Advertisement
Photo Details/zeeodisha/odisha1574569
photoDetails0hindi

Mira Rajput: ନ୍ୟୁଡ୍ ଶାଢୀ ପାଇଁ ଏତିକି ଲକ୍ଷ ଖର୍ଚ୍ଚ କରିଥିଲେ ଶାହିଦଙ୍କ ପତ୍ନୀ ମୀରା !

Mira Rajput SidKiara Reception Look: ବଲିଉଡ ଅଭିନେତା ଶାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ ହୁଏତ ଫିଲ୍ମ ପୃଷ୍ଠଭୂମିରୁ ହୋଇନଥିବେ। କିନ୍ତୁ ତାଙ୍କ ଶୈଳୀ ଏବଂ ଡ୍ରେସିଂ ସେନ୍ସକୁ ଦେଖିଲେ ଏହା ନିଶ୍ଚିତ ଭାବରେ କୁହାଯାଇପାରେ ଯେ ତାଙ୍କ ଲୁକ୍ କୌଣସି ବଲିଉଡ ଅଭିନେତ୍ରୀଙ୍କଠାରୁ କମ୍ ନୁହେଁ। ମୀରା ପ୍ରତିଦିନ ଏପରି ପୋଷାକରେ ସାମ୍ନାକୁ ଆସନ୍ତି ଯେ ପ୍ରଶଂସକମାନେ ତାଙ୍କ ଡ୍ରେସିଂ ସେନ୍ସ ଦେଖି ଫ୍ୟାନ୍ସ ମାନେ ୱା ୱା ନକହି ରହିପାରନ୍ତିନି। 

1/5

ଶାହିଦଙ୍କ ସହ ମୁମ୍ବାଇରେ ଗ୍ରାଣ୍ଡ ରିସେପ୍ସନରେ ଯୋଗ ଦେଇଥିଲେ। ହେଲେ ଏହି ସମୟରେ ତାଙ୍କ ଶାଢୀକୁ ନେଇ ବେଶ ଚର୍ଚ୍ଚା ହୋଇଛି। ସିମ୍ପଲ ଦେଖାଯାଉଥିବା ଏହି ଶାଢୀର ଦାମ ଶୁଣିଲେ ଆପଣଙ୍କ ହୋସ ବି ଉଡ଼ିଯିବ।

2/5

ଶାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ ସିଦ୍ଧାର୍ଥ ମଲହୋତ୍ରା ଏବଂ କିୟାରା ଆଡଭାନୀଙ୍କ ବିବାହ ରିସେପ୍ସନକୁ ଏକ ନ୍ୟୁଡ୍ ନେଟ ପରି ଶାଢୀ  ପିନ୍ଧିଥିଲେ। ମୀରା ଏହି ଶାଢୀ ସହିତ ଏକ ହରିଜେଣ୍ଟାଲ ନେକ୍ ବ୍ଲାଉଜ ପିନ୍ଧିଥିଲେ। ଯେଉଁଥିରେ ସେ ବହୁତ ସୁନ୍ଦର ଦିଶୁଥିଲେ। 

3/5

ମୀରାଙ୍କର ଏହି ଶାଢୀ ତାଙ୍କ ଲୁକରେ ଚାର ଚାନ୍ଦ ଲଗାଉଥିଲା । ନିଜର ଶାଢୀ ଲୁକ୍କୁ ସମ୍ପୂର୍ଣ୍ଣ କରିବା ପାଇଁ, ମୀରା ଏକ ହୀରା କାନଫୁଲ ପିନ୍ଧିଥିଲେ ଏବଂ ଖୋଲା କେଶ ଏବଂ ହାଲକା ମେକଅପ୍ ସହିତ କ୍ୟାମେରା ଆଗରେ ପୋଜ୍ ଦେଇଥିଲେ।

4/5

ରିପୋର୍ଟ ଅନୁଯାୟୀ, ମୀରା ରାଜପୁତଙ୍କ ଏହି ଶାଢୀର ମୂଲ୍ୟ ପ୍ରାୟ ଏକ ଲକ୍ଷ ୯୫ ହଜାର ଟଙ୍କା। ମୀରା ସିଦ୍ଧାର୍ଥ କିୟାରାଙ୍କ ବିବାହ ରିସେପ୍ସନ୍ ଲୁକର ଆଉ କିଛି ଚିତ୍ର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ସୋସିଆଲ ମିଡିଆରେ ପ୍ରଶଂସକମାନେ ଏହି ଫଟୋ ଗୁଡ଼ିକୁ ବହୁତ ପସନ୍ଦ କରିଛନ୍ତି । 

5/5

ଏହା ବ୍ୟତୀତ ମୀରା ରାଜପୁତ ସିଦ୍ଧାର୍ଥ ଏବଂ କିୟାରାଙ୍କ ବିବାହ ଏବଂ ମେହେନ୍ଦି ଲୁକର ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ଫଟୋ ଗୁଡ଼ିକରେ ଉଭୟଙ୍କ ଚେହେରା ବହୁତ ଅଧିକ ଆଟ୍ରାକଟିଭ ଦେଖାଯାଉଛି।