Advertisement
photoDetails0hindi

Actresses Who Left Job: ହିରୋଇନ ହେବା ଆଗରୁ ଏହିସବୁ ଚାକିରୀ କରୁଥିଲେ ବି-ଟାଉନ ଅଭିନେତ୍ରୀ, ଦେଖନ୍ତୁ ଫଟୋ

Actresses Who Left Job: ବଲିଉଡ଼ରେ ଏପରି ବହୁ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅଭିନୟ ଦୁନିଆରେ ପାଦ ଦେବା ଆଗରୁ ଚାକିରି କରୁଥିଲେ । ପରେ ଚାକିରି ଛାଡ଼ି ସେମାନେ ଅଭିନୟକୁ ବାଛିଥିଲେ ।

1/5

ପରିଣିତି ଚୋପ୍ରା(Parineeti chopra)- ଇକୋନୋମିକ୍ସରେ ସ୍ନାତକ ହାସଲ କରିଥିବା ପରିଣିତି ପ୍ରଥମେ PR ଟିମରେ କାମ କରୁଥିଲେ ।

2/5

ସୋହା ଅଲ୍ଲୀ ଖାଁ(soha ali khan)- ସୋହା ଅଲ୍ଲୀ ଖାଁ ଚଳଚ୍ଚିତ୍ର ଜଗତକୁ ଆସିବା ଆଗରୁ ଏକ ବ୍ୟାଙ୍କରେ କାମ କରୁଥିଲେ । ସେ ଲଣ୍ତନ ସ୍କୁଲ ଅଫ ଇକୋନୋମିକ୍ସ ଆଣ୍ତ ପଲିଟିକାଲ ସାଇନ୍ସରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ବର୍ତ୍ତମାନ ଅଭିନେତ୍ରୀ ଚଳଚ୍ଚିତ୍ର ପରଦାରୁ ଦୂରରେ ଅଛନ୍ତି।

3/5

ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍(Jaqline Fernandez)- ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ବର୍ତ୍ତମାନ ବେଶ ସଫଳ ଅଭିନେତ୍ରୀ ଅଟନ୍ତି । ଖବର ଅନୁଯାୟୀ, ସେ ପୂର୍ବରୁ ଜଣେ ସାମ୍ବାଦିକ ଥିଲେ। ସେ ସିଡନୀରୁ ମାସ କମ୍ୟୁନିକେସନ୍ ଅଧ୍ୟୟନ କରିଥିଲେ। ପରେ ଜ୍ୟାକଲିନ୍ ମଡେଲିଂ ଓ ଏହାପରେ ଅଭିନୟ ଦୁନିଆରେ ପାଦ ଥାପିଥିଲେ ।

4/5

ତାପସି ପନ୍ନୁ(Tapsee pannu)- ନିଜର ଦମଦାର ଓ ଭିନ୍ନ ଅଭିନୟ ଲାଗି ବେଶ ପ୍ରସଂଶା ସାଉଁଟିଛନ୍ତି ତାପସୀ ପନ୍ନୁ । କିନ୍ତୁ ଅଭିନେତ୍ରୀ ସଫ୍ଟୱେୟାର ଇଂଞ୍ଜିନିୟର ଭାବେ ପୂର୍ବରୁ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ।  

5/5

ଅମିଶା ପଟେଲ (Amisha patel )- ଅମେଶା ପଟେଲ ଏକ କମ୍ପାନୀରେ ଅର୍ଥନୀତି ବିଶ୍ଳେଷଣକାରୀ ଭାବେ କାମ କରୁଥିଲେ । ସେ ସମୟରେ ରାକେଶ ରୋଶନ ତାଙ୍କୁ ‘କହୋ ନା ପ୍ୟାର ହୈ’ ଫିଲ୍ମ ଅଫର କରିଥିଲେ। ଚଳଚ୍ଚିତ୍ରଟି ସେ ସମୟରେ ବେଶ ହିଟ୍ ହୋଇଥିଲା ।