Advertisement
Photo Details/zeeodisha/odisha2395544
photoDetails0hindi

September Rashiphala 2024: ସେପ୍ଟେମ୍ବର ମାସରେ ମା ଲକ୍ଷ୍ମୀଙ୍କ କୃପାରୁ ଧନଶାଳୀ ହେବେ ଏହି ୫ରାଶି

September Rashiphala 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିଙ୍କ ଜୀବନ ଉପରେ ଗ୍ରହମାନଙ୍କର ବିଶେଷ ପ୍ରଭାବ ପଡିଥାଏ । ଗ୍ରହମାନଙ୍କର ସ୍ଥିତି ଭଲ ରହିଲେ ବ୍ୟକ୍ତିଙ୍କ ଜୀବନରେ ଶୁଭ ଫଳ ପ୍ରାପ୍ତି ହୋଇଥାଏ ଏବଂ ଗ୍ରହମାନଙ୍କର ସ୍ଥିତି ଭଲ ନ ହେଲେ ବ୍ୟକ୍ତିକୁ ନକାରାତ୍ମକ ଫଳ ମିଳିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନେ ଏକ ନିର୍ଦ୍ଦିଷ୍ଟ ସମୟରେ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିଥାନ୍ତି। ସେପ୍ଟେମ୍ବର ମାସ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଏବଂ ଚଳିତ ମାସରେ ସୂର୍ଯ୍ୟ, ବୁଧ ଓ ଶୁକ୍ରଙ୍କ ସମେତ ଅନେକ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। 

1/5
ମେଷ ରାଶି ସେପ୍ଟେମ୍ବର ମାସ ମେଷ ରାଶିର ଲୋକଙ୍କ ପାଇଁ ଅନେକ ଉପାୟରେ ଖୁସି ଆଣିବାକୁ ଯାଉଛି। ଏହି ମାସରେ ଆପଣଙ୍କୁ ସୌଭାଗ୍ୟ ମିଳିବ। ଆର୍ଥିକ ଚିନ୍ତା ଦୂର ହେବ। ଅଟକି ରହିଥିବା କାମ ଏବେ ନିଶ୍ଚିତ ଭାବେ ଏହି ମାସରେ ଶେଷ ହେବ। ଧନ ପ୍ରାପ୍ତିର ସମ୍ଭାବନା ଦେଖିବାକୁ ମିଳୁଛି। ଚାକିରି କରୁଥିବା ବ୍ୟକ୍ତିଙ୍କୁ ନୂଆ ଚାକିରି ମିଳିପାରେ, ଯାହା ସେମାନଙ୍କୁ ସୁଖକୁ ଦ୍ୱି-ଗୁଣିତ କରିଥାଏ।    Also Read: Guru Vakri 2024: ଦେବଗୁରୁ ବୃହସ୍ପତିଙ୍କ ଓଲଟା ଚଳନ, ଧନରେ ଭରିବ ଘର...ଚାକିରିରେ ପଦୋନ୍ନତି   Also Read: 23 August Grah Gochar: ଆସନ୍ତାକାଲି ଏକାସାଥିରେ ୨ଟି ଗ୍ରହର ଚଳନ, ୫ଟି ରାଶି ହେବେ ବଡ଼ ଭାଗ୍ୟବାନ !  

2/5
ସିଂହ ରାଶି ସେପ୍ଟେମ୍ବରରେ ଶୁକ୍ର, ସୂର୍ଯ୍ୟ ଓ ବୁଧଙ୍କ ରାଶି ପରିବର୍ତ୍ତନର ସବୁଠାରୁ ସକାରାତ୍ମକ ପ୍ରଭାବ ସିଂହ ରାଶିର ବ୍ୟକ୍ତିଙ୍କ ଉପରେ ପଡ଼ିବ। ଆପଣଙ୍କ ଭାଗ୍ୟ ଦୃଢ ହେବ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଧନ ଲାଭର ସୁଯୋଗ ବୃଦ୍ଧି ପାଇବ, ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ପୂର୍ବ ଅପେକ୍ଷା ସୁଦୃଢ଼ କରିବ। ବ୍ୟବସାୟରେ ଲାଭ ଓ ସମ୍ପ୍ରସାରଣ ଦେଖିବାକୁ ମିଳିପାରେ। ଏହି ମାସରେ କୋର୍ଟରେ ବିତର୍କ ଚାଲିଥିବା ଲୋକଙ୍କ ନିଜ କେସ୍ ଜିତିବାକୁ ଯାଉଛନ୍ତି।

