Advertisement
Photo Details/zeeodisha/odisha1849529
photoDetails0hindi

Trishala Gurung: କିଏ ଏହି ନେପାଳୀ ଗାୟିକା ତ୍ରିଶାଳା ଗୁରୁଙ୍ଗ? ଯିଏ ଏସିଆ କପ୍ ଉଦଘାଟନୀ ସମାରୋହରେ ଛାଇ ଯାଇଥିଲେ

Who is Trishala Gurung: ମୁଲତାନରେ ଖେଳାଯାଇଥିବା ଏସିଆ କପ୍‌ର ଉଦଘାଟନୀ ମ୍ୟାଚରେ ପାକିସ୍ତାନ ନେପାଳକୁ ୨୩୮ ରନରେ ପରାସ୍ତ କରିଛି । ଏହି ମ୍ୟାଚ୍ ପୂର୍ବରୁ ଉଦଘାଟନୀ ସମାରୋହ ମଧ୍ୟ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ନେପାଳର ଗାୟିକା ତ୍ରିଶାଳା ଗୁରୁଙ୍ଗ ନିଜ ମଧୁର ​​ସ୍ୱର ସହିତ ଏହି ଉତ୍ସବକୁ ରୋମାଞ୍ଚିତ କରିଥିଲେ । ତାଙ୍କର ଗୀତ ଗାଇବା ଶୈଳୀ ସମସ୍ତଙ୍କ ହୃଦୟ ଜିତିଥିଲା ​। ତ୍ରିଶାଳା ବହୁ ପ୍ରତିଭାବାନ । ଜଣେ ଗାୟିକା ହେବା ବ୍ୟତୀତ ସେ ଜଣେ ମ୍ୟୁଜିକ କମ୍ଫୋଜର ଓ ବିୟ୍ୟୁଟି ୱିଥ୍ ବ୍ରେନରେ ମଧ୍ୟ ସାମିଲ ।

 

1/6

Asia Cup 2023: ଏସିଆ କପ୍ ର ୧୬ ତମ ସିଜନ୍ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚ୍ ଆୟୋଜକ ପାକିସ୍ତାନ ଓ ନେପାଳ ମଧ୍ୟରେ ଖେଳାଯାଇଥିଲା, ଯାହାକୁ ପାକିସ୍ତାନ ୨୩୮ ରନ୍ ବ୍ୟବଧାନରେ ଜିତି ନେଇଥିଲା । ପାକିସ୍ତାନ ଅଧିନାୟକ ବାବର ଆଜମ ଓ ଇଫ୍ତିକାର ଅହମ୍ମଦ ଶତକ ହାସଲ କରିଥିଲେ । ଏହି ମ୍ୟାଚ୍ ପୂର୍ବରୁ ମୁଲତାନ କ୍ରିକେଟ୍ ଷ୍ଟାଡିୟମରେ ଉଦଘାଟନୀ ସମାରୋହ ମଧ୍ୟ ଅନୁଷ୍ଠିତ ହୋଇଥିଲାସ ଯେଉଁଥିରେ ନେପାଳୀ ଗାୟକ ତ୍ରିଶାଳା ଗୁରୁଙ୍ଗ ପରଫର୍ମ କରିଥିଲେ । ତାଙ୍କ ସ୍ୱର ଓ ସୌନ୍ଦର୍ଯ୍ୟକୁ ନେଇ ଅନେକ ଆଲୋଚନା ହେଉଛି । ସମାରୋହ ସମାପ୍ତ ହେବା ମାତ୍ରେ ତ୍ରିଶାଳା ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲେ ଓ ଲୋକମାନେ ତାଙ୍କ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।

 

2/6

ଉଦଘାଟନୀ ସମାରୋହରେ ଅଭିନୟ ସମୟରେ ତ୍ରିଶାଳା ଗୁରୁଙ୍ଗ ପାରମ୍ପାରିକ ପୋଷାକରେ ନଜର ଆସିଥିଲେ । ସେ ଏକ ଧଳା ଶାଢି଼ ଓ ନାଲି ରଙ୍ଗର ଚପଲ ପିନ୍ଧିଥିଲେ । ଲୋକମାନେ ତାଙ୍କ ଷ୍ଟାଇଲକୁ ବହୁତ ପସନ୍ଦ କରିଥିଲେ ଓ ପ୍ରଶଂସକମାନେ ତାଙ୍କର ସରଳତାକୁ ମଧ୍ୟ ପ୍ରଶଂସା କରିଥିଲେ ।

 

3/6

ଆପଣଙ୍କୁ କହିରଖୁଛୁ ଯେ ତ୍ରିଶାଳା ଗୁରୁଙ୍ଗ ଜଣେ ନେପାଳୀ ଗାୟିକା । ଗୀତ ବ୍ୟତୀତ ସେ ସଙ୍ଗୀତ ସଂରଚନା ମଧ୍ୟ କରନ୍ତି ଓ ତାଙ୍କର ଅନେକ ଭିଡିଓ ଆଲବମ୍ ବାହାରିଛି । 

 

4/6

କାଠମାଣ୍ଡୁର ବଡ ଲାଉଞ୍ଜ ପବ୍ ସହିତ ତ୍ରିଶାଳା ଷ୍ଟେଜ୍ ସୋ ମଧ୍ୟ ପ୍ରଦର୍ଶନ କରନ୍ତି । ପ୍ରଥମ ଥର ପାଇଁ ତାଙ୍କୁ ଏକ ଖେଳର ଉଦଘାଟନୀ ସମାରୋହରେ ଗୀତ ଗାଇବାକୁ ଡକାଯାଇଥିଲା ।

 

5/6

ନେପାଳରୁ ଆସିଥିବା ତ୍ରିଶାଳା ମଧ୍ୟ ମଡେଲିଂ କରନ୍ତି ଓ ମଡେଲିଂ ସହ ଜଡିତ ଅନେକ ଭିଡିଓ ଏବଂ ଫଟୋ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଉପଲବ୍ଧ ।

 

6/6

ବିୟ୍ୟୁଟି ୱିଥ୍ ବ୍ରେନର ଏକ ଉଦାହରଣ ହେଉଛି ତ୍ରିଶାଳା ଗୁରୁଙ୍ଗ । ବୃତ୍ତି ଅନୁଯାୟୀ ସେ ଜଣେ ଡାକ୍ତର । ସେ MBBS ଡିଗ୍ରୀ ହାସଲ କରିଛନ୍ତି । ସେ ନେପାଳ ମେଡିକାଲ କଲେଜରୁ ଡାକ୍ତରୀ ଅଧ୍ୟୟନ ଶେଷ କରିଛନ୍ତି । ତ୍ରିଶାଲା ଗୁରୁଙ୍ଗଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ଅଛି, ଯେଉଁଥିରେ ଲକ୍ଷ ଲକ୍ଷ ସବସ୍କ୍ରାଇବର ଅଛନ୍ତି । ମ୍ୟୁଜିକ୍ ଭିଡିଓ ବ୍ୟତୀତ ସେ ନିଜ ଚ୍ୟାନେଲରେ ବ୍ଲଗ ସେୟାର କରନ୍ତି।