Advertisement
Photo Details/zeeodisha/odisha2435011
photoDetails0hindi

Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

Horoscope Today 18 September 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ସେପ୍ଟେମ୍ବର ୧୮ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12
ମେଷ- ଆଜି ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ପ୍ରଶଂସା ପାଇବେ । ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରିବେ । ପାରିବାରିକ ସୁଖଶାନ୍ତି ଲାଭ କରିବେ । ପଡୋଶୀଙ୍କ ସହ ସମ୍ପର୍କରେ ମଧୁରତା ଆସିବ । 

 

ALSO READ: Guru Gochar 2024: ବୃହସ୍ପତିଙ୍କ ଚଳନ, ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ନୂଆ ଚାକିରି ସାଙ୍ଗକୁ...

2/12
ବୃଷ- ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ । ପ୍ରତ୍ୟେକ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିବେ । ବ୍ୟବସାୟରେ ଲାଭବାନ ହେବେ । ପରିବାରରେ ହସଖୁସିର ଲହରୀ ଲାଗି ରହିବ । ପଡୋଶୀଙ୍କ ସହ ସମ୍ପର୍କ ସୁଦୃଢ ହେବ । 

3/12
ମିଥୁନ- ମନ ପ୍ରସନ୍ନ ରହିବ । କାର୍ଯ୍ୟାଳୟରେ ଅଧିକ ଉର୍ତ୍ସଗୀକୃତ ହୋଇ କାର୍ଯ୍ୟ କରିବେ । କର୍ମ କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି ବି ମିଳିବାର ସମ୍ଭାବନା ରହିଛି।  ଆୟ ଉତ୍ତମ ହେବ । ବ୍ୟବସାୟ ଲାଭପ୍ରଦ ହେବ । ମାଲି ମୋକଦ୍ଦମାରେ ବିଜୟୀ ହେବେ । 

4/12
  କର୍କଟ- ସ୍ୱାସ୍ଥ୍ୟ ସମସ୍ୟାରୁ ମୁକୁଳିବେ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭଜନକ ହେବ । ସନ୍ତାନଙ୍କ କାର୍ଯ୍ୟକଳାପରେ ସନ୍ତୁଷ୍ଟି ପ୍ରକାଶ କରିବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଦୂରଯାତ୍ରା ସଫଳ ହେବ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବା ସହ କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବେ।

5/12
ସିଂହ- ହସ ଖୁସିର ଦିନ ଅତିବାହିତ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ପ୍ରତିଯୋଗିତା ମନୋଭାବ ନେଇ କାର୍ଯ୍ୟ କରିବେ । ବ୍ୟବସାୟରେ ଅଭିବୃଦ୍ଧି ହେବ । ସନ୍ତାନଙ୍କ କାର୍ଯ୍ୟ କଳାପ ଆପଣଙ୍କୁ ଖୁସି ପ୍ରଦାନ କରିବ । 

6/12
  କନ୍ୟା- ଶରୀର ସୁସ୍ଥ ରହିବ । ପ୍ରତିଟି କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ । ଆର୍ଥିକ ଅଭିବୃଦ୍ଧି ଘଟିବ । କାର୍ଯ୍ୟାଳୟରେ ଅଧ୍ୟସ୍ତନ କର୍ମଚାରୀଙ୍କ ଦ୍ୱାରା ସମ୍ମାନ ପାଇବେ । ଅପରାହ୍ନରେ ବନ୍ଧୁ ମିଳନର ଯୋଗ ରହୁଛି । 

7/12

ତୁଳା- ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ର ସହଜ, ସରଳ ଓ ଆନନ୍ଦଦାୟକ ହେବ । ବ୍ୟସ୍ତତା ମଧ୍ୟେ ଦିନ କାଟିବ । ପାରିବାରିକ ସୁଖଶାନ୍ତି ବିରାଜମାନ ହେବ । ବ୍ୟବସାୟ ଲାଭପ୍ରଦ ହେବ ।

8/12

ବିଛା- ସ୍ୱାସ୍ଥ୍ୟ ସଚେତନ ହେବେ । ସ୍ଥିର ଚିତ୍ତରେ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ତୁଳାଇବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ବ୍ୟବସାୟ ଭଲ ହେବ । 

9/12

ଧନୁ- ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଅଗ୍ରଗତି ଘଟିବ । ଆୟ ଅବ୍ୟାହତ ରହିବ । ପାରିବାରିକ ଜୀବନ ଆନନ୍ଦମୟ ହେବ । ଛାତ୍ରଛାତ୍ରୀମାନେ ପଢାପଢିରେ ମନ ନିବେଶ କରିବେ । ସନ୍ତାନର ସୁଖବର ଶୁଣି ଖୁସି ହେବେ ଓ ମିତ୍ରଙ୍କ ସାହାଯ୍ୟ ଦ୍ଵାରା କାର୍ଯ୍ୟ ହାସଲ କରିବେ। ନିଜର ଚତୁରତା ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ।

10/12

ମକର- ଶାରୀରିକ ଅସୁସ୍ଥତା ଦେଖାଦେବ । ଚିଡିଚିଡା ସ୍ୱଭାବରେ ହେବେ । ଆଶାକରୁଥିବା ଦିଗରୁ ଅର୍ଥ ପାଇବାରେ ବିଳମ୍ବ ହେବ । କର୍ମ କ୍ଷେତ୍ରରେ  ଅସହଯୋଗ ପାଇବ ।   ନୂଆ ଲକ୍ଷ୍ୟ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ । ବନ୍ଧୁ ବାନ୍ଧବଙ୍କ ଦ୍ୱାରା ସମସ୍ୟାର ସମାଧାନ ହୋଇ ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । 

11/12

କୁମ୍ଭ- ସତର୍କତାର ସହ କାର୍ଯ୍ୟ କରିଲେ ସମସ୍ତ ପରିସ୍ଥିତି ଆପଣଙ୍କ ସପକ୍ଷରେ ଯିବ । ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରି ସୁନାମ ଅର୍ଜନ କରିବେ। ଏବଂ ପ୍ରଂଶସିତ ହେବେ।  ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳପ୍ରଚଳ ହେବା ଅତ୍ୟନ୍ତ ଜରୁରୀ। ନଚେତ କୌଣସି ପ୍ରକାର ଅଘଟଣର ସାମ୍ନା କରିପାରନ୍ତି।

12/12

ମୀନ- ଆଜି ସରକାରୀ କାମରେ ସଫଳତା ପାଇବା ସହ ପାରିବାରିକ ମାମଲାର ଶାନ୍ତିପୂର୍ଣ୍ଣ ସମାଧାନ ହେବ । ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ। ଅଧିକାରୀ କାମରେ ପ୍ରସନ୍ନ ରହିବା ଫଳରେ କର୍ମକ୍ଷେତ୍ରରେ ପଦୋନ୍ନତିର ସଙ୍କେତ ପାଇବେ । ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ।