Advertisement
Photo Details/zeeodisha/odisha1916838
photoDetails0hindi

India v Pakistan: ବଶ୍ୱକପରେ ରୋହିତଙ୍କ ୱିକେଟ୍ ନେଇଥିବା ଶାହିନ୍ ଆଫ୍ରିଦିଙ୍କ ମାସିକ ଦରମା କେତେ?

Shaheen Afridi's Salary: ପାକିସ୍ତାନ କ୍ରିକେଟ୍ ବୋର୍ଡ ଶାହିନ୍ ଆଫ୍ରିଦିଙ୍କୁ କ୍ୟାଟେଗୋରୀ-ଏ ରେ ଚୁକ୍ତି କରିଛି । ତାଙ୍କ ସହ ବାବର ଆଜାମ ଓ ମହମ୍ମଦ ରିଜୱାନ ଏହି ବର୍ଗରେ ଅନ୍ତର୍ଭୁକ୍ତ ।

1/5

India v Pakistan: ବିଶ୍ୱକପରେ ୨୦୨୩ ଭାରତ ପାକିସ୍ତାନକୁ ଏକ ସହଜ ପରାଜୟ ଦେଇଥିଲା କିନ୍ତୁ ପ୍ରତ୍ୟେକ ଥର ଭଳି ଶାହିନ୍ ଆଫ୍ରିଦି ନିଶ୍ଚିତ ଭାବେ ଭାରତକୁ ଏକ ବଡ଼ ଝଟକା ଦେଇଥିଲେ । ଶାହିନ୍ ପ୍ରଥମେ ଶୁବମନ ଗିଲଙ୍କ ୱିକେଟ୍ ନେଇଥିଲେ ଓ ପରେ ରୋହିତ ଶର୍ମାଙ୍କୁ ପ୍ୟାଭିଲିୟନକୁ ପଠାଇଥିଲେ ।

 

2/5

ଶାହିନ୍ ରୋହିତ ଶର୍ମାଙ୍କୁ ଅନେକ ସମୟରେ ପ୍ୟାଭିଲିୟନର ରାସ୍ତା ଦେଖାଇ ସାରିଛନ୍ତି । ବାସ୍ତବରେ ନୂଆ ବଲ ସହ ଶାହିନଙ୍କୁ ସାମ୍ନା କରିବା କୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ ସହଜ ନୁହେଁ । ସେ ବର୍ତ୍ତମାନ ଦୁନିଆର ଶ୍ରେଷ୍ଠ ବୋଲରମାନଙ୍କ ମଧ୍ୟରୁ ଜଣେ । ଏହି କାରଣରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ତାଙ୍କୁ ସର୍ବାଧିକ ବେତନ ପ୍ରାପ୍ତ ଚୁକ୍ତି ତାଲିକାରେ ରଖିଛି ।

 

3/5

ଶାହିନ୍ ଆଫ୍ରିଦିଙ୍କୁ କ୍ୟାଟେଗୋରୀ-ଏ ରେ ରଖାଯାଇଛି । ଏହି କ୍ୟାଟେଗୋରୀ-ଏ ରେ ସାମିଲ ଥିବା ଖେଳାଳିମାନେ ପ୍ରତି ମାସରେ ୧୫,୯୦୦ ଡଲାର (୧୩.୨୫ ଲକ୍ଷ ଟଙ୍କା) ପାଉଛନ୍ତି । ଅର୍ଥାତ୍ ଶାହିନଙ୍କ ବାର୍ଷିକ ଆୟ ହେଉଛି ୧.୬୦ କୋଟି ଟଙ୍କା ।

 

4/5

PCB କେବଳ ଦୁଇ ମାସ ପୂର୍ବରୁ କ୍ୟାଟେଗୋରୀ-ଏ ଚୁକ୍ତିନାମାର ବେତନ ବୃଦ୍ଧି କରିଛି । ଏହାପୂର୍ବରୁ ଏହି ବର୍ଗର ଖେଳାଳିମାନେ କେବଳ ୪୭୦୦ ଡଲାର (୪ ଲକ୍ଷ ଟଙ୍କା) ଦରମା ପାଉଥିଲେ ।

 

5/5

PCB ରୁ ଏହି ଆୟ ବ୍ୟତୀତ ଶାହିନଙ୍କର ଅନେକ ଆୟର ଉତ୍ସ ମଧ୍ୟ ଅଛି । ସେ ପାକିସ୍ତାନ ସୁପର ଲିଗରେ ବିପୁଳ ପରିମାଣର ଟଙ୍କା ପାଆନ୍ତି । ସେ କିଛି ବ୍ରାଣ୍ଡକୁ ମଧ୍ୟ ପ୍ରୋତ୍ସାହିତ କରନ୍ତି । ତା’ପରେ ସେ କିଛି ନିବେଶ ମଧ୍ୟ କରିଛନ୍ତି ।