Advertisement
Photo Details/zeeodisha/odisha2062165
photoDetails0hindi

Parikrama Prakalpa: ନବବଧୂ ପରି ସଜେଇ ହୋଇଛି ଶ୍ରୀକ୍ଷେତ୍ର, ଦେଖିଲେ ଲାଖିଯିବ ଆଖି

ରାତି ପାହିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ପୌଷ ଶୁକ୍ଳ ସପ୍ତମୀ ତିଥି ଅର୍ଥାତ୍‌‌ ୨୦୨୪ ଜାନୁଆରୀ ୧୭ ତାରିଖ ଦିନ ସମଗ୍ର ରାଜ୍ୟ ପାଇଁ ଏକ ଅବିସ୍ମରଣୀୟ ଦିନ ହୋଇ ରହିବ। ଏହି ଭବ୍ଯ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। 

1/7

ଏହାର ଲୋକାର୍ପଣ ପାଇଁ ନବବଧୂଟିଏ ଭଳି ସଜେଇ ହୋଇଛି ପୁରୀ(Puri)। ଦେଖିଲେ ସତେ ଯେପରି ଆଖି ଲାଖି ଯାଉଛି। ଭାବଭକ୍ତିରେ ଉଚ୍ଛୁଳି ପଡ଼ୁଛି ସିଂହଦ୍ୱାରରୁ ଶରଧାବାଲି। 

2/7

ସୂର୍ଯ୍ୟପୂଜା, ଅଖଣ୍ଡଦୀପ ସ୍ଥାପନ, ପଞ୍ଛକର୍ମ, ମଣ୍ଡଳ ପୂଜନ ଆଦି ସହ ଚାରିଦ୍ବାରରେ ବେଦପାଠ ପାରାୟଣ ଓ ସଂକୀର୍ତ୍ତନ ଆଦି ବେଶ ଆଧ୍ୟାତ୍ମିକ ପରିବେଶରେ ସମ୍ପନ୍ନ ହୋଇଯାଇଛି। ପୂର୍ବ ଦ୍ବାରରେ ରୁକ୍ ବେଦ, ଦକ୍ଷିଣ ଦ୍ବାରରେ ଯଜ୍ଜୁବେଦ, ପଶ୍ଚିମଦ୍ବାରରେ ସାମ ବେଦ ଓ ଉତ୍ତର ଦ୍ବାରରେ ଅଥର୍ବ ବେଦ ପାଠ ଓ ପାରାୟଣ କରାଯାଉଛି।

3/7

ଆଲୋକୀକରଣ ସହ ସହରର ବିଭିନ୍ନ ରାସ୍ତା ଘାଟ କାନ୍ଥ ପ୍ରାଚୀରରେ ଅତ୍ୟନ୍ତ ଆକର୍ଷଣୀୟ ଚିତ୍ରକଳା ସମସ୍ତଙ୍କ ମନ ମୋହୁଛି। ବିଶେଷକରି ସହରର ପ୍ରମୁଖ ପ୍ରବେଶ ପଥ ପାଚେରୀରେ ରଙ୍ଗତୂଳୀରେ ଶିଳ୍ପୀ ଆଙ୍କିଛନ୍ତି ମନଛୁଆଁ ଚିତ୍ରକଳା। 

4/7

ରାଜ୍ୟର ବିଭିନ୍ନ ମନ୍ଦିର ପୂଜକ ଓ ଟ୍ରଷ୍ଟ ବୋଡ ସଦସ୍ୟ, ବିଦେଶରୁ ଅନେକ ଜଗନ୍ନାଥ ପ୍ରେମୀ ଭକ୍ତ, ନେପାଳ ପଶୁପତିନାଥ ମନ୍ଦିରର ପୂଜକ ଓ ବିଭିନ୍ନ ମନ୍ଦିରର ପ୍ରତିନିଧି ମାନେ ଯୋଗଦାନ କରିବେ।

5/7

ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ସେଥିପାଇଁ ସୁରକ୍ଷା, ଗମନା ଗମନ ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ।ଶ୍ରୀ ସେତୁ ସହ ଜଗନ୍ନାଥ ବଲ୍ଲଭ ପିଲିଗ୍ରୀମ ସେଣ୍ଟର୍,ଶ୍ରୀ ମାର୍ଗର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

6/7

ଚାରିଥାକିଆ ସୁରକ୍ଷା ବ୍ୟବସ୍ଥା ସହ ୮୦ ପ୍ଲାଟୁନ ଫୋର୍ସ ମୃତୟନ କରାଯିବ।ଅତିଥି ଓ ଭକ୍ତଙ୍କ ସୁରକ୍ଷା ଓ ଦର୍ଶନ ବ୍ୟବସ୍ଥା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ପୋଲିସ ଡିଜି କହିଛନ୍ତି।

7/7

ତେବେ ଦୁଇଟି ସ୍ଥାନରେ ଏକ୍ଜିବିସନ କରାଯିବ। ଗୋଟିଏ ସ୍ଥାନରେ ପରିକ୍ରମା ପ୍ରକଳ୍ପର ଡିଜିଟାଲ 3D model ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଥିବା ତିନୋଟି ରଥ ପ୍ରଦର୍ଶିତ ହେବ। ସେହିଭଳି ଅନ୍ଯଟିରେ ମହାପ୍ରଭୁଙ୍କର ଅଲଗା ଅଲଗା ବେଶ୍ ପ୍ରଦର୍ଶିତ ହେବ ବୋଲି କହିଛନ୍ତି ଜିଲ୍ଲାପାଳ।