Advertisement
Photo Details/zeeodisha/odisha2416898
photoDetails0hindi

Lucky Zodiac Sign: ସେପ୍ଟେମ୍ବର ୬ରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 6th september 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ରବାର ଗଠିତ ଶୁଭ ଯୋଗରୁ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ। ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

 

1/5

ମିଥୁନ ରାଶି ଆଜି ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଉତ୍ସାହପୂର୍ଣ୍ଣ ରହିବ। ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ମାନସିକ ସ୍ତରରେ ଶାନ୍ତି ପାଇବେ। ଫଳରେ ନିଷ୍ପତ୍ତି ନେବାରେ ସଫଳ ହେବେ। ବନ୍ଧୁ ତଥା ସାଙ୍ଗ ସାଥୀଙ୍କ ସହିତ ଭ୍ରମଣ ଯୋଗ ରହିଛି। ନିବେଶ ପାଇଁ ଦିନଟି ବେଶ ଉପଯୁକ୍ତ ରହିବ। ମନ ଖୁସି ରହିବ। ବ୍ୟବସାୟରେ ପ୍ରତିଷ୍ଠା ଲାଭ କରିବେ। ସନ୍ଧ୍ୟାରେ ଦେବଦର୍ଶନରେ ଅତିବାହିତ ହେବ। 

2/5

ବିଛା ରାଶି ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ବେଶ ସ୍ୱତନ୍ତ୍ର ରହିବ। ବିଛା ରାଶିର ବ୍ୟକ୍ତିବିଶେଷ ସମସ୍ତ ପ୍ରକାର ସଫଳତା ହାସଲ କରିବେ। ସମାଜର ବରିଷ୍ଠ ଲୋକଙ୍କ ସହିତ ନୂଆ ଅନୁଭବ ଅଭିଜ୍ଞତା ହାସଲ କରିବେ। ନିବେଶ କରିବା ପାଇଁ ଦିନଟି ବେଶ ଉପଯୁକ୍ତ ଦିନ। ନିବେଶରୁ ମୋଟା ଅଙ୍କର ଲାଭ ପାଇବେ। ଲଭ ଲାଇଫରେ ପ୍ରେମୀଯୁଗଳମାନଙ୍କର ସମ୍ପର୍କ ଆହୁରି ମଜବୁତ ହେବ। ସନ୍ଧ୍ୟା ସମୟରେ ସମ୍ପର୍କୀୟଙ୍କ ଘରକୁ ଯାଇ ପାରନ୍ତି। 

3/5

କୁମ୍ଭ ରାଶି କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଲାଭ ଦାୟକ ରହିବ। କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆର୍ଥିକ ସ୍ଥିତିରେ ବେଶ ସୁଧାର ଆସିବ। ଋଣ ମୁକ୍ତ ହେବେ। ବିଦେଶ ଯାତ୍ରା ଯୋଗ ରହିଛି। ଚାକିରିଆମାନଙ୍କୁ କର୍ମକ୍ଷେତ୍ରରେ ସଫଳତା ମିଳିବ। ଘରକୁ ବନ୍ଧୁବାନ୍ଧବ ଆସିପାରନ୍ତି। ଛାତ୍ରଛାତ୍ରୀମାନେ ପାଠ ପଢାରେ ଧ୍ୟାନ ଦେବେ।ସନ୍ଧ୍ୟା ସମୟରେ ପୁରୁଣା ବନ୍ଧୁଙ୍କ ସହିତ ଭେଟ ହୋଇପାରେ। 

4/5

ସିଂହ ରାଶି ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ସକରାତ୍ମକ ରହିବ। ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଭୌତିକ ଉନ୍ନତି ପାଇଁ ଯୋଗ ରହିଛି। ମାତା ଲକ୍ଷ୍ମୀଙ୍କ କୃପାରୁ ଆୟରେ ବୃଦ୍ଧି ଘଟିବ।ବ୍ୟବସାୟରେ ଲାଭର ମାତ୍ରା ବଢିବ। ସନ୍ତାନ ମାନଙ୍କୁ ନେଇ ଲାଗି ରହିଥିବା ଚିନ୍ତା ଦୂର ହେବ। ଏହା ସହିତ ଶୁଭ ସମାଚାର ମଧ୍ୟ ମିଳିପାରେ। ଜୀବନସାଥିଙ୍କ ସହଯୋଗ ମିଳିବ। କିଛି ଦାମୀ ଜିନିଷ ଘରକୁ ଆଣିପାରନ୍ତି। ସନ୍ଧ୍ୟାରେ ପରିବାରର ସଦସ୍ୟଙ୍କ ସହିତ ସମୟ ଅତିବାହିତ କରିବେ।

5/5

ତୁଳା ରାଶି ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଲାଭଦାୟକ ରହିବ। ପରିବାର ସଦସ୍ୟ ଓ ବନ୍ଧୁ ସହୋଦରଙ୍କର ସହଯୋଗ ତୁଳା ରାଶିର ବ୍ୟକ୍ତିବିଶେଷଙ୍କୁ ମିଳିବ। ବ୍ୟବସାୟୀମାନେ ମୋଟାଅଙ୍କର ଲାଭ ରୋଜଗାର କରିବାକୁ ସକ୍ଷମ ହେବେ। ଚାକିରିଆମାନଙ୍କୁ ନୂଆ କର୍ମକ୍ଷେତ୍ରରେ ଚାକିରି ମିଳିବ। ଜୀବନସାଥୀଙ୍କ ସହିତ ଆନନ୍ଦମୟ ସମୟ ଅତିବାହିତ କରିବେ। ପରିବାର ସଦସ୍ୟ ବେଶ ଖୁସି ନଜର ଆସିବେ। ସନ୍ତାନମାନଙ୍କ ପକ୍ଷରୁ ଖୁସି ଖବର ମିଳିବ। ସନ୍ଧ୍ୟା ସମୟରେ ଦେବ ଦର୍ଶନ କରିପାରନ୍ତି। 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।