Advertisement
Photo Details/zeeodisha/odisha1240152
photoDetails0hindi

ଏକନାଥ ସିନ୍ଦେ, ଦେବେନ୍ଦ୍ର ଫଡନାଭିସ୍ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ କିଏ ଅଧିକ ଧନୀ?

Eknath Shinde Property: ସିନ୍ଦେ ଏକଦା ଶିବସେନାର ସବୁଠାରୁ ଖାସ୍ ନେତା ଥିଲେ । କିନ୍ତୁ ଉଦ୍ଧବ ଠାକରେଙ୍କୁ ସିଏମ ଗାଦିରୁ ହଟାଇବା ପଛରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କିନ୍ତୁ ଆପଣ ଜାଣନ୍ତି କି ଏକନାଥ ସିନ୍ଦେଙ୍କ ପାଖରେ କେତେ ଟଙ୍କା ଓ ତାଙ୍କର କେତେ ସମ୍ପତ୍ତି ଅଛି? ଏହାସହ ପୂର୍ବତନ ସିଏମ୍ ଉଦ୍ଧବ ଠାକରେ ଓ ଦେବେନ୍ଦ୍ର ଫଡନାଭିସ  କେତେ ସମ୍ପତ୍ତିର ମାଲିକ ଅଛନ୍ତି?

1/7

ମୁମ୍ୱାଇ: Eknath Shinde Property: ଏକନାଥ ସିନ୍ଦେ ହେଉଛନ୍ତି ବର୍ତ୍ତମାନ ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ । ସେ ଜୁନ ୩୦ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ତାଙ୍କ ପୂର୍ବରୁ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ । ସିନ୍ଦେ ଏକଦା ଶିବସେନାର ସବୁଠାରୁ ଖାସ୍ ନେତା ଥିଲେ । କିନ୍ତୁ ଉଦ୍ଧବ ଠାକରେଙ୍କୁ ସିଏମ ଗାଦିରୁ ହଟାଇବା ପଛରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କିନ୍ତୁ ଆପଣ ଜାଣନ୍ତି କି ଏକନାଥ ସିନ୍ଦେଙ୍କ ପାଖରେ କେତେ ଟଙ୍କା ଓ ତାଙ୍କର କେତେ ସମ୍ପତ୍ତି ଅଛି? ଏହାସହ ପୂର୍ବତନ ସିଏମ୍ ଉଦ୍ଧବ ଠାକରେ ଓ ଦେବେନ୍ଦ୍ର ଫଡନାଭିସ  କେତେ ସମ୍ପତ୍ତିର ମାଲିକ ଅଛନ୍ତି?

ଉଦ୍ଧବ ଠାକରେ ୧୩୪ କୋଟି ୨୬ ଲକ୍ଷ ଟଙ୍କାର ମାଲିକ

2/7
ଉଦ୍ଧବ ଠାକରେ ୧୩୪ କୋଟି ୨୬ ଲକ୍ଷ ଟଙ୍କାର ମାଲିକ

୨୦୨୦ ମସିହାରେ ମହାରାଷ୍ଟ୍ର ବିଧାନ ପରିଷଦ ମାଧ୍ୟମରେ ଉଦ୍ଧବ ଠାକରେ ଏମଏଲସି ହୋଇଥିଲେ । ନିର୍ବାଚନ ଆୟୋଗକୁ ଦିଆଯାଇଥିବା ଆଫିଡେଭିଟ୍ ଅନୁଯାୟୀ ତାଙ୍କ ପାଖରେ ୧୪୩ କୋଟି ୨୬ ଲକ୍ଷ ଟଙ୍କା ମୂଲ୍ୟର ଚଳନ ଓ ଅସ୍ଥାବର ସମ୍ପତ୍ତି ରହିଛି । ଉଦ୍ଧବ ଉପରେ ୧୫ କୋଟି ୫୦ ହଜାର ଟଙ୍କା ମଧ୍ୟ ଋଣ ଭାର ଅଛି । ସେ ଦୁଇଟି ବଙ୍ଗଳାର ମାଲିକ ଅଟନ୍ତି ।

3/7

ନିକଟ ଅତୀତରେ ବିଧାନ ପରିଷଦର ସଦସ୍ୟ ପାଇଁ ନାମାଙ୍କନପତ୍ର ଦାଖଲ ସମୟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଉଦ୍ଧବ ଠାକରେଙ୍କ ପାଖରେ ୭୬.୫୯ କୋଟି ଟଙ୍କା ସମ୍ପତ୍ତି ରହିଛି । ସେଥିମଧ୍ୟରୁ ୫୨.୪୪ କୋଟି ଟଙ୍କା ଅସ୍ଥାବର ଓ ୨୪.୧୪ କୋଟି ଟଙ୍କା ସ୍ଥାବର ସମ୍ପତ୍ତି ରହିଛି । ଉଦ୍ଧବଙ୍କ ପତ୍ନୀ ରଶ୍ମୀ ଠାକରେଙ୍କ ସମ୍ପତ୍ତି ୬୫.୦୯ କୋଟି ଟଙ୍କା ରହିଛି, ସେଥିମଧ୍ୟରୁ ୨୮.୯ କୋଟି ଟଙ୍କାର ଅସ୍ଥାବର ଓ ୩୬.୬ କୋଟିର ସ୍ଥାବର ସମ୍ପତ୍ତି ରହିଛି ।

