Advertisement
photoDetails0hindi

Ashes 2023: ଇତିହାସ ରଚିଲେ ଷ୍ଟୁଆର୍ଟ ବ୍ରଡ୍, ବିଶ୍ୱର ୫ଜଣ ଖେଳାଳି କରଛନ୍ତି ଏପରି କାରନାମା, ଜଣେ ଭାରତୀୟ ମଧ୍ୟ ସାମିଲ

Stuart Broad scripts history: ଟେଷ୍ଟ କ୍ରିକେଟରେ ୬୦୦ ୱିକେଟ୍ ନେଇ ଷ୍ଟୁଆର୍ଟ ବ୍ରଡ୍ (Stuart Broad) ବିଶ୍ୱର ପଞ୍ଚମ ବୋଲର ହୋଇପାରିଛନ୍ତି । ତାଙ୍କ ପୂର୍ବରୁ ମୁଥୟା ମୁରଲୀଥାରନ୍, ସେର୍ଣ୍ଣ ୱାର୍ନ, ଜେମ୍ସ ଆଣ୍ଡରସନ ଓ ଅନିଲ କୁମ୍ବଲେ ଏହି ବିଶେଷ ସଫଳତା ହାସଲ କରିଥିଲେ ।

1/7

Ashes 2023: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ 'ଆଶେସ୍ ୨୦୨୩' ର ଚତୁର୍ଥ ମ୍ୟାଚ୍ ୧୯ ଜୁଲାଇରୁ ମଞ୍ଚେଷ୍ଟରରେ ଖେଳାଯାଉଛି । ଏହି ରୋମାଞ୍ଚକର ମ୍ୟାଚର ପ୍ରଥମ ଇନିଂସରେ ଇଂଲଣ୍ଡର ଅଭିଜ୍ଞ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ଦୁଇଟି ୱିକେଟ୍ ନେଇ ଏକ ବିଶେଷ ସଫଳତା ହାସଲ କରିଛନ୍ତି ।

2/7

ଟେଷ୍ଟ କ୍ରିକେଟରେ ୬୦୦ ୱିକେଟ୍ ନେଇ ଷ୍ଟୁଆର୍ଟ ବ୍ରଡ୍ ବିଶ୍ୱର ପଞ୍ଚମ ବୋଲର ହୋଇପାରିଛନ୍ତି । ତାଙ୍କ ପୂର୍ବରୁ, ଚାରିଜଣ ଖେଳାଳି ଏହି ବିଶେଷ ସଫଳତା ହାସଲ କରିସାରିଛନ୍ତି, ଯାହାଙ୍କ ବିଷୟରେ ଆମେ ଏଠାରେ ଆଣଙ୍କୁ କହୁଛୁ ।

3/7

ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇଥିବା ବିଶ୍ୱର ପ୍ରଥମ ବୋଲର ହେଉଛନ୍ତି ପୂର୍ବତନ ଶ୍ରୀଲଙ୍କାର ସ୍ପିନର ମୁଥୟା ମୁରଲୀଧରନ (Muttiah Muralitharan) । ୧୯୯୨ ରୁ ୨୦୧୦ ମଧ୍ୟରେ ମୁରଲୀଧରନ୍ ନିଜ ଦଳ ପାଇଁ ୧୩୩ ଟେଷ୍ଟ ମ୍ୟାଚ୍ ଖେଳି ୨୩୦ଟି ଇନିଂସରେ  ୮୦୦ ୱିକେଟ୍ ନେଇଛନ୍ତି ।

4/7

ଦ୍ୱିତୀୟ ସ୍ଥାନରେ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ସେର୍ଣ୍ଣ ୱାର୍ନ (Shane Warne) ଅଛନ୍ତି । ୱାର୍ଣ୍ଣ ୧୯୯୨ ରୁ ୨୦୦୭ ମଧ୍ୟରେ ଅଷ୍ଟ୍ରେଲିଆ ପାଇଁ ୧୪୫ଟି ଟେଷ୍ଟ ମ୍ୟାଚ୍ ଖେଳି ୨୭୩ ଇନିଂସରେ ୭୦୮ ୱିକେଟ୍ ନେଇଥିଲେ ।

5/7

ତୃତୀୟ ସ୍ଥାନରେ ଇଂଲଣ୍ଡର ଭେଟେରାନ ବୋଲର ଜେମ୍ସ ଆଣ୍ଡରସନଙ୍କ (James Anderson) ନାମ ରହିଛି । ୨୦୦୩ ପରଠାରୁ ଇଂଲଣ୍ଡ ଦଳ ପାଇଁ ୧୮୨ * ମ୍ୟାଚ୍ ଖେଳି ୩୩୮ ଇନିଂସରେ ଆଣ୍ଡରସନ ୬୮୮ଟି ୱିକେଟ୍ ହାସଲ କରିଛନ୍ତି ।

6/7

ପୂର୍ବତନ ଭାରତୀୟ ଲେଗ ସ୍ପିନର ଅନିଲ କୁମ୍ବଲେ (Anil Kumble) ଚତୁର୍ଥ ସ୍ଥାନରେ ଅଛନ୍ତି । ୧୯୯୦ ରୁ ୨୦୦୮ ମଧ୍ୟରେ କୁମ୍ବଲେ ଭାରତୀୟ ଦଳ ପାଇଁ ୧୩୨ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏହି ସମୟରେ ସେ ୨୩୬ ଇନିଂସରେ ୬୧୯ଟି ସଫଳତା ପାଇଥିଲେ ।

7/7

ଷ୍ଟୁଆର୍ଟ ବ୍ରଡଙ୍କ ନାମ ବର୍ତ୍ତମାନ ପଞ୍ଚମ ସ୍ଥାନରେ ସାମିଲ ହୋଇଛି । ୨୦୦୭ ମସିହାରୁ ଖବର ଲେଖିବା ପର୍ଯ୍ୟନ୍ତ ବ୍ରଡ ଇଂଲଣ୍ଡ ଦଳ ପାଇଁ ୧୬୬ * ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଏହି ସମୟ ମଧ୍ୟରେ ସେ ୩୦୬ଟି ଇନିଂସରେ ୬୦୦ଟି ସଫଳତା ପାଇଛନ୍ତି ।