Advertisement
Photo Details/zeeodisha/odisha2191902
photoDetails0hindi

PF ଟଙ୍କା ଉଠାଇବାର ଏହା ହେଉଛି ସବୁଠୁ ସହଜ ଉପାୟ

PF Balnce Withdrawn Process: ଯେକୌଣସି କର୍ମଚାରୀ ଆବଶ୍ୟକତା ଅନୁଯାୟୀ PF ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ। ଏଥିପାଇଁ ଆପଣ ଅନଲାଇନ୍ କ୍ଲେମ୍ କରିପାରିବେ। ତେବେ ଆସନ୍ତୁ ଜାଣିବା ଏହା ପାଇଁ ସମ୍ପୂର୍ଣ୍ଣ ପ୍ରକ୍ରିୟା କ’ଣ?

 

1/6

PF Balnce: ଭାରତରେ ଯେଉଁମାନେ ଘରୋଇ କିମ୍ବା ସରକାରି କ୍ଷେତ୍ରରେ କାମ କରନ୍ତି ସେମାନଙ୍କର ସମସ୍ତଙ୍କର PF ଆକାଉଣ୍ଟ ରହିଛି। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଯଥା EPFO ​​ଭବିଷ୍ୟତ ପାଇଁ ଏକ ସଞ୍ଚୟ ଯୋଜନା।

2/6

ଏହି ଯୋଜନାରେ ଉଭୟ କମ୍ପାନୀ ଓ କର୍ମଚାରୀ ଆକାଉଣ୍ଟରେ ସମାନ ଭାବରେ ଯୋଗଦାନ କରନ୍ତି। ସରକାର ଏହା ଉପରେ ପ୍ରତିବର୍ଷ ସୁଧ ପ୍ରଦାନ କରନ୍ତି। ଅବସର ପରେ ଆପଣ ଏହି ଟଙ୍କାକୁ ପ୍ରତ୍ୟାହାର କରିପାରିବେ।

 

3/6

କିନ୍ତୁ ଆପଣ ଯଦି ମଝିରେ ଟଙ୍କା ଆବଶ୍ୟକତା ଅନୁଭବ କରନ୍ତି, ତଥାପି ଆପଣ ଏହି ସମୟ ମଧ୍ୟରେ ଏଥିରୁ ଟଙ୍କା ପ୍ରତ୍ୟାହାର କରିପାରିବେ। ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି କିମ୍ବା ଅନ୍ୟାନ୍ୟ କାରଣ ପାଇଁ ଆପଣ ଏହି ପାଣ୍ଠିରୁ ଟଙ୍କା ପ୍ରତ୍ୟାହାର କରିପାରିବେ। ଆପଣ ଘରେ ବସି ଅନ୍ଲାଇନରେ PF ଟଙ୍କା ପ୍ରତ୍ୟାହାର ମଧ୍ୟ କରିପାରିବେ। ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ EPFO ର ଅଫିସିଆଲ୍ ୱେବସାଇଟ୍ ​​https://unifiedportal-mem.epfindia.gov.in/memberinterface/ କୁ ଯିବାକୁ ପଡିବ।

 

4/6

ଏହା ପରେ ଲଗଇନ୍ କରି କ୍ଲେମ୍ ଫର୍ମ (ଫର୍ମ ୩୧, ୧୯, ୧୦ସି ଓ ୧୦ଡି) ଚୟନ କରନ୍ତୁ ଓ ବ୍ୟାଙ୍କ ଖାତାର ଶେଷ ୪ ଅଙ୍କ ଏଣ୍ଟ୍ରି କରି ଏହାକୁ ଭେରିଫାଏ କରନ୍ତୁ। ଏହା ପରେ ଅନ୍ଲାଇନ୍ କ୍ଲେମ୍ ପାଇଁ ପ୍ରୋସିଡ୍ ଉପରେ କ୍ଲିକ୍ କରନ୍ତୁ।

 

5/6

ଏହା ପରେ, PF ଆଡଭାନ୍ସ ଫର୍ମ ୩୧ ଚୟନ କରନ୍ତୁ ଓ ନିମ୍ନରେ ଦିଆଯାଇଥିବା କାରଣଗୁଡିକ ମଧ୍ୟରୁ ଗୋଟିଏ ବାଛନ୍ତୁ। ଏହା ପରେ, ପ୍ରତ୍ୟାହାର ହେବାକୁ ଥିବା ରାଶି ପୂରଣ କରନ୍ତୁ, ବ୍ୟାଙ୍କ ଆକାଉଣ୍ଟ ଚେକ୍ ର ସ୍କାନ୍ ହୋଇଥିବା କପି ଅପଲୋଡ୍ କରନ୍ତୁ। ଏହା ପରେ ଘର ଠିକଣା ପୂରଣ କରନ୍ତୁ।

 

6/6

ଶେଷରେ Get ଆଧାର OTP ଉପରେ କ୍ଲିକ୍ କରନ୍ତୁ। ଆପଣଙ୍କର ଆଧାର ସହ ଲିଙ୍କ୍ ହୋଇଥିବା ମୋବାଇଲରେ ନମ୍ୱରରେ ମିଳିଥିବା OTP କୁ ଏଣ୍ଟ୍ରି କରନ୍ତୁ। ଏହି ଉପାୟରେ ଆପଣଙ୍କର କ୍ଲେମ ସବମିଟ୍ ହୋଇଯିବ ଓ ଆପଣଙ୍କ ଆକାଉଣ୍ଟକୁ କିଛିଦିନ ପରେ ଟଙ୍କା ଆସିଯିବ।