ଏତେ ସମ୍ପତ୍ତିର ମାଲିକ ଏକନାଥ ସିନ୍ଦେ

4/7
ଏତେ ସମ୍ପତ୍ତିର ମାଲିକ ଏକନାଥ ସିନ୍ଦେ

ନିର୍ବାଚନ ଆଫିଡେଭିଟ୍ ଅନୁଯାୟୀ, ସିନ୍ଦେଙ୍କ ପାଖରେ ୧୧,୫୬,୧୨,୪୬୬ ଟଙ୍କା ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଅଛି । ଆଫିଡେଭିଟ୍ ଅନୁଯାୟୀ, ସେ ଓ ତାଙ୍କ ପତ୍ନୀଙ୍କ ଆକାଉଣ୍ଟରେ ନଗଦ ୩୨,୬୪,୭୬୦ ଟଙ୍କା ଥିଲା । ଆଫିଡେଭିଟ୍‌ରେ ଦର୍ଶାଯାଇଛି ଯେ ସିନ୍ଦେ ଦମ୍ପତି ଜୀବନ ବୀମା ପାଇଁ ୫୦,୦୮,୯୩୦ ଟଙ୍କା ବିନିଯୋଗ କରିଛନ୍ତି । ସିନ୍ଦେ ଦମ୍ପତି ଆର୍ମଡା, ସ୍କର୍ପିଓ, ବୋଲେରୋ, ଇନୋଭାର ସମେତ ଅନେକ କମ୍ପାନୀର ୭ଟି ଗାଡିର ମାଲିକ ଅଟନ୍ତି । 

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ଚଳିତ ମାସରେ ପୁଣି ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ ଏଥର କେତେ ହେବ ବୃଦ୍ଧି

ଏହା ବି ପଢ଼ନ୍ତୁ:-ଏକନାଥ ସିନ୍ଦେଙ୍କୁ ନେଇ ଶିବସେନା ଦେଲା ବଡ଼ ବୟାନ, କହିଲା-କ୍ଷମତା ମିଳିଯାଇଛି, କିନ୍ତୁ..

ଏହା ବି ପଢ଼ନ୍ତୁ:-ଦେବେନ୍ଦ୍ର ଫଡନାଭିସଙ୍କୁ କାହିଁକି କରାଗଲା ଉପମୁଖ୍ୟମନ୍ତ୍ରୀ? କାରଣ କହିଲେ ଅମିତ ଶାହ

5/7

ସିନ୍ଦେଙ୍କ ପାଖରେ ଏକ ରିଭଲଭର ଓ ପିସ୍ତଲ ମଧ୍ୟ ରହିଛି ଯାହାର ଉଭୟ ମୂଲ୍ୟ ୪.୭୫ ଲକ୍ଷ ଟଙ୍କା ହେବ । ସିନ୍ଦେ ଦମ୍ପତିଙ୍କର ୯,୪୫,୫୦,୦୦୦ ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ଅଛି । ଏକନାଥ ସିନ୍ଦେଙ୍କର ୪,୪୭,୫୦,୦୦୦ ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ଥିବାବେଳେ ତାଙ୍କ ପତ୍ନୀଙ୍କର ୪,୯୮,୦୦,୦୦୦ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ଅଛି ।

୧୦୦ ପ୍ରତିଶତ ବଢ଼ିଥିଲା ଫଡନାଭିସଙ୍କ ସମ୍ପତ୍ତି

6/7
୧୦୦ ପ୍ରତିଶତ ବଢ଼ିଥିଲା ଫଡନାଭିସଙ୍କ ସମ୍ପତ୍ତି

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପାଖରେ ୩.୭୮ କୋଟି ଟଙ୍କାର ସମ୍ପତ୍ତି ଅଛି, ଯାହା ୨୦୧୪ ବର୍ଷ ତୁଳନାରେ ୧୦୦ ପ୍ରତିଶତ ଅଧିକ । ଆଫିଡେଭିଟ୍ ଅନୁଯାୟୀ, ତାଙ୍କ ସମ୍ପତ୍ତି ୨୦୧୪ରେ ୧.୮୧ କୋଟି ତୁଳନାରେ ୩.୭୮ କୋଟି ଟଙ୍କା ସହିତ ସମାନ । 

7/7

ଫଡନାଭିସଙ୍କ ପତ୍ନୀ ଅମୃତା ମଧ୍ୟ ମୁମ୍ବାଇ ଆକ୍ସିସ୍ ବ୍ୟାଙ୍କର ଭାଇସ୍ ପ୍ରେସିଡେଣ୍ଟ (ଉପାଧ୍ୟକ୍ଷ) ଓ ପଶ୍ଚିମ ଭାରତର କର୍ପୋରେଟ୍ ହେଡ୍ ମଧ୍ୟ ଅଛନ୍ତି । ଅମୃତାଙ୍କ ପାଖରେ ୯୯.୩୦ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି । ଯେତେବେଳେ ବ୍ୟାଙ୍କ ବାଲାନ୍ସ ବିଷୟରେ କଥା ଆସେ ସେତେବେଳେ ଫଡନାଭିସଙ୍କ ବ୍ୟାଙ୍କ ଖାତାରେ ୮ ଲକ୍ଷ ୨୯ ହଜାର ୬୬୫ ଟଙ୍କା ଥିବାବେଳେ ତାଙ୍କ ପତ୍ନୀଙ୍କ ବ୍ୟାଙ୍କ ଖାତାରେ ୨.୩୩ କୋଟି ଟଙ୍କା ରହିଛି ।