Advertisement
Photo Details/zeeodisha/odisha2391313
photoDetails0hindi

Today Horoscope: ମେଷ -କର୍କଟ ସହ ଏହି ତିନି ରାଶିଙ୍କ ପାଇଁ ଆଜିର ଦିନ ରହିବ ଅଶୁଭ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

Horoscope Today 20 August 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅଗଷ୍ଟ ୨୦ ହେଉଛି ମଙ୍ଗଳବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

 

1/12

ମେଷ: ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଆଜି ସତର୍କତାର ସହ ଚଳିବାକୁ ପଡି଼ବ। ଅଧା ପଡିଥିବା କାର୍ଯ୍ୟକୁ ଶେଷ କରିବାରେ ଲାଗିଲେ ମଧ୍ୟ ତାହା ସମ୍ପୁର୍ଣ୍ଣ ହେବ ନାହିଁ। କର୍ମକ୍ଷେତ୍ରରେ କୌଣିସି କଥାକୁ ନେଇ ସହକର୍ମୀଙ୍କ ସହ ବିବାଦ ଦେଖାଦେଇପାରେ। ଯଥା ସମ୍ଭବ ଅଯଥା ଯୁକ୍ତି ଠାରୁ ନିଜକୁ ଦୂରେଇ ରଖିବା ଭଲ। ଦିର୍ଘ ଦିନ ଧରି ଲାଗି ରହିଥିବା ପୈତୃକ ସମ୍ପତ୍ତିର ବିବାଦ ଶେଷ ହେବ। ବ୍ୟବସାୟୀମାନେ ନୂତନ ଲୋକଙ୍କ ସହ ବ୍ୟବସାୟ ଆରମ୍ଭ କରିବାର ଯୋଗ ରହିଛି।  ବୈବାହିକ ଜୀବନରେ ଲାଗି ରହିଥିବା କଳହର ଅନ୍ତ ଘଟିବ। ନିଜ ପତ୍ନୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଦୂରଯାତ୍ରା ସମୟରେ ସତର୍କତା ଅବଲମ୍ବନ କରିବା ଜରୁରୀ। 

ALSO READ: Shani Gochar 2024: ୨୦୨୫ ମାର୍ଚ୍ଚରୁ ଏହିସବୁ ରାଶିଙ୍କ ପାଇଁ ଆରମ୍ଭ ହେବ ଭଲ ଦିନ, ଶନିଙ୍କ କୃପାରୁ ହେବ ଧନବର୍ଷା!

ALSO READ:  Weekly Finance Horoscope 2024: ଏହିସବୁ ରାଶିଙ୍କ ପାଇଁ ଆଗାମୀ ସପ୍ତାହ ରହିବ ଅଧିକ ଖାସ୍, ବ୍ୟୟ ଠାରୁ ଆୟ ରହିବ ଅଧିକ!

2/12

ବୃଷ: ଏହି ରାଶିର ଲୋକେ ଆଜି  ମିଶ୍ରିତ ଫଳ ପାଇବେ। ଦିନ ଆରମ୍ଭରୁ ଆୟ ଅପେକ୍ଷା ବ୍ୟୟ ଖୁବ୍ ଅଧିକ ହେବ। ଭାବିଚିନ୍ତ ଅର୍ଥ ଖର୍ଚ୍ଚ କରନ୍ତୁ। ନଚେତ୍ ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ। କର୍ମକ୍ଷେତ୍ରେ ଚାପ ଅଧିକ ରହିବ। ଦେବ ଦର୍ଶନ ର ଯୋଗ ରହିଛି। ନିଜ ପରିବାର ଲୋକଙ୍କ ସହିତ ସଂନ୍ଧ୍ୟା ସମୟରେ ଦୂରଯାତ୍ରା କରିପାରନ୍ତି। ସଂନ୍ଧ୍ୟା ସମୟରେ କୌଣସି ଧାର୍ମିକ ସ୍ଥଳୀକୁ ଯାଇପାରନ୍ତି। ପୁରୁଣା ବନ୍ଧୁ ସହ ଭେଟ ହୋଇପାରେ। ଫଳରେ ଖୁସି ଅନୁଭବ କରିବେ। ପିତାମାତାଙ୍କ ଶାରିରିକ ସମସ୍ୟା ଦେଖାଦେଇପାରେ।

