Advertisement
photoDetails0hindi

Shani Vakri 2023 Effects: ଏହି ଦିନ କୁମ୍ଭ ରାଶିକୁ ଓଲଟା ଚଳନ କରିବେ ଶନି, ମାଲାମାଲ ହେବ ଏହି ତିନି ରାଶି

Shani Vakri 2023 Effects: ନ୍ୟାୟର ଦେବତା ଶନି ଜୁନ୍ ମାସ ୧୭ ତାରିଖରେ କୁମ୍ଭରେ ପ୍ରତ୍ୟାବର୍ତ୍ତନ କରିବେ । ଜୁନ ମାସରୁ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଶନି ଏହି ରାଶିରେ ଅବସ୍ଥାନ କରିବେ । ତେବେ ଶନିଙ୍କ ଓଲଟା ଚଳନ ଯୋଗୁଁ ଅନେକ ରାଶିଙ୍କୁ ଏହାର ଲାଭ ମିଳିବ। ଶନିଙ୍କ କୃପା ବଳରେ ଏହି ସବୁ ରାଶିଙ୍କର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳିଯିବ।

1/5

ନ୍ୟାୟର ଦେବତା ଶନି ମଣିଷଙ୍କୁ ତାହାର କର୍ମ ଅନୁଯାୟୀ ଫଳ ଦେଇଥାଆନ୍ତି। ଶନିଙ୍କ କୃପା ରହିଲେ ବ୍ୟକ୍ତି ଜୀବନରୁ ସମସ୍ତ ସମସ୍ୟା ଦୂର ହୋଇଥାଏ ।

2/5

ଜୁନ୍ ମାସ ୧୭ ତାରିଖରେ ଶନି କୁମ୍ଭ ରାଶିକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ଏଠାରେ ଶନି ନଭେମ୍ବର ମାସ ୪ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ । ତେବେ ଚାଲନ୍ତୁ ଜାଣିବା ଏହି ସମୟ କେଉଁ ରାଶିର ଲୋକଙ୍କ ଲାଗି ଅନୁକୂଳ ରହିବ  ।

3/5

ସିଂହ ରାଶି- ଶନିଙ୍କ ଓଲଟା ଚଳନର ଅଧିକ ଲାଭ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କୁ ହେବ। ଏହି ସମୟରେ ବ୍ୟବସାୟରେ ଉନ୍ନତି ହେବା ସହ ଲାଭ ମିଳିବ । ଶନିଙ୍କ କୃପାରୁ ଦୀର୍ଘ ସମୟ ଧରି ଅଟକି ଥିବା କାର୍ଯ୍ୟ ପୂରା ହେବ । ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । କିନ୍ତୁ ଏହି ସମୟରେ ଅର୍ଥ ନେଣଦେଣଠାରୁ ଦୂରେଇ ରୁହନ୍ତୁ ।

4/5

ଧନୁ ରାଶି- ଶନିଙ୍କ ଏହି ଓଲଟା ଚଳନ ଫଳରେ ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବ । ଏହି ସମୟରେ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ପୂର୍ଣ୍ଣ ସମର୍ଥନ ଓ ସହଯୋଗ ମିଳିବ ।

5/5

ମକର ରାଶି- ଶନିଙ୍କ ଓଲଟା ଚଳନ ଯୋଗୁଁ ମକର ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତି ମଜଭୁତ ରହିବ । ନୂତନ ଜମି କ୍ରୟ ନେଇ ଯୋଗ ରହିଛି । ଶନିଙ୍କ ପ୍ରଭାବରେ ପାରିପାରିକ ସୁଖ, ସମୃଦ୍ଧି ବୃଦ୍ଧି ପାଇବ । ପ୍ରେମ ସମ୍ବନ୍ଧ ଲାଗି ସମୟ ଅନୁକୂଳ ରହିବ । ମାନ ସମ୍ମାନ ମଧ୍ୟ ବୃଦ୍ଧି ପାଇବ ।