Advertisement
Photo Details/zeeodisha/odisha1640579
photoDetails0hindi

Extra Marital Affair in Bollywood: ବିବାହ ପରେ ଅନ୍ୟ ଯୁବତୀଙ୍କ ପ୍ରେମର ପଡ଼ିଥିଲେ ଏହି ସବୁ ଷ୍ଟାର, ବିବାହ ନ କରି ବାପା ହୋଇଥିଲେ ଏହି ଅଭିନେତା

Star Affair: ବଲିଉଡ଼ ଷ୍ଟାର ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାର ରହିଥାଆନ୍ତି । ଆଜିକାଲିର ସୋସିଆଲ ମିଡି଼ଆର ଯୁଗରେ ସେଲେବ୍ରେଟିଙ୍କ ଜୀବନରେ ଘଟୁଥିବା ପ୍ରତ୍ୟେକଟି ଘଟଣା ନିଆଁ ବେଗରେ ଭାଇରାଲ ହୋଇଥାଏ । ତେବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି ଅନେକ ଷ୍ଟାର ଅଛନ୍ତି,  ଯେଉଁମାନେ ବିବାହିତ ହେବା ସତ୍ତ୍ବେ ସେମାନଙ୍କ ନାମ ଅନ୍ୟ ଯୁବତୀ ବା ଅଭିନେତ୍ରୀଙ୍କ ଯୋଡ଼ା ଯାଇଥିଲା । ଆଉ କେତେକ ତାରକା ତ ପତ୍ନୀ ଥିବା ସତ୍ତ୍ବେ ଅନ୍ୟ ଯୁବତୀଙ୍କ ପ୍ରେମର ପଡ଼ିଯାଇଥିଲେ । ତେବେ ଆସନ୍ତୁ ଆଜି ସେହି ଷ୍ଟାର ମାନଙ୍କ ବିଷୟରେ ଆଲୋଚନା କରିବା ।

1/5

ବଲିଉଡ଼ର ଛୋଟ ନବାବ ତଥା ସୈଫ ଅଲ୍ଲୀ ଖାନ ୧୯୯୧ ମସିହାରେ ଅଭିନେତ୍ରୀ ଅମୃତା ସିଂଙ୍କୁ ବିବାହ କରିଥିଲେ। ୧୩ ବର୍ଷ ବିବାହ ଓ ୨ଟି ସନ୍ତାନ ପରେ ସୈଫ -ଅମୃତାଙ୍କୁ ଛାଡପତ୍ର ଦେଇଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରସିଦ୍ଧ ମଡେଲ ରୋଜା ସହ ସୈଫଙ୍କ ଘନିଷ୍ଠତାକୁ ପସନ୍ଦ କରୁନଥିଲେ ଅମୃତା । ଏହି କାରଣରୁ ଉଭୟଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା।

2/5

ଅଭିନେତା ଆମୀର ଖାନଙ୍କ ପ୍ରଥମେ ରିନା ଦତ୍ତାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇ ସନ୍ତାନ ମଧ୍ଯ ରହିଛନ୍ତି । ବିବାହର ୧୬ ବର୍ଷ ପରେ ରିନା ଓ ଆମୀର ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମୀର ଛାଡପତ୍ର ପୂର୍ବରୁ କିରଣ ରାଓଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ। ରିନାଙ୍କଠାରୁ ଅଲଗା ହେବା ପରେ ଆମୀର କିରଣଙ୍କୁ ବିବାହ କରିଥିଲେ, କିନ୍ତୁ ୨୦୨୧ ମସିହାରେ ଆମୀର ଓ କିରଣଙ୍କ ବିବାହ ବିଚ୍ଛେଦ ହୋଇଥିଲା ।

3/5

ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲ ତାଙ୍କ କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ ମଡେଲ ମେହେର ଜେସିଆଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ଝିଅ ମଧ୍ଯ ଅଛନ୍ତି। ୨୧ ବର୍ଷର ସମ୍ପର୍କ ପରେ ଅର୍ଜୁନ ଓ ମେହେର ପରସ୍ପରକୁ ଛାଡପତ୍ର ଦେଇଥିଲେ । ଏହା ପରେ ଅର୍ଜୁନ ଦକ୍ଷିଣ ଆଫ୍ରିକାର ମଡେଲ ଗାବ୍ରିଏଲାଙ୍କ ସହ ଲାଇଭ-ଇନ୍‌ରେ ରହିଥିଲେ। ତେବେ ଉଭୟଙ୍କ ବିବାହ ହୋଇନଥିଲେ ମଧ୍ଯ ଗାବ୍ରିଏଲା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ।

4/5

୨୦୦୦ ମସିହାରେ ବଲିଉଡ଼ ଅଭିନେତା ଫରହାନ ଅଖତର ଅଧୁନାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ଝିଅ ମଧ୍ୟ ଅଛି । କିନ୍ତୁ ୧୭ ବର୍ଷ ପରେ ବିବାହ ବିଚ୍ଛେଦ ଘଟିଥିଲା। ଛାଡପତ୍ର ପରେ ଫରହାନ ଅଭିନେତ୍ରୀ ତଥା ମଡେଲ ଶିବାନୀ ଦାଣ୍ଡେକରଙ୍କ ସହ କିଛି ବର୍ଷ ଲାଇଭ-ଇନ୍‌ରେ ରହିଥିଲେ , ପରେ ୨୦୨୨ ମସିହାରେ ଦୁହେଁ ବିବାହ କରିଥିଲେ।

5/5

ସଲମାନ ଖାନଙ୍କ ଭାଇ ଅରବାଜ ଖାନ୍ ୧୯୯୮ ମସିହାରେ ଅଭିନେତ୍ରୀ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ, ୨୦୧୭ ମସିହାରେ ଉଭୟଙ୍କ ଛାଡପତ୍ର ହୋଇଥିଲା। ସେମାଙ୍କର ଏକ ପୁଅ ମଧ୍ୟ ଅଛି । ଛାଡପତ୍ର ପରେ ଅରବାଜଙ୍କ ନାମ ମଡେଲ ଜର୍ଜିଆ ଆଣ୍ଡ୍ରିଆନିଙ୍କ ସହ ଯୋଡ଼ା ଯାଇଥିଲା । ମିଡିଆ ରିପୋର୍ଟ ଅନୁଯାୟୀ, ଉଭୟ ବର୍ତ୍ତମାନ ଲାଇଭ-ଇନ୍‌ରେ ରହୁଛନ୍ତି।