Advertisement
Photo Details/zeeodisha/odisha1744301
photoDetails0hindi

Adipurush: ୫ ମିନିଟରୁ କମ୍ ସମୟ ପାଇଁ ଏତିକି ଫି’ ନେଇଛନ୍ତି ଏହି ଅଭିନେତ୍ରୀ

Adipurush: ରିଲିଜ ପରେ ବିବାଦ ଘେରକୁ ଆସିଛି ୫୦୦ କୋଟି ବଜେଟ୍ ରେ ନିର୍ମାଣ ହୋଇଥିବା ଫିଲ୍ମ ‘ଆଦିପୁରୁଷ’ । ବିବାଦୀୟ ଡ଼ାଏଲଗ ସାଙ୍ଗକୁ ଦୁର୍ବଳ ଭିଏଫଏକ୍ସ ପାଇଁ ଲଗାତର ଟ୍ରୋଲ ହୋଇଚାଲିଛି ଏହି ସିନେମା। ସବୁଆଡ଼େ ବିବାଦ ଓ ବିରୋଧ ଦେଖାଦେବା ପରେ ଫିଲ୍ମରେ ଥିବା ବିବାଦୀୟ ଡ଼ାଏଲଗକୁ ବାଦ ଦେବାକୁ ପ୍ରଯୋଜନା ସଂସ୍ଥା ନିଷ୍ପତ୍ତି ନେଇଛି । ଇତି ମଧ୍ୟରେ ମାତ୍ରା କେଇ ମିନିଟ୍ ଲାଗି ଅଭିନୟ କରିବା ପାଇଁ ଏହି ଅଭିନେତ୍ରୀ ଚାର୍ଜ କରିଥିବା ମୋଟା ଅଙ୍କ ଫିକୁ ଏବେ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି ।

1/5

ଚଳିତ ମାସ ୧୬ ତାରିଖରେ ବଡ଼ ପରଦାରେ ରିଲିଜ୍ ହୋଇଛି ଫିଲ୍ମ ‘ଆଦିପୁରୁଷ’ । ପ୍ରଥମ ଦିନରେ ଫିଲ୍ମଟି ୧୪୦ କୋଟି ରୋଜଗାର କରିଛି । କିନ୍ତୁ, ଚଳଚ୍ଚିତ୍ରରେ ଯେଉଁ ପରି ରାମକଥା ପ୍ରଦର୍ଶନ କରାଯାଇଛି ଓ ଯେମିତି ପ୍ରଭୁ ରାମ-ହନୁମାନ ଓ ରାବଣଙ୍କ ଚରିତ୍ରକୁ ଦର୍ଶାଯାଇଛି, ତାହା ଦେଖି ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

2/5

ନକରାତ୍ମକ ରିସପୋନ୍ସ ପରେ ଅନେକ ଲୋକ ସେମାନଙ୍କ ଆଡଭାନ୍ସ ବୁକିଂ କରିଥିବା ଟିକେଟ୍ ବାତିଲ କରିଥିବା ଦେଖିବାକୁ ମିଳିଛି ।

3/5

ଏହି ମାମଲା କୋର୍ଟରେ ପହଞ୍ଚିଥିବା ବେଳେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଦାବି କରାଯାଇଛି। ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା କଲା ରୁଜୁ କରିଛି ହିନ୍ଦୁ ସେନା ।

4/5

ତେବେ ଏସବୁ ଭିତରେ ଫିଲ୍ମରେ ରାବଣର ପତ୍ନୀ ମନ୍ଦୋଦରୀ ଭୂମିକାରେ ନଜର ଆସିଥିବା ସୋନଲ ଚୌହାନଙ୍କ ଫି'କୁ ନେଇ ଏବେ ସବୁ ଆଡ଼େ ଚର୍ଚ୍ଚା ଲାଗି ରହିଛି ।

5/5

କୁହାଯାଉଛି ଯେ, ସିନେମାରେ ୫ ମିନିଟ୍ ରୁ ଖୁବ କମ୍ ସମୟ ଲାଗି ନଜର ଆସିଥିବା ଅଭିନେତ୍ରୀ ସୋନଲ ଚୌହାନ ପ୍ରାୟ ୫୦ ଲକ୍ଷ ଟଙ୍କା ଚାର୍ଜ କରିଛନ୍ତି । ସେପଟେ ଫିଲ୍ମରେ ଅଭିନୟ ଲାଗି ପ୍ରଭାସ ୧୦୦ କୋଟି ନେଇଥିବା ବେଳେ କ୍ରିତି ସାନନ୍ ୫ କୋଟି, ସୈଫ ଅଲ୍ଲୀ ଖାନ୍ ୧୫ କୋଟି ଓ ସନ୍ନି ସିଂ ପ୍ରାୟ ୧.୫ କୋଟି ଚାର୍ଜ କରିଛନ୍ତି ।