3/5
କନ୍ୟା ରାଶି ଗ୍ରହ ପରିବର୍ତ୍ତନ ଦୃଷ୍ଟିରୁ ସେପ୍ଟେମ୍ବର ମାସ କନ୍ୟା ରାଶିର ଲୋକଙ୍କ ପାଇଁ ଭଲ ସାବ୍ୟସ୍ତ ହେବ। ଧନ ସମ୍ପତ୍ତି ବୃଦ୍ଧି ପାଇବ। ଭଲ ସୁଯୋଗ ବୃଦ୍ଧି ପାଇପାରେ। ଯେଉଁମାନେ ଏହି ମାସରେ ଚାକିରି ବଦଳାଇବାକୁ ଚାହୁଁଛନ୍ତି, ସେମାନଙ୍କ ମନସ୍କାମନା ପୂରଣ ହୋଇପାରିବ। ଆର୍ଥିକ ଲାଭ ର ସୁଯୋଗ ବୃଦ୍ଧି ପାଇବ। ଶାରୀରିକ ସୁବିଧା ବୃଦ୍ଧି ପାଇବ।   

 

4/5
ତୁଳା ରାଶି  ସେପ୍ଟେମ୍ବର ମାସରେ ତୁଳା ରାଶିର ଲୋକଙ୍କୁ ଅଧିକ ଲାଭ ମିଳିପାରେ। ଏହି ରାଶିର ଲୋକଙ୍କ ପାଇଁ ଏହି ମାସ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି। ଆପଣଙ୍କର ଆରାମ ବୃଦ୍ଧି ପାଇବ। ଆପଣଙ୍କୁ କିଛି ବଡ଼ ସଫଳତା ମିଳିପାରେ। ଗ୍ରହମାନଙ୍କର ଶୁଭ ପ୍ରଭାବ ହେତୁ ଆପଣଙ୍କ ଯୋଜନା ଫଳପ୍ରଦ ହେବ। ପୁଞ୍ଜି ନିବେଶରୁ ଭଲ ଲାଭ ମିଳିପାରେ।

5/5
ଧନୁ ରାଶି ସେପ୍ଟେମ୍ବର ମାସରେ ଗ୍ରହ ପରିବର୍ତ୍ତନ ହେବା ଦ୍ୱାରା ଧନୁ ରାଶିର ଲୋକମାନଙ୍କର ପ୍ରାୟ ସବୁ ପ୍ରକାର ର ଇଚ୍ଛା ପୂରଣ ହେବାକୁ ଯାଉଛି । କର୍ମକ୍ଷେତ୍ରରେ ଉନ୍ନତି ଓ ଲାଭର ସମ୍ଭାବନା ରହିଛି। ଏହି ମାସରେ ଆପଣଙ୍କର ଅଟକି ରହିଥିବା କାମ ଶୀଘ୍ର ପୂରା ହେବ। ଏହି ମାସରେ ଆପଣଙ୍କୁ ଆଶାନୁରୂପ ସଫଳତା ମିଳିବ। ହଠାତ୍ ଧନୁ ରାଶିର ଲୋକଙ୍କୁ କ୍ୟାରିୟର-ବ୍ୟବସାୟ ଇତ୍ୟାଦି ସମ୍ବନ୍ଧରେ ବହୁ ଦୂର ଯାତ୍ରା କରିବାକୁ ପଡ଼ିପାରେ।   (Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)