3/12

ମିଥୁନ: ଦିନ  ଆରମ୍ଭରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ବ୍ୟବସାୟୀମାନେ ବ୍ୟବସାୟରେ ଏକ ନୂତନ ଡିଲ୍ ଫାଇନାଲ୍ କରିପାରନ୍ତି।  ଜୀବନ ସାଥୀଙ୍କ ସହ ଚାଲିଥିବା ବିବାଦର ଅନ୍ତ ଘଟିବ। ନିଜ ସାଥୀଙ୍କୁ ଏକ ମନ ପସନ୍ଦର ଉପହାର ଦେବେ। ନିଜ ସନ୍ତାନମାନଙ୍କ ଠାରୁ କୌଣସି ଖୁସି ଖବର ପାଇପାରନ୍ତି। ଗୃହକୁ ଅତିଥିଙ୍କ ଆଗମନ ହୋଇପାରେ। ପୁଞ୍ଜି ବିନିଯୋଗ ପାଇଁ ସମୟ ଅନୁକୂଳ ରହିବ। ଦିର୍ଘ ଦିନର ଆଶା ପୂରଣ ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ। 

 

4/12

କର୍କଟ: ଏହି ରାଶିର ଲୋକେ ଆଜି ଭାରି ଟେନସନରେ ରହିବେ। କର୍ମକ୍ଷେତ୍ରରେ କାର୍ଯ୍ୟ ଭାର ଅଧିକ ଥିବାରୁ ଅଣନିଶ୍ବାସୀ ଅନୁଭବ କରିବେ। ସହକର୍ମୀଙ୍କ ଠାରୁ କାର୍ଯ୍ୟରେ ସମର୍ଥନ ମିଳିଲେ ମଧ୍ୟ ପେଣ୍ତିଂ କାର୍ଯ୍ୟକୁ ଶେଷ କରିପାରିବେ ନାହିଁ।  ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଜରୁରୀ। ନଚେତ୍ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ବିଶେଷ କରି ସଂକ୍ରମଣ ଜନିତ ରୋଗରେ ପୀଡିତ ହୋଇପାରନ୍ତି। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବା ସହ ବାକି ପଡିଥିବା ଟଙ୍କା ପାଇବେ। ଟଙ୍କା-ପଇସାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଦେଖାଦେଇପାରେ। 

 

5/12

ସିଂହ: ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ଖୁବ୍ ଖାସ୍ ରହିବ।  ବ୍ୟବସାୟୀମାନେ ଆର୍ଥିକ ଦେଣନେଣ ପାଇଁ ସମୟ ଶୁଭ ରହିବ। ଛାତ୍ରଛାତ୍ରୀମାନେ ପଠନ ଲିଖନରେ ମନଦେବେ। ଘରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଅବିବାହିତମାନେ ନିଜ ସାଥୀଙ୍କ ସହ କୌଣସି ସ୍ଥାନକୁ ଏକ ରୋମାଣ୍ଟିକ୍ ଡେଣ୍ଟିଂରେ ଯାଇପାରନ୍ତି। ସାଥୀଙ୍କ ଠାରୁ ଦାମୀ ଉପହାର ପାଇପାରନ୍ତି। କିନ୍ତୁ ସାଥୀଙ୍କ ସହ କଥାବାର୍ତ୍ତା କରିବା ସମୟରେ ସତର୍କତା ଅବଲମ୍ବନ କରିବା ଜରୁରୀ । କାହିଁକିନା ଛୋଟମୋଟ କଥାରୁ ବୁଝାବଣା ଭୁଲ୍ ହୋଇପାରେ। ତେଣୁ ସତର୍କ ରୁହନ୍ତୁ। 

