବ। ସରକାରୀ ଚାକିରି ପାଇଁ ପ୍ରୟାସ କରୁଥିବା ପରୀକ୍ଷାର୍ଥିଙ୍କୁ ସଫଳତା ମିଳିବ। ବ୍ୟବସାୟିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଆର୍ଥିକ ସ୍ଥିତି ମଜବୁତ ହେବ। ସମସ୍ତ ଚିନ୍ତା ଦୂର ହେବ। ଭାଇମାନଙ୍କ ସହଯୋଗ ଫଳରେ ସମସ୍ତ ସମସ୍ୟା ଦୂର ହେବ। ପରିବାରର କୌଣସି ସଦସ୍ୟଙ୍କ ବିବାହ ପ୍ରସ୍ତାବ ଆସିପାରେ। 

 

2/5

କନ୍ୟା ରାଶି ଆଜି କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଚମତ୍କାର ରହିବ। କନ୍ୟା ରାଶିର ବ୍ୟକ୍ତିବିଶେଷ ମାନେ ମାତା ଲକ୍ଷ୍ମୀଙ୍କ ଆଶିର୍ବାଦ ଲାଭ କରିବେ। ଆପଣଙ୍କ ଅଟକି ଥିବା ସମସ୍ତ କାମ ସମାପ୍ତ ହେବ। କ୍ୟାରିୟରରେ ଉନ୍ନତି ହେବ। ଚାକିରିଆଙ୍କ ପଦୋନ୍ନତି ଯୋଗ ରହିଛି। ନୂଆ କର୍ମକ୍ଷେତ୍ରରୁ ଚାକିରି ପାଇଁ ଅଫର ଆସିପାରେ। ବାପାଙ୍କ ମାର୍ଗଦର୍ଶନରେ  ସବୁ କ୍ଷେତ୍ରରେ ସଫଳତା ଲାଭ କରିବେ। ଭାଇ ଭଉଣୀଙ୍କ ସହଯୋଗ ଲାଭ କରିବେ। ଫଳରେ ମନ ପ୍ରଫୁଲ୍ଲ ରହିବ। ସନ୍ଧ୍ୟାରେ ମାତାଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। 

 

3/5

ବିଛା ରାଶି ବିଛା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନ ବେଶ ଲାଭ ଦାୟକ ରହିବ। ବିଛା ରାଶିର ବ୍ୟକ୍ତି ମାନେ ନିବେଶରୁ ମୋଟା ଅଙ୍କର ଲାଭ ରୋଜଗାର କରିବେ। ବିଳାସମୟ ଜୀବନଶୈଳୀ ବିତାଇବେ। ଆପଣଙ୍କ ଜୀବନଶୈଳୀ କାରଣରୁ ଧନୀ ଶ୍ରେଣୀରେ ଆପଣ ପରିଗଣିତ ହେବେ। ପ୍ରତିଯୋଗିତା ପୂର୍ଣ୍ଣ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ପରୀକ୍ଷାର୍ଥୀଙ୍କୁ ସଫଳତା ମିଳିବ। କର୍ମକ୍ଷେତ୍ରରେ ଚାଲିଥିବା ବିବାଦର ଅନ୍ତ ହେବ। ବ୍ୟବସାୟୀମାନେ ଯୋଜନା ମୁତାବକ କାର୍ଯ୍ୟ କଲେ ସଫଳତା ମିଳିବ। ସନ୍ଧ୍ୟାରେ ବନ୍ଧୁ ମାନଙ୍କ ସହିତ ମନୋରଞ୍ଜନ କରି ସମୟ ଅତିବାହିତ କରିବେ। 

4/5

ଧନୁ ରାଶି ଧନୁ ରାଶି ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଉତ୍ତମ ରହିବ। ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ସଫଳତାର ଦିନ ହେବ। ପ୍ରତିଟି କ୍ଷେତ୍ରରେ ସଫଳତା ହାସଲ କରିବେ। ବ୍ୟବସାୟୀମାନେ ଭଲ ଲାଭ କମାଇବେ। ଚାକିରିଆଙ୍କୁ ସ୍ୱତନ୍ତ୍ର କାମରେ ନିୟୋଜିତ ହେବାକୁ ପଡିପାରେ। ସନ୍ତାନମାନେ ଧାର୍ମିକ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି। ପରିବାରରେ ଲାଗି ରହିଥିବା ବିବାଦର ଅନ୍ତ ହେବ। ସନ୍ଧ୍ୟା ସମୟରେ ବାପା ମାଙ୍କ ସହିତ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। 

5/5

କୁମ୍ଭ ରାଶି ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି । ସ୍ନେହପୂର୍ଣ୍ଣ ଆଚରଣ ଦ୍ୱାରା ଲୋକଙ୍କ ହୃଦୟ ଜିତିବାରେ ଆପଣ ସକ୍ଷମ ହେବେ । ନିଜ ମଧ୍ୟରେ ନିଷ୍ପତ୍ତି ନେବା କ୍ଷମତା ବୃଦ୍ଧି ପାଇବ । ବିଦେଶୀ ଉତ୍ସରୁ ଭଲ ଆର୍ଥିକ ଲାଭ ମିଳିବା ସହ ବିଦେଶ ଯିବାର ସମ୍ଭାବନା ରହିଛି । ଭାଇ ଓ ଭଉଣୀଙ୍କ ସାହାଯ୍ୟରେ ଅସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ କରିବେ । ଅଟକି ରହିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ରହିଛି । ଆଖି ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଥିଲେ ସେଥିରୁ ଆରୋଗ୍ୟ ଲାଭ କରିବେ । ପିତାମାତାଙ୍କ ସମର୍ଥନ ଏବଂ ଆଶୀର୍ବାଦ ଆପଣଙ୍କ ଉପରେ ରହିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)