Varsha Priyadarshini: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଓଲିଉଡ ଇଣ୍ତଷ୍ଟ୍ରିର ଜଣାଶୁଣା ନାଁ । ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିବା ବର୍ଷା ଆଜି ସଫଳତାର ଶିର୍ଷରେ ପହଞ୍ଚିଛନ୍ତି ।
୨୦୦୮ ମସିହାରେ ସେ ବଙ୍ଗଳା ଚଳଚ୍ଚିତ୍ର 'ଜୋର୍' ଜରିଆରେ ବଙ୍ଗଳା କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଗୋଲ୍ମାଲ୍, ଲଭ୍ ଷ୍ଟୋରୀ, ବାଳିକା ବଧୂ, ଟକ୍କର, ହସି ଖୁସି କ୍ଲବ୍, ଟୁପୁରୁ ଟୁପୁର ବ୍ରିଷ୍ଟି ପଡ଼େ, ଅଚେନା ପ୍ରେମ୍ ଭଳି ବଙ୍ଗଳା କଥାଚିତ୍ରରେ ସେ ଅଭିନୟ କରିଛନ୍ତି ।ବର୍ଷା ପ୍ରିୟଦର୍ଶିନୀ ଓଡ଼ିଆ କଥାଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଦୀପା ସାହୁଙ୍କ ଝିଅ ।
୨୦୦୩ ମସିହାରେ ସେ 'ଏ ଯୁଗର କୃଷ୍ଣ ସୁଦାମା ' କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ । ଏହା ପୂର୍ବରୁ ବର୍ଷା ଶିଶୁ କଳାକାର ଭାବରେ 'ମା' ଏବଂ 'ଗୋଲାମଗିରି' ଭଳି ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ଏହାପରେ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ଧାରାବାହିକ ପଣତକାନିରେ ମଧ୍ୟ ଅଭିନୟ କରିଥିଲେ । ଏହା ଥିଲା ବର୍ଷାଙ୍କର ପ୍ରଥମ ଦୂରଦର୍ଶନ ଧାରାବାହିକ ।
ବର୍ଷା ପ୍ରିୟଦର୍ଶିନୀ ବର୍ତ୍ତମାନ ସୁଦ୍ଧା ୨୫ରୁ ଅଧିକ ଓଡ଼ିଆ ଓ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ।
ବର୍ଷା ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ୮ ଫେବୃଆରୀ ,୨୦୧୪ରେ ବିବାହ କରିଥିଲେ । ବେଶ ଧୁମଧାମରେ ହୋଇଥିଲା ଉଭୟଙ୍କ ବିବାହ । ହେଲେ ବିବାହର କିଛି ବର୍ଷ ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପାରିବାରିକ ବିବାଦ । ଏହି ମାମଲା ଥାନା ପରେ କୋର୍ଟରେ ପହଞ୍ଚିଥିଲା।
ପରେ ଏହି ବିବାଦ ଫ୍ୟାମିଲି କୋର୍ଟରେ ମଧ୍ୟ ପହଞ୍ଚିଥିଲା । ତେବେ ବର୍ତ୍ତମାନ ତାଜା ସୁଚନା ଅନୁସାରେ, ବର୍ଷା ନିଜ ଶାଶୁଘର ଛାଡି ନିଜ ମାଆଙ୍କ ପାଖରେ ରହୁଛନ୍ତି ।
ट्रेन्डिंग फोटोज़