Advertisement
Photo Details/zeeodisha/odisha2406235
photoDetails0hindi

Today Horoscope: ବୃଷ-ବିଛା ସହ ଏହି ସବୁ ରାଶିଙ୍କ ପାଇଁ ଅଶୁଭ ରହିବ ଆଜିର ଦିନ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

Horoscope Today 30 August 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅଗଷ୍ଟ 30 ହେଉଛି ଶୁକ୍ରବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12
  ମେଷ:  ଆଜି ଦିର୍ଘ ଦିନର ଆଶା ପୂରଣ ହେବ। ଆପଣଙ୍କ କଥା ଏବଂ କାର୍ଯ୍ୟ ଅନ୍ୟମାନଙ୍କୁ ଆକୃଷ୍ଟ କରିବ ।  ମହିଳାମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ହେବ। ବାଣିଜ୍ୟ, ବ୍ୟବସାୟରେ କେତେକ ସମସ୍ୟା ଦେଖାଦେଇପାରେ । ଆୟ ତୁଳନାରେ ବ୍ୟୟ ଅଧିକ ହେବାରୁ ଧାର କରଜ କରିବାକୁ ବାଧ୍ୟ ହେବେ।   ALSO READ:  Shani Gochar 2024: ଶନିଦେବ କରିବେ ନକ୍ଷେତ୍ର ପରିବର୍ତ୍ତନ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ !

2/12
ବୃଷ: ଅପ୍ରିୟ ସତ କଥା କହି ଦୋଷୀ ସାବ୍ୟସ୍ତ ହୋଇପାରନ୍ତି । ଫଳରେ ମନ ଭାରାକ୍ରାନ୍ତ ହେବ । ପରିବାରର ବ୍ୟୟ ବୃଦ୍ଧି ହେତୁ ବ୍ୟସ୍ତତା ମଧ୍ୟ ବୃଦ୍ଧି ପାଇପାରେ । ତରବରିଆ ଭାବେ କୌଣସି କାମ କଲେ କ୍ଷତିରେ ପଡ଼ିପାରନ୍ତି। ନିଜର ଲୋକ ପରୋକ୍ଷରେ ସମାଲୋଚନା କରିବା ସହିତ ଅସହଯୋଗ କରିବେ ।

3/12
ମିଥୁନ: ଆଜି ପାରିବାରିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ନେବେ । ବାଣିଜ୍ୟ, ବ୍ୟବସାୟରେ ସଫଳତା ମିଳିବ । ଶରୀର ସୁସ୍ଥ ରହିବ, ଆର୍ଥିକ ଅଭିବୃଦ୍ଧି ଘଟିବ । ଗୃହିଣୀମାନେ ନିଜର ଦକ୍ଷତା ପ୍ରତିପାଦନ କରି ପରିବାରରେ ପ୍ରଶଂସାର ପାତ୍ର ହେବେ ।

4/12
କର୍କଟ: ଶାରୀରିକ ମାନସିକ ଆର୍ଥିକ ଅଭିବୃଦ୍ଧି ଘଟିବ । ଶତ୍ରୁମାନେ ପରାଜିତ ହେବେ, ପୂର୍ବର ବକେୟା ଅର୍ଥ ହସ୍ତଗତ ହେବ । କର୍ମକ୍ଷେତ୍ରରେ ନିଜର ସ୍ଥିତିକୁ ସୁଦୃଢ଼ କରିବାରେ ସମର୍ଥ ହେବେ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ବ୍ୟବସାୟରେ ଅଶାନୁସାରେ ଲାଭ ପାଇବେ ନାହିଁ କିନ୍ତୁ ବନ୍ଧୁ ସାହାଯ୍ୟ କରିବେ।

5/12
ସିଂହ: ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ । ବନ୍ଧୁ ମିତ୍ରଙ୍କର ସହଯୋଗ ଓ ପ୍ରେରଣା ପାଇ ଉଚିତ ପନ୍ଥା ଗ୍ରହଣ କରିବେ । ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ୱ ଦେବେ ।

6/12

କନ୍ୟା: ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରିପାରନ୍ତି।  କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ ।

7/12

ତୁଳା: ପରିବାରରେ କୌଣସି ପ୍ରସଙ୍ଗକୁ ନେଇ ସମସ୍ୟା ଦେଖାଦେଇପାରେ। ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନକାରାତ୍ମକ ଚିନ୍ତା ମନକୁ ଆକ୍ରାନ୍ତ କରିବ। 

8/12

ବିଛା: କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।

9/12

ଧନୁ: ପରିବାରରେ ଛୋଟ ଛୋଟ କଥାକୁ ନେଇ ମନୋମାଳିନ୍ୟ, ସନ୍ଦେହ ଓ ଭୁଲ୍ ବୁଝାମଣା ଦେଖାଦେଇପାରେ। କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିବେ । ବିଳମ୍ବରେ ହେଲେ ମଧ୍ୟ କାର୍ଯ୍ୟ ହାସଲ କରିବେ । ପୁରାତନ ରୋଗର ଉପଶମ ହେବ । ପରୋକ୍ଷ ଶତ୍ରୁତା ଯୋଗୁ ମନ ଭଲ ରହି ନ ପାରେ।

10/12

ମକର: କୌଣସି ବ୍ୟକ୍ତି ପରୋକ୍ଷରେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ସମ୍ମାନ ପ୍ରାପ୍ତିର ଯୋଗ ରହିଛି।  ଅସାବଧାନତା କାରଣରୁ କୌଣସି ଜିନିଷ ହଜି ଯାଇପାରେ।

11/12
କୁମ୍ଭ: ଶତ୍ରୁମାନେ ପରାଜିତ ହେବେ । ବିଚାରଧୀନ ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିବ। ଅପରାହ୍ନରେ ଦେବ ଦର୍ଶନ ସକାଶେ ମନ ବଳାଇପାରନ୍ତି ଏବଂ ଦୂର ଯାତ୍ରା କରିପାରନ୍ତି । ପରିବାରରେ ପୁତ୍ରକନ୍ୟାଙ୍କ କାର୍ଯ୍ୟ କଳାପକୁ ନେଇ କେତେକ ସମସ୍ୟା ମନକୁ ବିଚଳିତ କରିବ ।

12/12

ମୀନ: ଆର୍ଥିକ ଅଭିବୃଦ୍ଧି ଘଟିବ। ଶତ୍ରୁମାନେ ପରାଜିତ ହେବେ, ବିଚାରଧୀନ ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିବ । ପୈତୃକ ସଂପତ୍ତି ସୀମାକୁ ନେଇ ପଡୋଶୀଙ୍କ ସହିତ ମନାନ୍ତର ହେବାର ସମ୍ଭାବନା ରହିଛି । ଯାନବାହନ ଚଳାଇବାବେଳେ ସତର୍କତା ଅବଲମ୍ବନ କରନ୍ତୁ । ଯାନ୍ତ୍ରିକ ତ୍ରୁଟି ବା ଦୁର୍ଘଟଣା ଘଟିପାରେ।