Advertisement
Photo Details/zeeodisha/odisha2387528
photoDetails0hindi

Sawan Shanivar 2024: ଆଜି ଶ୍ରାବଣ ମାସର ଶେଷ ଶନିବାର, ଏହିସବୁ ରାଶି ହେବେ ଭାଗ୍ୟବାନ !

Sawan Shanivar 2024: ଶ୍ରାବଣ ମାସ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କୁ ସମର୍ପିତ। ତେଣୁ ଭକ୍ତମାନେ ଏହି ମାସ ସାରା ଭଗବାନ ଶିବଙ୍କ ପୂଜାରେ ଲିପ୍ତ ରହିଥାନ୍ତି। ସୋମବାର ସହିତ ଶନିବାର ମଧ୍ୟ ଶ୍ରାବଣ ମାସରେ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଶନିବାର ଦିନ ଭଗବାନ ଶିବ ଓ ଶନିଙ୍କୁ ପୂଜା କରିବା ଦ୍ୱାରା ବ୍ୟକ୍ତିର ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ। ଭଗବାନଙ୍କ ଆଶୀର୍ବାଦ ମିଳିଥାଏ। ଜୀବନର ସବୁ ସମସ୍ୟା ଧୀରେ ଧୀରେ ଶେଷ ହୋଇଥାଏ। ଏଥର ଅଗଷ୍ଟ ୧୭ ଅର୍ଥାତ୍ ଆଜି ଶ୍ରାବଣ ମାସର  ଶେଷ ଓ ଚତୁର୍ଥ ଶନିବାର ପଡୁଛି । ଏହି ଦିନ ମାତ୍ର ୪ଟି ଉପଚାର କରିବା ଦ୍ୱାରା ଆପଣଙ୍କଠାରୁ ଶନିଦେବଙ୍କ ନିଷ୍ଠୁର ଦୃଷ୍ଟି ଦୂର ହୋଇଯିବ । ଜୀବନରେ ସୁଖ ଶାନ୍ତି ରହିବ।  

 

1/5

ହିନ୍ଦୁ କ୍ୟାଲେଣ୍ଡର ବା ପଞ୍ଚାଙ୍ଗ ଅନୁଯାୟୀ, ଶ୍ରାବଣ ମାସର ଚତୁର୍ଥ ଶନିବାର ଅଗଷ୍ଟ ୧୭ ରେ ଅର୍ଥାତ୍ ଆଜି ପଡୁଛି । ଏହି ଦିନ ଶନି ତ୍ରୟୋଦଶୀ ସହିତ ପ୍ରଦୋଷ ବ୍ରତ ମଧ୍ୟ ପାଳନ କରାଯାଏ । ଯଦି ଶନିବାର ଦିନ ପ୍ରଦୋଷ ବ୍ରତ ପଡ଼େ ତେବେ ଏହାକୁ ଶନି ପ୍ରଦୋଷ ବ୍ରତ କୁହାଯାଏ । 

2/5

ଗୋଟିଏ ଦିନରେ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବ୍ରତ ପଡ଼ିବା ହେତୁ ଏହାକୁ ଆହୁରି ଶୁଭ ବୋଲି ବିବେଚନା କରାଯାଉଛି। ଶନିବାର ଦିନ ପୂଜା କରିବା ଉଚିତ୍ । ଖାଲି ସେତିକି ନୁହେଁ, କିଛି ଉପାୟ ଅବଲମ୍ବନ କଲେ ଶନିଙ୍କ ସାଢେ ସତୀ ଓ ଶନି ଦହିୟାରୁ ମୁକ୍ତି ମିଳିଥାଏ। 

 

3/5

ଶନିବାର ଶନିଦେବଙ୍କୁ ପୂଜା କରିବା ସହ ଗରିବ, ଶ୍ରମିକ ଓ ଅସହାୟଙ୍କୁ ପୂଜା କରନ୍ତୁ। ଏଥିରେ ଶନିଦେବ ପ୍ରସନ୍ନ ହୁଅନ୍ତି। ଏହି ଦିନ ସୋରିଷ ତେଲ, ହରଡ଼ ଡାଲି, କଳା ପୋଷାକ, ଚପଲ ଓ ଛତା ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। 

4/5

ଶନି ଦୋଷରୁ ମୁକ୍ତି ପାଇବା ପାଇଁ ଶ୍ରାବଣର ଶେଷ ଶନିବାର ଦିନ ଶନି ବେଜ ମନ୍ତ୍ର "ଓମ୍ ଶନିଶ୍ଚରାୟ ନମଃ" ଜପ କରନ୍ତୁ । ଅତି କମରେ ୩୦ଟି ମାଳ ଜପ କରନ୍ତୁ । ଏପରି କରିବା ଦ୍ୱାରା ଶନିଦେବଙ୍କ କୃପା ପ୍ରାପ୍ତି ହୋଇଥାଏ। 

5/5

ଶନିବାର ଅଶ୍ୱସ୍ତ ଗଛକୁ ପୂଜା କରନ୍ତୁ। ଦୀପ ଜାଳିବା ସହ ଜଳ ଅର୍ପଣ କରନ୍ତୁ। ଏଥିରେ ଶନିଦେବ ପ୍ରସନ୍ନ ହୁଅନ୍ତି। ଏହାସହ ଆଜିଠାରୁ ମେଷ, ତୂଳା, କର୍କଟ ସହ କୁମ୍ଭ ରାଶି ଉପରେ ବିଶେଷ କୃପାଦୃଷ୍ଟି ଦେବେ ଶନି ଦେବ। 

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)