Advertisement
Photo Details/zeeodisha/odisha1962435
photoDetails0hindi

Tiger 3 Box Office Collection: ବକ୍ସ ଅଫିସରେ ଧମାଲ ମଚାଉଛି 'ଟାଇଗର-୩', ଚାରିଦିନରେ ଏତିକି କୋଟି କମାଇଲେଣି ସଲମାନ ଖାନ୍

Tiger 3 Box Office Collection Day 4 Worldwide: ସଲମାନ ଖାନଙ୍କ 'ଟାଇଗର-୩' 'ବକ୍ସ ଅଫିସରେ ବିପୁଳ ଟଙ୍କା ରୋଜଗାର କରୁଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ରର ବିଶ୍ୱବ୍ୟାପୀ କଲେକ୍ସନ ବିଷୟରେ ସୂଚନା ଜାରି ପାଇଛି ।

 

1/6

Tiger 3 Box Office Collection Day 4 Worldwide: 'ଟାଇଗର-୩' 'ଦିୱାଲୀ ଅର୍ଥାତ୍ ୧୨ ନଭେମ୍ବରରେ ସିନେମା ହଲରେ ରିଲିଜ୍ ହୋଇଥିଲା ​। ଆରମ୍ଭରୁ ଏହି ଫିଲ୍ମ ବକ୍ସ ଅଫିସରେ ଏକ ଜବରଦସ୍ତ ସ୍ଥାନ ପାଇଛି ଓ 'ଟାଇଗର-୩' 'ର ରୋଜଗାର ଦିନକୁ ଦିନ ବୃଦ୍ଧି ପାଉଛି ।

 

2/6

ଏହି ଫିଲ୍ମ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ବହୁତ ଲାଭ କରୁଛି । ବର୍ତ୍ତମାନ ଏହାର ବିଶ୍ୱବ୍ୟାପୀ ରୋଜଗାର ସଂଖ୍ୟା ପ୍ରକାଶ ପାଇଛି । ସାକ୍ନିଲ୍କଙ୍କ ରିପୋର୍ଟ ଅନୁଯାୟୀ, ସଲମାନ ଖାନଙ୍କ 'ଟାଇଗର-୩' ଚାରି ଦିନ ମଧ୍ୟରେ ସାରା ବିଶ୍ୱରେ ୨୭୦ କୋଟି ଟଙ୍କା ବ୍ୟବସାୟ କରିଛି ।

 

3/6

ଏହାପୂର୍ବରୁ 'ଟାଇଗର-୩' ତିନି ଦିନ ମଧ୍ୟରେ ସାରା ବିଶ୍ୱରେ ୨୪୦ କୋଟି ଟଙ୍କା ରୋଜଗାର କରିଥିଲା । ବିଶ୍ୱାସ କରାଯାଏ ଯେ ଏକରୁ ଦୁଇ ଦିନ ମଧ୍ୟରେ ସଲମାନ ଖାନଙ୍କ ଚଳଚ୍ଚିତ୍ରର ବିଶ୍ୱବ୍ୟାପି କଲେକ୍ସନ୍ ୩୦୦ କୋଟିରେ ପହଞ୍ଚିବ ।

 

4/6

ଭାରତରେ 'ଟାଇଗର-୩' ର ୪୩ କୋଟି ଟଙ୍କା ସହିତ ଓପନିଂ କରିଥିଲା ଓ ଏପର୍ଯ୍ୟନ୍ତ ଏହା ଘରୋଇ ବକ୍ସ ଅଫିସରେ ୧୬୫ କୋଟି ଟଙ୍କା ବ୍ୟବସାୟ କରିଛି । ଏହି ରୋଜଗାର କେବଳ ହିନ୍ଦୀ ସଂସ୍କରଣର ଅଟେ ।

 

5/6

ତାମିଲ ଓ ତେଲୁଗୁ ସଂସ୍କରଣରେ ସଲମାନ ଖାନଙ୍କ ଫିଲ୍ମ 'ଟାଇଗର ୩' ଚାରି ଦିନ ମଧ୍ୟରେ ୪.୭୫ କୋଟି ଟଙ୍କା ବ୍ୟବସାୟ କରିଛି । ଏହା ଜଣା ଯେ, 'ଟାଇଗର ୩' ହେଉଛି ଚଳିତ ବର୍ଷର ତୃତୀୟ ଚଳଚ୍ଚିତ୍ର, ଯାହା ମାତ୍ର ଦୁଇ ଦିନ ମଧ୍ୟରେ ୧୦୦ କୋଟି ଟଙ୍କାର ଅତିକ୍ରମ କରିଛି । 'ପଠାନ୍' ଏବଂ 'ଜୱାନ୍' ଏକ ନମ୍ବରରେ ଅଛନ୍ତି ।

 

6/6

କହିରଖୁଛୁ ଯେ 'ଟାଇଗର-୩' 'ପୂର୍ବରୁ ସଲମାନ ଖାନ ଓ କ୍ୟାଟ୍ରିନା କୈଫ ଏହି ଫ୍ରାଞ୍ଚାଇଜର 'ଏକ ଥା ଟାଇଗର' ଏବଂ 'ଟାଇଗର ଜିନ୍ଦା ହେ' ରେ ଏକାଠି କାମ କରି ସାରିଛନ୍ତି । ଉଭୟ ଚଳଚ୍ଚିତ୍ର ବକ୍ସ ଅଫିସରେ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା ।