Advertisement
Photo Details/zeeodisha/odisha1656683
photoDetails0hindi

Side Effects Of Ginger: ଏମାନଙ୍କ ପାଇଁ ବିଷ ସଦୃଶ ହୋଇଥାଏ ଅଦା, ବ୍ୟବହାର କରିବା ପୂର୍ବରୁ ପଢି ନିଅନ୍ତୁ ଏହି ରିପୋର୍ଟ

Side Effects Of Ginger News In Odiya: ଅଦାକୁ (Ginger)ଆମେ ରୋଷେଇ କାର୍ଯ୍ୟରେ ବହୁଳ ଭାବରେ ବ୍ୟବହାର କରିଥାଉ । ଅଦା ଵାଲା ଚାହା ଶୁଣିଲେ ଆମର ଥକାପଣ ଆପେ ଆପେ ଗାୟବ ହୋଇଯାଇଥାଏ । ଗତ ପାଂଚ ସହ ବର୍ଷ ଠାରୁ ଏସିଆର ବିଭିନ୍ନ ଦେଶରେ ଅଦାକୁ ରୋଷେଇ କାର୍ଯ୍ୟରେ ମସଲା ହିସାବରେ ବ୍ୟବହାର କରାଯାଉଛି । ଖାଦ୍ୟର ସ୍ୱାଦ ବଢେଇବା ଠାରୁ ଆରମ୍ଭ କରି ଆଚାର ପ୍ରସ୍ତୁତି ବେଳେ ମଧ୍ୟ ଅଦାର ବ୍ୟବହାର କରାଯାଇଥାଏ ।

1/5

କମ ଓଜନ ଥିବା ବ୍ୟକ୍ତି

ଅଦାର ରସ ସାଧରଣତଃ ଗରମ ତତ୍ୱ ରହିଥାଏ । ଏହା ମୋଟାପଣକୁ ଶୀଘ୍ର କମ କରି ଦେଇଥାଏ । ଏହାର  ନିତ୍ୟ ବ୍ୟବହାର ଦ୍ୱାରା ଭୋକ ଲାଗି ନଥାଏ । ଓଜନ ହ୍ରାସ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହା ବହୁତ ହିତ କାରକ ଏହାର ସେବନ ଦ୍ୱାରା ଶରୀର ଓଜନ ହ୍ରାସ ବହୁତ ଶୀଘ୍ର ହୋଇଥାଏ କିନ୍ତୁ କମ ଓଜନ ପାଇଁ ଚିନ୍ତିତ ଥିବା ବ୍ୟକ୍ତି ଏହା ଠାରୁ ଦୁରେଇ ରହିବା ଭଲ ।

2/5

ବ୍ଲଡ଼ ଡ଼ିଜର୍ଡ଼ର

ଯେଉଁ ଲୋକଙ୍କର ରକ୍ତ ସମ୍ବନ୍ଧିତ ରୋଗ ଅଛି ସେମାନେ ଅଦା କମ ଖାଇବା ଦରକାର । ଖାସ କରି ହୋମୋଫିଲିଆରେ ପୀଡିତ ଥିବା ବ୍ୟକ୍ତିଙ୍କ ପାଇଁ ଏହା ଉପକାରୀ ନୁହେଁ । କାରଣ ଏହା ରକ୍ତକୁ ପତଳା କରିବାର କାର୍ଯ୍ୟ କରିଥାଏ  ଏହି କାରଣରୁ ଶରୀରରେ ଅଳ୍ପ ମାତ୍ରାର ଆଘାତରେ ଏହା ବହୁତ ରକ୍ତ କ୍ଷରଣ କରିଥାଏ । ଅଦା ସେହି ଲୋକଙ୍କ ପାଇଁ ଉପକାରୀ ଯେଉଁମାନଙ୍କର ରକ୍ତ ଜମାଟର ସମସ୍ୟା ଅଛି ।

3/5

ହୃଦ ଜନିତ ସମସ୍ୟା

ଅଦାକୁ ବହୁଳ ଭାବରେ ବ୍ୟବହାର କରିବା ଦ୍ୱାରା ଏହା ହୃତପିଣ୍ଡକୁ ଆଘାତ ଦେଇଥାଏ  । ଏକ ରିସର୍ଚ୍ଚ ଅନୁସାରେ ଅଦାର ବହୁଳ ବ୍ୟବହାର ହୃତ ସ୍ପନ୍ଦନରେ ଖରାପ ପ୍ରଭାବ ପକାଇଥାଏ ହେଲେ ଏହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ ।

4/5

ଶୋଇବାରେ ସମସ୍ୟା

ଅଦାର ବହୁଳ ବ୍ୟବହାର ରେ ଅନିଦ୍ରା ଭଳି ସମସ୍ୟା ଦେଖା ଦେଇଥାଏ ଅଦା ମିଶା ଚାହା ଆମକୁ ଭଲ ଲାଗିଲେ ମଧ୍ୟ ଏହାକୁ  ରାତିରେ ଖାଇଲେ ନିଦ ହୋଇନଥାଏ । ସୁସ୍ଥ ଶରୀର ପାଇଁ ଭଲ ନିଦ ନିହାତି ଆବଶ୍ୟକ ନିହାତି ।

5/5

ପିତ୍ତାଶୟର ପଥର ସମସ୍ୟା

ଅଦା ଗ୍ଯାଲେଷ୍ଟୋନରେ ପୀଡିତ ଥିବା ବ୍ୟକ୍ତିଙ୍କୁ ପ୍ରତିକୂଳ ପ୍ରଭାବ ପକାଇଥାଏ । କାରଣ ଏହା ପିତ୍ତର ଉତ୍ପାଦନକୁ ବଢ଼ାଇ ଥାଏ ଯାହା ଦ୍ୱାରା ପଥର ସୃଷ୍ଟି ହୋଇଥାଏ ଏଥିପାଇଁ ଗ୍ଯାଲେଷ୍ଟୋନ୍ କିମ୍ବା ପିତ୍ତାଶୟ ରେ ପୀଡିତ ଥିବା ବ୍ୟକ୍ତି ଅଦା ସେବନ କରିବା ଅନୁଚିତ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)