Odisha Capital Foundation Day: ଆଜି ହେଉଛି ରାଜଧାନୀର ୭୬ ତମ ପ୍ରତିଷ୍ଠା ଦିବସ। ୧୯୪୮ ମସିହାରୁ ପ୍ରତିବର୍ଷ ଆଜିର ଦିନରେ ପାଳିତ ହୋଇଆସୁଛି ରାଜଧାନୀ ପ୍ରତିଷ୍ଠା ଦିବସ। ୧୯୪୮ ମସିହା ଅପ୍ରେଲ ୧୩ ତାରିଖରେ ଓଡ଼ିଶାର ରାଜଧାନୀ ହୋଇଥିଲା ଭୁବନେଶ୍ୱର। ସେବେ ଠାରୁ ପ୍ରତିବର୍ଷ ଅପ୍ରେଲ ୧୩ ତାରିଖରୁ ପାଳିତ ହୋଇଆସୁଛି "ଭୁବନେଶ୍ୱର ପ୍ରତିଷ୍ଠା ଦିବସ"। ଯାହା ରାଜଧାନୀ ପ୍ରତିଷ୍ଠା ଦିବସ" ଭାବରେ ପାଳିତ ହୋଇଥାଏ।
Odisha Capital Foundation Day: ଆଜି ହେଉଛି ରାଜଧାନୀର ୭୬ ତମ ପ୍ରତିଷ୍ଠା ଦିବସ। ୧୯୪୮ ମସିହାରୁ ପ୍ରତିବର୍ଷ ଆଜିର ଦିନରେ ପାଳିତ ହୋଇଆସୁଛି ରାଜଧାନୀ ପ୍ରତିଷ୍ଠା ଦିବସ। ୧୯୪୮ ମସିହା ଅପ୍ରେଲ ୧୩ ତାରିଖରେ ଓଡ଼ିଶାର ରାଜଧାନୀ ହୋଇଥିଲା ଭୁବନେଶ୍ୱର। ସେବେ ଠାରୁ ପ୍ରତିବର୍ଷ ଅପ୍ରେଲ ୧୩ ତାରିଖରୁ ପାଳିତ ହୋଇଆସୁଛି "ଭୁବନେଶ୍ୱର ପ୍ରତିଷ୍ଠା ଦିବସ"। ଯାହା ରାଜଧାନୀ ପ୍ରତିଷ୍ଠା ଦିବସ" ଭାବରେ ପାଳିତ ହୋଇଥାଏ।
1/5୧୯୪୮ ମସିହାରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଭାବେ ସ୍ଥାପିତ ହୋଇଥିଲା। ଏହି ସହର ପାଖାପାଖି ଦୁଇ ହଜାର ବର୍ଷର ପୁରୁଣା ବୋଲି କୁହାଯାଏ। ଭୁବନେଶ୍ୱର ମନ୍ଦିରମାଳିନୀ ସହର ଭାବେ ଜଣାଶୁଣା। ଯାହା ଇତିହାସ ପୃଷ୍ଠାରେ ଏକାମ୍ର ନାମରେ ମଧ୍ୟ ଜଣାଶୁଣା। ସର୍ବପ୍ରଥମେ ୧୯୪୬ ମସିହାରେ ଭୁବନେଶ୍ୱରକୁ ଏକ ମନହୋର ନଗରୀରେ ଗଢ଼ି ତୋଳିବାର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀ ସ୍ଥପତି ଅଟୋକଏନ୍ସ ବର୍ଗର।
2/5୧୯୪୮ ମସିହା ଅପ୍ରେଲ ୧୩ ତାରିଖରେ ଭୁବନେଶ୍ୱରକୁ ଓଡ଼଼ିଶାର ନୂତନ ରାଜଧାନୀ ଭାବେ ପ୍ରତିଷ୍ଠା କରିବାର ଫଳକ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କରକମଳରେ ସ୍ଥାପନ କରାଯାଇଥିଲା। ଯେଉଁ ଫଳକ ବର୍ତ୍ତମାନ ଲୋକସଭା ଭବନ (ଓଡ଼ିଶା ବିଧାନ ସୌଧ) ସନ୍ନିକଟସ୍ଥ ପାଚେରୀରେ ଲାଗିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପ୍ରତିଷ୍ଠା ହେବା ପରେ କେତେକ ଅସୁବିଧାର କାରଣରୁ ୧୯୬୭ ମସିହା ପର୍ଯ୍ୟନ୍ତ ସେବେକାର ଭୁବନେଶ୍ୱର ରାଜଧାନୀ ଭାବେ ସମ୍ପୂର୍ଣ୍ଣ ରୂପରେ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ସେ ପର୍ଯ୍ୟନ୍ତ କଟକ ରାଜଧାନୀ ଭାବେ କାର୍ଯ୍ୟ କରୁଥିଲା। ବନ୍ୟଜନ୍ତୁଙ୍କ ଉତ୍ପାତ କାରଣରୁ ୧୯୯୦ ଦଶକ ପର୍ଯ୍ୟନ୍ତ ତାହା ଲୋକପ୍ରିୟ ହୋଇପାରିଲାନି।
3/5୧୯୯୦ ମସିହା ପରେ ରାଜଧାନୀ ଭାବେ ସମ୍ପୂର୍ଣ୍ଣ ରୂପରେ କାର୍ଯ୍ୟକ୍ଷମ ହୋଇଥିଲା ଭୁବନେଶ୍ୱର। ଏବେ ସହରରେ ରୂପରେଖ ବଦଳି ଯାଇଛି। ଦେଶର କୋଣ ଅନୁକୋଣରୁ ଭୁବନେଶ୍ୱର ସହର ସଡ଼କ, ରେଳ, ଆକାଶ ପଥ ଯୋଗ ଯୋଡ଼ିହୋଇଛି। ଗତ ୨୦୧୪ ବର୍ଷରେ ସ୍ମାର୍ଟ ସିଟି ମାନ୍ୟତା ପାଇଥିଲା ଭୁବନେଶ୍ୱର। ଏବେ ଏହି ସହରରେ ମେଟ୍ରୋ ସେବା ଆରମ୍ଭ କରିବା ନେଇ ଆବଶ୍ୟକୀୟ ପ୍ରସ୍ତୁତ କରାଯାଇଛି।
4/5ରାଜ୍ୟ ରାଜଧାନୀ ଭୁବନେଶ୍ୱର ମନ୍ଦିର ମାଳିନୀ ସହର ନାମରେ ଜଣାଶୁଣା। ଯାହା ରାଜ୍ୟର ସବୁଠାରୁ ବଡ଼ ସହର। ଭୁବନେଶ୍ୱରର ନାମ ଭଗବାନ ଶିବଙ୍କ ନାମରେ ନାମିତ ହୋଇଥିବାର କୁହାଯାଏ। କାରଣ ପୁରୁଣା ଭୁବନେଶ୍ୱର ଅଞ୍ଚଳର ଅଧିକାଂଶ ମନ୍ଦିରରେ ଭଗବାନ ଶିବ ପୂଜା ପାଇଥାନ୍ତି। ଏହା ସହିତ ବହୁ ପରିମାଣର ଆମ୍ର (ଆମ୍ବ) ବୃକ୍ଷ ରହିଥିବାରୁ ଭୁବନେଶ୍ୱର ଏକାମ୍ର କ୍ଷେତ୍ର ନାମରେ ମଧ୍ୟ ଜଣାଶୁଣା। ରାଜ୍ୟରେ "ସ୍ୱର୍ଣ୍ଣ ତ୍ରିଭୁଜ" ପୁରୀ, କୋଣାର୍କ ବ୍ୟତୀତ ଭୁବନେଶ୍ୱରକୁ ରେଇ ଗଠିତ।
5/5ପ୍ରାୟ ୪୨୨ ବର୍ଗ କିଲୋମିଟର ପରିମିତ ସହରରେ ବିଧାନସଭା, ସଚିବାଳୟ ଠାରୁ ଆରମ୍ଭ କରି ଉଭୟ କେନ୍ଦ୍ର-ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିଛି। ରାଜ୍ୟା ମୁଖ୍ୟାଳୟ ହୋଇଥିଲା ଅନେତ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ଭୁବନେଶ୍ୱରରେ ରହିଛି। ପ୍ରାଚୀନ ମନ୍ଦିର ବ୍ୟତୀତ, ଅନ୍ୟାନ୍ୟ ଐତିହାସିକ ସ୍ଥାନ, ବିଭିନ୍ନ ଶିକ୍ଷାନୁଷ୍ଠାନ, ସଂଗ୍ରହାଳୟ, କଳାକେନ୍ଦ୍ର, ପ୍ରମୋଦ ଉଦ୍ୟାନ, ପ୍ରାଣୀ ଉଦ୍ୟାନ (ନନ୍ଦନକାନନ), ଉଦ୍ଭିଦ ଉଦ୍ୟାନ ହେଉଛି ରାଜଧାନୀର ଗୋଟିଏ ଗୋଟିଏ ବୈଶିଷ୍ଟ୍ୟ।