Advertisement
photoDetails0hindi

Ollywood Celebrity: ହକି ବିଶ୍ୱକପରେ ନିଜର ଜଲୱା ଦେଖାଇବେ ଓଲିଉଡର ବଛାବଛା ଅଭିନେତା ଓ ଅଭିନେତ୍ରୀ, ଜାଣନ୍ତୁ ତାଲିକାରେ ଅଛନ୍ତି କିଏ କିଏ?

Ollywood Celebrity At FIH Hockey WorldCup: ଦିନ ଦୁଇଟାରେ ଷ୍ଟାଡିୟମର ଗେଟ୍ ଖୋଲାହେବାକୁ ଥିବା ବେଳେ ଦିନ ତିନିଟାରୁ ଆରମ୍ଭ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିବ କଟକ ବାରବାଟୀ ଷ୍ଟାଡିୟମ। ସେହିପରି ଗହଳିକୁ ଦେଖି ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରିଛି କମିଶନରେଟ ପୋଲିସ।

1/5

ଦିନ ତିନିଟାରୁ ଆରମ୍ଭ ହେବାକୁ ଯାଉଛି ବାରବାଟୀରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ତିନିଟା ସମୟରେ ଡିଜେ ଆରମ୍ଭ ହେବ ସେହିପରି ତିନିଟା ୫୦ ରୁ  ନୃତ୍ୟୁଗୁରୁ ଅରୁଣା ମହାନ୍ତି ଓ ତାଙ୍କ ଟିମର ଜଲଓ୍ବା ଦେଖିବ ପୁରା ବିଶ୍ବ।

2/5

ସେହିପରି ଅପରାହ୍ଣ ୪ ଟା୨୫ ରେ ବ୍ରହ୍ମପୁରର ପପୁଲାର ଡ୍ୟାନ୍ସ ଗ୍ରୁପ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ନିଜର ଚମତ୍କାର ଦେଖାଇବ।

3/5

ଅପରାହ୍ଣ ୪.୪୫ ମିନିଟ ସମୟରେ ଗାୟକ ଋତୁରାଜ ମହାନ୍ତି ନିଜର ସଙ୍ଗୀତ ମାଧ୍ୟମରେ ଦର୍ଶକଙ୍କ ମନ କିଣିବେ।

4/5

ଅନ୍ୟପଟେ ଓଲିଉଡର ସୁପରଷ୍ଟାର ସବ୍ୟସାଚୀ ମିଶ୍ର ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଯୋଗଦେବେ । ବାରବାଟୀ ଷ୍ଟାଡିୟମରେ ସବ୍ୟସାଚୀ ମିଶ୍ର ୫ ଟା ବାଜି ୧୦ ମିନିଟ ସମୟରେ ନିଜର ଲାଇଭ ପରଫରମାନ୍ସରେ ଦର୍ଶକଙ୍କ ମନ କିଣିବେ।

5/5

ସେହିପରି ଅଭିନେତ୍ରୀ ତଥା ତାଙ୍କ ପତ୍ନୀ ଅର୍ଚ୍ଚିତା ମଧ୍ୟ ସମାନ ସମୟରେ ଷ୍ଟାଡିୟମରେ ନିଜର ପରଫରମାନ୍ସ ଦେବା ନେଇ କାର୍ଯ୍ୟସୂଚି ରହିଛି।