Advertisement
photoDetails0hindi

Spinach Benefits: ଶୀତଦିନେ ପାଳଙ୍ଗ ଖାଇଲେ ମିଳିଥାଏ ଏସବୁ ଫାଇଦା, ଜାଣି ଚକିତ ହେବେ ଆପଣ!

Spinach Benefits: ପାଳଙ୍ଗରେ କ୍ୟାଲସିୟମ, କ୍ଲୋରିନ, ଆୟରନ, ପ୍ରୋଟିନ, ସୋଡିୟମ, ଫସଫରସ, ଭିଟାମିନ-ଏ, ବି,ସି,କେ,ଇ ଭଳି ପୋଷାକ ତତ୍ତ୍ୱ ରହିଥାଏ । ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । 

1/6

Spinach Benefits: ପାଳଙ୍ଗ (spinach) ଶୀତ ଦିନ (Winter Days) ରେ ଖାଇବାରୁ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ସାରା ଦୁନିଆରେ ପାଳଙ୍ଗ ଶାଗକୁ କେବଳ ରୋଷେଇ ପାଇଁ ବ୍ୟବହାର କରାଯାଏ ନାହିଁ ବରଂ ଏହାକୁ ସାଲାଡ ଭାବେ ବ୍ୟବହୃତ କରାଯାଏ । ଶରୀରରେ ହିମୋଗ୍ଲୋବିନ ବଢ଼ାଇବାରେ ପାଳଙ୍ଗ ସହାୟକ ହୋଇଥାଏ । ପାଳଙ୍ଗରେ କ୍ୟାଲସିୟମ, କ୍ଲୋରିନ, ଆୟରନ, ପ୍ରୋଟିନ, ସୋଡିୟମ, ଫସଫରସ, ଭିଟାମିନ-ଏ, ବି,ସି,କେ,ଇ ଭଳି ପୋଷାକ ତତ୍ତ୍ୱ ରହିଥାଏ । ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ଆଜି ଆମେ ପାଳଙ୍ଗ ଶାଗ ଖାଇବାରୁ ସ୍ୱାସ୍ଥ୍ୟ ଲାଭ ବିଷୟରେ କହିବାକୁ ଯାଉଅଛୁ ।

ପାଳଙ୍ଗ ଖାଇବାର ଫାଇଦା

2/6
ପାଳଙ୍ଗ ଖାଇବାର ଫାଇଦା

୧. ପାଳଙ୍ଗରେ ବହୁତ କମ କ୍ୟାଲୋରୀ ହୋଇଥାଏ । ଏହାସହ ଏଥିରେ ଫାଇବର ଥାଏ । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହି ଫାଇବର ଆପଣଙ୍କ ପାଚନ କ୍ରିୟା ବହୁତ ସାହାଯ୍ୟ କରିଥାଏ ।

3/6

୨. ଆପଣଙ୍କ ଶରୀରରେ ଫାଇବର କମି କାରଣରୁ ବହୁତ ସମସ୍ୟା ଦେଖା ଦେଇଥାଏ । କିନ୍ତୁ ଆପଣ ଯଦି ପାଳଙ୍ଗ ଖାଇବେ ତେବେ ପୁରାପୁରି ଠିକ ହୋଇଯିବେ । ଏହା ଆପଣଙ୍କ ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ ।

4/6

୩. ପାଳଙ୍ଗ ଆପଣଙ୍କ ବ୍ଲଡ ପ୍ରେସରକୁ କମ କରିବାରେ ସାହାଯ୍ୟ କରିଥାଏ । ଏହାସହ ବହୁ ଗବେଷଣାରୁ ଜଣା ପଡିଛି ଯେ ପାଳଙ୍ଗ ଆପଣଙ୍କ ମସ୍ତିଷ୍କକୁ ସୁସ୍ଥ ରଖିଥାଏ ।

5/6

୪. ଏଥିରେ ପର୍ଯ୍ୟାପ୍ତ ପରିମାଣରେ ଆଣ୍ଟି-ଅକ୍ସିଡାଣ୍ଟ ଭରି ରହିଥାଏ । ପାଳଙ୍ଗ ସେବନ କରିବା ଦ୍ୱାରା, ଶରୀରରେ ସଂକ୍ରମଣ କମ୍ ହେବା ସହିତ, ଇମ୍ୟୁନ ସିଷ୍ଟମ୍ ମଜବୁତ୍ ହୋଇଥାଏ ।

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର; ସରକାର ବଦଳାଇଲେ ନିୟମ, ଶେଷ ହେବ ପେନସନ ଓ ଗ୍ରାଚ୍ୟୁଇଟି!

ଅଧିକ ପଢ଼ନ୍ତୁ:-ଖାଦ୍ୟ ଖାଇବା ପରେ ତୁରନ୍ତ କରନ୍ତୁନି ଏହି ୬ଟି କାମ, ନଚେତ୍ ଭୋଗିବାକୁ ପଡ଼ିବ ଗୁରୁତର ସମସ୍ୟା

ଅଧିକ ପଢ଼ନ୍ତୁ:- ଯଦି ଟିମ୍ ଇଣ୍ଡିଆ ଏଥର ଟି-20 ବିଶ୍ୱକପ ନ ଜିତିବ ତେବେ କ'ଣ ହେବ? ଗାଭାସ୍କରଙ୍କ ଏହି ବୟାନ ଲଗାଇଲା ନିଆଁ

6/6

୫. ପାଳଙ୍ଗ ଶାଗରେ କ୍ୟାଲସିୟମର ମାତ୍ରା ଅଧିକ ରହିଥାଏ , ଯାହା ହାଡକୁ ମଜବୁତ୍ କରିବାରେ ସାହାଯ୍ୟ କରେ ।