 

6/12

କନ୍ୟା:   ଦିନଟି ମଉଜ ମଜଲିସ୍ ରେ ଅତିବାହିତ ହେବ। ସକାଳ ପହରୁ ନିଜ ପରିବାର ଲୋକଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ଯାହାକୁ ନେଇ ମନ ଆନନ୍ଦିତ ରହିବ। ଆୟ ବୃଦ୍ଧି ପାଇଲେ ମଧ୍ୟ ବ୍ୟୟ ଅଧିକ ରହିବ। ତେଣୁ ନିଜ ଖର୍ଚ୍ଚ ପ୍ରତି ଧ୍ୟାନ ଦେବା ଜରୁରୀ । ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପାରିବାରିକ ଜୀବନରେ ଲାଗି ରହିଥିବା ଭୁଲ୍ ବୁଝାବଣା ଦୂର ହେବ। 

 

7/12

ତୁଳା: ଆଜି କର୍ମକ୍ଷେତ୍ରରୁ ଟିକେ ଫୁରସତ ପାଇବେ। ବ୍ୟବସାୟୀମାନେ ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତ କରିବେ। କିଛି ଦ୍ବନ୍ଦକୁ ନେଇ ଚିନ୍ତିତ ରହିବେ। ଯଦି ଦୂରଯାତ୍ରା କରୁଛନ୍ତି ।ତେବେ, ଏଥିରୁ ନିବୃତ୍ତ ରୁହନ୍ତୁ । କୌଣସି ଶୁଭ କାର୍ଯ୍ୟ ବା ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ। ଗାଡ଼ି ଚାଳନା ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ।  ଆଜି କିଛି ଦାମୀ-ଜିନିଷ ଆପଣଙ୍କର ଚୋରୀ କିମ୍ବା ହଜି ଯାଇପାରେ। ପୂର୍ବରୁ ନେଇଥିବା ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତିରୁ ଆଜି ଲାଭ ପାଇବେ। ନିଜ ପିତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବୈବାହିକ ଜୀବନ ସୁଖମୟ ହେବ। 

8/12

ବିଛା: ଆଜି ଏହି ରାଶିଙ୍କ ପାଇଁ ଆଜିର ଦିନ ବେଶ୍ ମଙ୍ଗଳମୟ  ହେବ। ଦିର୍ଘ ଦିନର ଆଶା ପୂରଣ ହେବ। ଆଜି ଗାଡି଼ କିମ୍ବା ନୂତନ ଜମି କ୍ରୟ କରିପାରନ୍ତି। କର୍ମ ଚଞ୍ଚଳ ରହିବେ।  ଆୟ ବୃଦ୍ଧି ପାଇବ। ପାରିବାରିକ ସ୍ନେହ ବୃଦ୍ଧି ପାଇବ। ବିଶେଷକରି, ପ୍ରେମୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଦିର୍ଘ ଦିନ ଧରି ପଡିଥିବା କାର୍ଯ୍ୟକୁ ଆଜି ଶେଷ କରିବାରେ ସମର୍ଥ ହେବେ। କିନ୍ତୁ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ପୁରୁଣାରୋଗରୁ କଷ୍ଟ ପାଇବେ। ଅବିବାହିତଙ୍କ ବିବାହ ଯୋଗ ଫିଟିବ। 

 

