Advertisement
photoDetails0hindi

Relationship Tips: ବୈବାହିକ ଜୀବନକୁ ସୁଖମୟ ଓ ଆନନ୍ଦମୟ କରେ ଏହି ଟିପ୍ସ...

Successful Married Life Tips:  ଉଭୟ ସ୍ୱାମୀ-ସ୍ତ୍ରୀ ଚାହିଁଲେ ହିଁ ଏକ ସଫଳ ଦାମ୍ପତ୍ୟ ଜୀବନର ସ୍ୱପ୍ନ ସାକାର ହୋଇଥାଏ । ଯଦି ଆପଣ ନିଜ ଜୀବନ ସାଥୀକୁ ଖୁସି ରଖିବାରେ ସକ୍ଷମ ହେଉଛନ୍ତି ତାହାଲେ ଏହି ସମ୍ପର୍କ ଅଧିକ ସମୟ ଯାଏଁ ତିଷ୍ଠି ରହି ପାରିବ। ଆସନ୍ତୁ ଜାଣିବା ଏପରି କିଛି ଟିପ୍ସ ଯାହା ଆପଣଙ୍କ ଦାମ୍ପତ୍ତ୍ୟ ଜୀବନକୁ ସୁନ୍ଦର କରି ଗଢି଼ ତୋଳିବ।

1/5

ସମ୍ପର୍କରୁ ଦୃଢ କରିବା ଲାଗି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପ୍ରେମ ରହିବା ନିହାତି ଜରୁରୀ । ଆଉ ଏହି କଥା ବି ସତ ଯେ ପ୍ରେମ ବନ୍ଧୁତ୍ୱରୁ ହିଁ ଆରମ୍ଭ ହୋଇଥାଏ । ତେଣୁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବନ୍ଧୁତା ରହିଲେ ସମ୍ପର୍କ ଆହୁରୀ ନିବିଡ଼ ହୋଇପାରିବ। ନିଜ ଜୀବନ ସାଥୀଙ୍କ ସହ ବନ୍ଧୁ ପରି ଥଟ୍ଟା ମଜା ଓ ପୁରୁଣା ସ୍ମୃତି ବାଣ୍ଟିବା ଆବଶ୍ୟକ, ଏହାଦ୍ୱାରା ସମ୍ପର୍କ ଆହୁରୀ ନିବିଡ଼ ହୋଇଥାଏ । 

2/5

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ସ୍ୱାମୀ -ସ୍ତ୍ରୀ ପରସ୍ପର ସହିତ ସମୟ ବିତାଇ ପାରନ୍ତିନାହିଁ । ତେଣୁ ଛୁଟିଦିନରେ ନିଜ ପାର୍ଟନର ସହ ସମୟ ବିତାଇବା ନିହାତି ଜରୁରୀ । ଏହା କରିବା ଦ୍ୱାରା ପରସ୍ପର ବିଷୟରେ ଅଧିକ ଜାଣିବାକୁ ଲାଗିବେ ।

3/5

ମହିଳା ହୁଅନ୍ତୁ କି ପୁରୁଷ ପ୍ରଶଂସା କାହାକୁ ବା ପସନ୍ଦ ନୁହେଁ । ତେଣୁ ନିଜ ପାର୍ଟନରଙ୍କୁ ସେମାନଙ୍କ କାମକୁ ନେଇ ସର୍ବଦା ପ୍ରଶଂସା କରିବା ଉଚିତ୍ । ଏହା କରିବା ଦ୍ୱାରା ଉଭୟଙ୍କ ମଧ୍ୟରେ ସମ୍ପର୍କ ବେଶ Strong ହୋଇଥାଏ ।

4/5

ଦାମ୍ପତ୍ୟ ଜୀବନରେ ନିଜ ଜୀବନସାଥୀଙ୍କ ସହ ସର୍ବଦା ସାମାଜିକ ପ୍ରସଙ୍ଗକୁ ନେଇ ଆଲୋଚନା କରନ୍ତୁ । ଏହା କରିବା ଦ୍ୱାରା ପରସ୍ପରକୁ ବୁଝିବା ସହଜ ହୋଇଥାଏ । ମନେରଖନ୍ତୁ ଏକ ମଜଭୁତ ସମ୍ପର୍କ ଲାଗି ଯୋଗାଯୋଗ (Communication) ବେଶ ଜରୁରୀ ଅଟେ ।

5/5

ଯେତେବେଳେ ଆପଣ କାହାକୁ ନିଜ ଜୀବନସାଥୀ ଭାବେ ବାଛୁଛନ୍ତି ତାହାଲେ ପରସ୍ପରର ଭଲ ମନ୍ଦ, ସୁଖ ଦୁଃଖରେ ସାଥ ଦେବା ଜରୁରୀ ଏହାଦ୍ୱାରା ସମ୍ପର୍କ ଆହୁରୀ ନିବିଡ଼ ହୋଇଥାଏ ।