Advertisement
photoDetails0hindi

Mosquito Magnet: କିଛି ଲୋକଙ୍କୁ କାହିଁକି ଅଧିକ କାମୁଡ଼ନ୍ତି ମଶା, ବୌଜ୍ଞାନିକମାନେ ଦେଲେ ଏହି ଉତ୍ତର

Mosquito Magnet: ମଶା କିଛି ଲୋକଙ୍କୁ ଅଧିକ କାମୁଡ଼ନ୍ତି ତ ଆଉ କିଛି ଲୋକଙ୍କୁ କମ୍ କାହିଁକି କାମୁଡନ୍ତି । ବର୍ତ୍ତମାନ ଏହାର ଉତ୍ତର ବୈଜ୍ଞାନିକମାନେ ପାଇ ଯାଇଛନ୍ତି । ତେବେ ଆସନ୍ତୁ ଜାଣିବା, କାହିଁକି ମଶା କିଛି ଲୋକଙ୍କୁ ଅଧିକ କାମୁଡ଼ିଥାନ୍ତି ।

1/5

ପ୍ରାୟତ ଆପଣ ନିଶ୍ଚୟ ଦେଖିଥିବେ ଯେ ସମାନ ସ୍ଥାନରେ ବସିଥିବା କିଛି ଲୋକଙ୍କୁ ମଶା ଅଧିକ କାମୁଡ଼ନ୍ତି ଓ କିଛି ଲୋକ କମ୍ କାମୁଡ଼ନ୍ତି । ଏହା କାହିଁକି ଘଟେ, ଏହି ପ୍ରଶ୍ନ ଦୀର୍ଘ ଦିନ ଧରି ବୈଜ୍ଞାନିକମାନଙ୍କ ମଧ୍ୟରେ ବିତର୍କର ବିଷୟ ହୋଇଆସୁଥିଲା । ବୈଜ୍ଞାନିକମାନେ ବର୍ତ୍ତମାନ ଏହି ପ୍ରଶ୍ନର ଉତ୍ତର ପାଇଛନ୍ତି । ଗବେଷଣା କରୁଥିବା ଆମେରିକୀୟ ବୈଜ୍ଞାନିକମାନେ କୁହନ୍ତି, ଏହାର ସଂଯୋଗ ସୁଗନ୍ଧ ସହିତ ଜଡିତ । ତେବେ ଆସନ୍ତୁ ଜାଣିବା, କାହିଁକି କିଛି ଲୋକଙ୍କୁ ମଶା ଅଧିକ କାମୁଡ଼ନ୍ତି ।

2/5

କାହିଁକି ମଶା କିଛି ଲୋକଙ୍କୁ ଅଧିକ କାମୁଡ଼ନ୍ତି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଭର୍ଜିନିଆ ପଲିଟେକ୍ନିକ୍ ଇନଷ୍ଟିଚ୍ୟୁଟ୍ ଓ ଆମେରିକାର ଷ୍ଟେଟ୍ ୟୁନିଭରସିଟି ମିଳିତ ଭାବରେ ଏକ ଗବେଷଣା କରିଛନ୍ତି । ଗବେଷକମାନେ କୁହନ୍ତି, ଏଥିପାଇଁ ସାବୁନର ସୁଗନ୍ଧ ଦାୟୀ । ଏହା ମଶାମାନଙ୍କ ପାଇଁ ଚୁମ୍ବକ ଭଳି କାମ କରେ ।

3/5

ବୈଜ୍ଞାନିକମାନେ ଏହାକୁ ବୁଝିବା ପାଇଁ ୪ଟି ଭିନ୍ନ ଭିନ୍ନ ବ୍ରାଣ୍ଡ୍ ସାବୁନ୍ ବାଛିଥିଲେ । ୫ ଜଣଙ୍କ ଉପରେ ଗବେଷଣା କରାଯାଇଥିଲା । ଗବେଷଣା ସମୟରେ ବୈଜ୍ଞାନିକମାନେ ଏଥିରେ ସମ୍ପୃକ୍ତ ୫ଜଣଙ୍କ ଶରୀରର ବାସ୍ନାକୁ ବିଶ୍ଳେଷଣ କରିଥିଲେ । ସ୍ନାନ ପୂର୍ବରୁ ଓ ପରେ, ମହିଳା ଏଡିସ୍ ଏଜିପ୍ଟି ମଶା ଉପରେ ସେମାନଙ୍କ ଶରୀରର ବାସ୍ନାର କିପରି ପ୍ରଭାବ ପରିଲକ୍ଷିତ ହୋଇଥିଲା ତାହା ଦେଖା ଯାଇଥିଲା । ଏଥି ପାଇଁ ମଶାମାନଙ୍କୁ ଏହି ଲୋକମାନଙ୍କ ପାଖରେ ଛଡା ଯାଇଥିଲା ।

4/5

ଗବେଷଣାରେ ଏହା ପ୍ରକାଶ ପାଇଛି ଯେ, ଯେଉଁମାନେ ଡୋଭ, ଡାଏଲ୍ ଓ ସିମ୍ପଲ ଟ୍ରିଥ୍ ପରି ବ୍ରାଣ୍ଡର ସାବୁନ ବ୍ୟବହାର କରୁଥିଲେ, ମଶା ସେମାନଙ୍କ ପାଖରେ ପହଞ୍ଚିଥିଲେ । ଅନ୍ୟପକ୍ଷରେ, ଯେଉଁମାନେ ନଡ଼ିଆ ତେଲ ଓ ଭନିଲା ପରି ଅଧିକ ସୁଗନ୍ଧିତ ସାବୁନ ବ୍ୟବହାର କରୁଥିଲେ, ମଶା ସେମାନଙ୍କଠାରୁ ଦୂରରେ ରହିଥିଲେ । ବୈଜ୍ଞାନିକମାନେ କହିଛନ୍ତି ଯେ ଏହା ନଡ଼ିଆ ତେଲ ସାବୁନ କ୍ଷେତ୍ରରେ ଏପରି ଏଥିପାଇଁ ହେଲା କାରଣ ଏହା ଏକ ନେଚୁରାଲ ଡେଟରଣ୍ଟ ଭାବରେ ବିବେଚନା କରାଯାଏ ।

5/5

ଗବେଷଣାକାରୀମାନେ ବିଶ୍ୱାସ କରନ୍ତି ଯେଉଁ ସାବୁନ୍ ଅଧିକ ଫେଣ ଉତ୍ପାଦନ କରେ, ତାକୁ ବ୍ୟବହାର କରୁଥିବା ଲୋକ ମାନଙ୍କ ଚାରିପାଖରେ ମଶାମାନେ ଅଧିକ ବୁଲନ୍ତି । ହାଲକା ଓ ମୃଦୁ ବାସ୍ନା କରୁଥିବା ସାବୁନ ସହିତ ସ୍ନାନ କରୁଥିବା ଲୋକମାନଙ୍କ ପାଖରେ ମଶା ମାନେ କମ୍ ଯାଇଥାନ୍ତି ।