9/12

ଧନୁ: ବ୍ୟବସାୟୀମାନେ ଆଜି କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବାକୁ ସମର୍ଥ ହେବେ।  ବିଶେଷକରି, ସାମ୍ବାଦିକତା, ରିସର୍ଚ୍ଚ, ଶିକ୍ଷା ଓ ରାଜନୈତିକ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଭଲ ରହିବ। ଭଲ କାର୍ଯ୍ୟ ପାଇଁ କୌଣସି ସଭାସମିତିରେ ସମ୍ମାନୀତ ହେବେ। ପାର୍ଟନରସିପ୍ ରେ ଚାଲୁଥିବା ବ୍ୟବସାୟୀମାନେ ଲାଭବାନ୍ ହେବେ। ସାମାନ୍ୟ ଶରୀର ପୀଡା ଦେଖାଦେବ। ପ୍ରେମୀମାନଙ୍କ ପାଇଁ ସମୟ ଆଦୌ ଭଲ ରହିବ ନାହିଁ। ନିଜ ସାଥୀଙ୍କ ସହ କୌଣସି କଥାକୁ ନେଇ ଝଗଡା ହୋଇପାରେ। 

 

10/12

ମକର:  ଏ-ହି ରାଶିର ଲୋକଙ୍କ ପାଇଁ ଦିନଟି ବେଶ୍ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ପଦମର୍ଯ୍ୟଦା ପ୍ରାପ୍ତ ହେବ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଂଶସା କରିବେ। କୌଣସି ନିସ୍ପତ୍ତି ତରବରିଆ ଭାବେ ନିଅନ୍ତୁ ନାହିଁ। ବାକି ପଡିଥିବା ଟଙ୍କା ପାଇବେ।  ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଅଜଣା ବ୍ୟକ୍ତିଙ୍କ ଠାରୁ ସାହାର୍ଯ୍ୟ ପାଇବେ । ବ୍ୟବସାୟୀମାନେ କୌଣସି ପ୍ରକାର ଗୁରୁତ୍ବପୂର୍ଣ୍ଣ ଡିଲ୍ ପାଇଁ ବିଦେଶ ଯାତ୍ରା କରିପାରନ୍ତି। ପିତା-ମାତାଙ୍କ ସହ  ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। 

11/12

କୁମ୍ଭ: ଆଜି ଲାଭରେ ରହିବେ ଏହି ରାଶିର ଲୋକେ। କର୍ମକ୍ଷେତ୍ରରେ ପଦୋନ୍ନତି ନେଇ ଯୋଗ ରହିଛି।  ଦୂରଯାତ୍ରାରୁ ଶୁଭଫଳ ପାଇବେ। ବୁଦ୍ଧି ବିଚାରି କାର୍ଯ୍ୟ କରିବେ।  ବିବାଦୀୟ ଘଟଣାର ଅନ୍ତ ଘଟିବ। ନିଜ ଭାଇଭଉଣୀଙ୍କ ଠାରୁ ସାହାର୍ଯ୍ୟ ଲୋଡି଼ ପାରନ୍ତି। ନିଜ ପରିବାର ଲୋକଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ବେକାରୀମାନଙ୍କୁ ଭଲ ଚାକିରି ମିଳିପାରେ। ସଂନ୍ଧ୍ୟା ସମୟରେ ପୁରୁଣା ବନ୍ଧୁଙ୍କୁ ଭେଟି ମନ ଆନନ୍ଦିତ ରହିବ। ସ୍ବାସ୍ଥ୍ୟ ଭଲ ରହିବା ସହ ଆୟ ବୃଦ୍ଧି ହେବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। 

 

12/12

ମୀନ: ଆଜି ନୂତନ ନିଯୁକ୍ତି ନେଇ ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଆଗ୍ରହ ଓ ଉତ୍ସାହ ବୃଦ୍ଧି ପାଇବ। ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟ ଠିକ୍ ନ ଥିବାରୁ କ୍ଲାନ୍ତ ଅନୁଭବ କରିବେ।  ଶତ୍ରୃମାନେ ଷଡଯନ୍ତ୍ର କରିବେ। ପ୍ରତ୍ୟକ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିବେ। ତେଣୁ ଭାବିଚିନ୍ତ କାର୍ଯ୍ୟ କରନ୍ତୁ। ଆୟ ଠାରୁ ବ୍ୟୟ କମ୍ ରହିବ।