Advertisement
Photo Details/zeeodisha/odisha1936496
photoDetails0hindi

Horoscope Today: ଦୂରଯାତ୍ରା କରନ୍ତୁ ନାହିଁ ଏହି ରାଶି! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

 Horoscope Today: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

 

1/12

ମେଷ ରାଶି- ମଉଜ ମଜଲିସରେ ଦିନ କାଟିବେ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ ହେବ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ଆସ୍ଥା ଭାଜନ ହେବେ। ପାରିବାରିକ ସୁଖଶାନ୍ତି ବଜାୟ ରହିବ। ସେବା ପୂଜା ପାଇଁ ମନ ବଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

2/12

ବୃଷ ରାଶି- ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ମିଳିବ। ପିଲାଦିନର ମିତ୍ରଙ୍କୁ ସାକ୍ଷାତ କରି ମନ ପ୍ରସନ୍ନ ରହିବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ରହିଛି। ବ୍ୟବସାୟ ଓ ଆର୍ଥିକ୍ କ୍ଷେତ୍ରରେ ଲାଭବାନ ହେବେ । ମଧ୍ୟାହ୍ନ ପରେ ଭାବିଚିନ୍ତି କାର୍ଯ୍ୟ କଲେ ସୁଫଳ ପାଇବେ ।

3/12

ମିଥୁନ ରାଶି- କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଖର୍ଚ୍ଚାନ୍ତ ହେବା ନେଇ ସମ୍ଭାବନା ରହିଛି । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୂକୁଳ ଅଟେ । ବ୍ୟାପାରରେ ଆୟ ବଢ଼ିପାରେ । ଗୁରୁଜନଙ୍କ ଆଶୀର୍ବାଦ ଲାଭ କରିବେ।

4/12

କର୍କଟ ରାଶି-ସୂଚାରୁ ରୂପେ ସମସ୍ତ କାର୍ଯ୍ୟ ତୁଳାଇବେ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବେ । କାର୍ଯ୍ୟାଳୟରେ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ । ଆୟ ଉତ୍ତମ ହେବ । ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇଁ ଖୁସି ହେବେ ।

5/12

ସିଂହ ରାଶି- ସ୍ୱାସ୍ଥ୍ୟ ଭଲ ରହିବ। ଦୂରଯାତ୍ରା ଶୁଭପ୍ରଦ ହେବ । ନୂଆ କାମ ପାଇଁ ମନରେ ଉତ୍ସୁକତା ଲାଗି ରହିବ । କଳା, ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ । ଜୀବନସାଥୀଙ୍କ ସହ ମତାନ୍ତର ହେବାର ସମ୍ଭାବନା ରହିଛି । ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ।

6/12

କନ୍ୟା ରାଶି- ଆଜି କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ। ଈଷ୍ଟ ଦେବତାଙ୍କର ଧ୍ୟାନ କରିବା ଦ୍ବାରା ସମସ୍ୟାର ସମାଧାନ ହେବ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ।

7/12

ତୁଳା ରାଶି- ଶରୀର ସୁସ୍ଥ ରହିବା ସହ ମାନସିକ ଶାନ୍ତି ବଜାୟ ରହିବ । ଅକସ୍ମାତ୍ ଧନ ପ୍ରାପ୍ତିର ଯୋଗ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ରାଜନୀତି ସହ ଜଡିତ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭଦାୟୀ ରହିବ । ପିତାମାତାଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ ।

8/12

ବିଛା ରାଶି- ଗୃହସ୍ଥ ଜୀବନରେ ସୁଖ ଓ ଶାନ୍ତି ରହିବ। ମିତ୍ରମାନଙ୍କ ସହ ଯାତ୍ରା କିମ୍ବା ପର୍ଯ୍ୟଟନ ନେଇ ଯୋଗ ରହିଛି। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । କର୍ମ ଚାପ ବଢିବ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ବ୍ୟବସାୟରେ ମଧ୍ୟମ ଧରଣର ଫଳ ମିଳିବ ।

9/12

ଧନୁ ରାଶି- ଆଜି ଦୂରଯାତ୍ରା କରନ୍ତୁ ନାହିଁ । ପ୍ରିୟଜନଙ୍କ ସହ କିଛି କଥା କଟାକଟି ହେବାରୁ ମନ ଅଶାନ୍ତ ରହିବ । ଦୁଃସମ୍ବାଦ ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ନେଇ ଯୋଗ ରହିଛି। କୋର୍ଟ କଚେରୀ ମାମଲାରେ ଛନ୍ଦି ହୋଇପଡ଼ିବେ ।

10/12

ମକର ରାଶି- ଦିନ ଶୁଭଫଳଦାୟୀ ରହିବ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ଶାରୀରିକ ସୁସ୍ଥତା ଲାଭ କରିବେ । ଆୟ ବୃଦ୍ଧି ପାଇବ ।

11/12

କୁମ୍ଭ ରାଶି- ଦେହ ଓ ମନ ଭଲ ରହିବ। ଉତ୍ସାହର ସହ ସମସ୍ତ ଦାୟିତ୍ୱ ତୁଳାଇବେ। ବ୍ୟବସାୟ ଲାଭପ୍ରଦ ହେବ। ଆୟ ବଢିବ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ ହେବ। ଦୂରଯାତ୍ରା ନକରିବା ଭଲ । ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।

12/12

ମୀନ ରାଶି- ଆଜି କୋର୍ଟ-କଚେରୀ ମାମଲାରେ ନ ପଡ଼ିବା ଭଲ। ପରିବାରରେ ସୁଖ-ଶାନ୍ତି ରହିବ। କମ୍ ସମୟରେ ଅଧିକ ଲାଭ ଆଶାରେ କ୍ଷତି ସହିବାକୁ ପଡ଼ିପାରେ। ନୂଆ କାର୍ଯ୍ୟ ଆରମ୍ଭ ନେଇ ଦିନଟି ଶୁଭ ରହିବ।