Advertisement
Photo Details/zeeodisha/odisha1821786
photoDetails0hindi

Chandrayaan 3 vs Luna 25: ଚନ୍ଦ୍ରାୟନ-୩ ପୂର୍ବରୁ ଚନ୍ଦ୍ରପୃଷ୍ଠରେ ପ୍ରଥମେ ଅବତରଣ କରିବ ଲୁନା-୨୫

Chandrayaan 3 vs Luna 25 Landing: ଗତ ଜୁଲାଇ ୧୪ ତାରିଖରେ ଚନ୍ଦ୍ର ଅଭିଯାନ ଚନ୍ଦ୍ରାୟନ-୩ ଉତକ୍ଷେପଣ କରିଥିଲେ ଭାରତୀୟ ମହକାଶ ଗବେଷଣା ସଂସ୍ଥା। ହେଲେ ଭାରତ ପରେ ଏବେ ଋଷିଆ ନିଜର ଚନ୍ଦ୍ର ଅଭିଯାନ କାର୍ଯ୍ୟକାରୀ କରିଛି। ଯାହାର ନାଁ ହେଉଛି ଲୁନା-୨୫। ଚନ୍ଦ୍ରାୟନ-୩ ଉତକ୍ଷେପଣ କରିବାରେ ପ୍ରାୟ ୧ ମାସ ପରେ ଲୁନା-୨୫ ଲଞ୍ଚ କରାଯାଇଥିଲା। ଚନ୍ଦ୍ରାୟନ-୩ ପୂର୍ବରୁ ଲୁନା-୨୫ ପ୍ରଥମେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ।

1/5

ରଷୀୟ ଚନ୍ଦ୍ର ଅଭିଯାନ ଲୁନା-୨୫ ୨୦୨୩ ଅଗଷ୍ଟ ୨୧ ତାରିଖରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିପାରେ। ଭାରତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରାୟନ-୩ ଏହାର ୨ ଦିନ ପରେ ଅର୍ଥାତ ୨୩ ଅଗଷ୍ଟରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ।

2/5

ଚନ୍ଦ୍ରୟାନ-୩ ମହାକାଶଯାନ ଚନ୍ଦ୍ର ପୃଷ୍ଠରେ ଅବତରଣର ଅବସ୍ଥାନ ୬୯.୬୩ ଦକ୍ଷିଣ ଏବଂ ୩୨.୩୨ ପୂର୍ବ ଦିଗରେ ରହିଛି। ଅନ୍ୟପଟେ ଲୁନା-୨୫ ମହାକାଶଯାନର ଅବସ୍ଥାନ ୬୯.୫ ଦକ୍ଷିଣ ଏବଂ ୪୩.୫ ପୂର୍ବ ଦିଗରେ ରହିଛି। ଚନ୍ଦ୍ରୟାନ-୩ ଏବଂ ଲୁନା-୨୫ ମଧ୍ୟରେ ଦୂରତା ଅଧିକ ରହିବ ନାହିଁ।

3/5

ଉଭୟ ଭାରତ ଏବଂ ଋଷିଆ ପକ୍ଷରୁ ପଠାଯାଉଥିବା ଚନ୍ଦ୍ରଯାନ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ। ଶନମୁଗା ସୁବ୍ରମଣ୍ୟନ କହିଛନ୍ତି ଯେ ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରୟାନ-୩ ଏବଂ ଲୁନା-୨୫ ମଧ୍ୟରେ ଦୂରତା ୧୧୮ କିଲୋମିଟର ହେବ। ଶାନମୁଗା ସୁବ୍ରମଣ୍ୟନ୍ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଚନ୍ଦ୍ରାୟନ-୨ ବିକ୍ରମ ଲ୍ୟାଣ୍ଡର ଅବେଶଷ ସଠିକ୍ ଭାବରେ ଚିହ୍ନଟ କରିଛନ୍ତି।

 

4/5

ଉଭୟ ଚନ୍ଦ୍ରଯାନର ଅବତରଣ ସମୟ ପ୍ରାୟ ସମାନ। ହେଲେ ଉଭୟ ଚନ୍ଦ୍ରାୟନ-୩ ଏବଂ ଲୁନା-୨୫ ଭିନ୍ନ ଭିନ୍ନ ସ୍ଥାନରେ ଅବତରଣ କରିବ। ଏହି ଦୁଇ ଚନ୍ଦ୍ରଯାନ ପରସ୍ପରର କାର୍ଯ୍ୟ ଉପରେ କୌଣସି ହସ୍ତକ୍ଷେପ କରିବ ନାହିଁ ବୋଲି କହିଛି ଋଷୀୟ ଏଜେନ୍ସି।

5/5

ଭାରତ-ଋଷିଆ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ଚନ୍ଦ୍ର ଅଭିଯାନରେ ରୋଭର ଏବଂ ଲ୍ୟାଣ୍ଡର୍ ବ୍ୟବହୃତ ହୋଇଛି। ଚନ୍ଦ୍ରଯାନ-କେବଳ ୧୪ ଦିନ ଚନ୍ଦ୍ର ପୃଷ୍ଠରେ କାମ କରିବ। ଅନ୍ୟପଟେ ଲୁନା-୨୫ ବର୍ଷେ ପାଇଁ ଚନ୍ଦ୍ର ପୃଷ୍ଠରେ ଗବେଷଣା ଜାରି ରଖିବ। ଯାହା ଚନ୍ଦ୍ର ମାଟିର ନମୁନା ସଂଗ୍ରହ ଏବଂ ବିଶ୍ଳେଷଣ କରିବ।