Income tax Financial Year: ଆଧାର ସହିତ PAN କୁ ଲିଙ୍କ୍ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୩୧, । ଯଦି ପାନ୍ କାର୍ଡଧାରୀ ଏହାକୁ ଲିଙ୍କ୍ ନକରନ୍ତି, ତେବେ ପାନ୍ କାର୍ଡ ଅବୈଧ ହୋଇଯିବ । ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ସେୟାର କିଣିବା କିମ୍ବା ମ୍ୟୁଚୁଆଲ୍ ଫଣ୍ଡ ଇତ୍ୟାଦି ପାଇଁ ପାନ୍ ବାଧ୍ୟତାମୂଳକ ଅଟେ ।
ନୂଆଦିଲ୍ଲୀ: Income tax Financial Year: ଆର୍ଥିକ ବର୍ଷ ୨୦୨୧-୨୨ ଶେଷ ହେବାକୁ ଆଉ କିଛି ଦିନ ବାକି ଅଛି । ଏହା ପୂର୍ବରୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଶେଷ କରିବା ଅତ୍ୟନ୍ତ ଜରୁରୀ । ଯଦି ଆପଣ ମାର୍ଚ୍ଚ ୩୧ ସୁଦ୍ଧା ଏହି କାର୍ଯ୍ୟ ଶେଷ ନକରନ୍ତି, ତେବେ ଆପଣଙ୍କୁ ନୂତନ ଆର୍ଥିକ ବର୍ଷରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ଆଜି ଆମେ ଆପଣଙ୍କୁ ଏପରି ୫ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କହିବାକୁ ଯାଉଛୁ, ଯାହା ମାର୍ଚ୍ଚ ୩୧ ସୁଦ୍ଧା ସାରି ନିଅନ୍ତୁ ।
ଆଧାର ସହିତ PAN କୁ ଲିଙ୍କ୍ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୩୧, । ଯଦି ପାନ୍ କାର୍ଡଧାରୀ ଏହାକୁ ଲିଙ୍କ୍ ନକରନ୍ତି, ତେବେ ପାନ୍ କାର୍ଡ ଅବୈଧ ହୋଇଯିବ । ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ସେୟାର କିଣିବା କିମ୍ବା ମ୍ୟୁଚୁଆଲ୍ ଫଣ୍ଡ ଇତ୍ୟାଦି ପାଇଁ ପାନ୍ ବାଧ୍ୟତାମୂଳକ ଅଟେ । ଆହୁରି ମଧ୍ୟ ଅଧିକାଂଶ ଆର୍ଥିକ ସଂସ୍ଥା ଗ୍ରାହକମାନଙ୍କୁ KYC ପାଇଁ ସେମାନଙ୍କର ପାନ୍ ମାଗନ୍ତି । ସମୟସୀମା ପୂର୍ବରୁ ଦୁଇଟି ଡକ୍ୟୁମେଣ୍ଟକୁ ଲିଙ୍କ୍ କରିବାରେ ବିଫଳତା ଆୟକର ଅଧିନିୟମର ଧାରା ୨୭୨B ଅନୁଯାୟୀ ୧୦,୦୦୦ ଟଙ୍କା ଜରିମାନା ମଧ୍ୟ ଲଗାଯାଇପାରିବ ।
ଯଦି ଆପଣ ଏପର୍ଯ୍ୟନ୍ତ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ଇନକମ ଟ୍ୟାକ୍ସ ରିଟର୍ନ (ITR) ଦାଖଲ କରିନାହାଁନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଏହାକୁ ୩୧ ମାର୍ଚ୍ଚ ୦୨୧ ସୁଦ୍ଧା ପୂରଣ କରନ୍ତୁ । ସଂଶୋଧିତ ITR ମଧ୍ୟ ଏହି ତାରିଖ ପର୍ଯ୍ୟନ୍ତ ଦାଖଲ କରାଯାଇପାରିବ । ଯଦିଓ ଆୟକର ରିଟର୍ଣ୍ଣରେ କୌଣସି ସଂଶୋଧନ କରିବାର ଅଛି, ତେବେ ମାର୍ଚ୍ଚ ୩୧ ହେଉଛି ଶେଷ ତାରିଖ । ଏହା ପରେ ଆପଣଙ୍କୁ ଜୋରିମାନା ଦେବାକୁ ପଡ଼ିବ ।
ବ୍ୟାଙ୍କ ଆକାଉଣ୍ଟ KYC ଅପଡେଟ୍ କରିବାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୧ ଥିଲା, କିନ୍ତୁ କୋରୋନା ଯୋଗୁଁ ଏହି ତାରିଖ ବୃଦ୍ଧି କରାଯାଇଥିଲା । ଆରବିଆଇ (RBI) ଦ୍ୱାରା KYC କୁ ଅପଡେଟ୍ କରିବାର ଶେଷ ତାରିଖ ହେଉଛି ୩୧ ମାର୍ଚ୍ଚ ୨୦୨୨ । ବ୍ୟାଙ୍କ ଆକାଉଣ୍ଟର KYC କୁ ୩୧ ମାର୍ଚ୍ଚ ସୁଦ୍ଧା ସାରି ନିଅନ୍ତୁ ।
ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ଆୟକର ଛାଡ଼ ପାଇବା ପାଇଁ ମାର୍ଚ୍ଚ ସୁଦ୍ଧା ୩୧ ନିବେଶ କରନ୍ତୁ । ଅର୍ଥାତ ଟିକସ ସଞ୍ଚୟ ଯୋଜନାରେ ନିବେଶ କରନ୍ତୁ, ଯେଉଁଥିରେ ଆପଣ ଟିକସ ରିହାତି ପାଇପାରିବେ । ଏଥିରେ ପିପିଏଫ୍, ସୁକନ୍ୟା ସମୃଦ୍ଧି ପରି ଛୋଟ ସଞ୍ଚୟ ଯୋଜନା ଅନ୍ତର୍ଭୁକ୍ତ ରହିଛି । ଆହୁରି ମଧ୍ୟ ଆପଣ LIC ର କିସ୍ତି ଦେଇ ଟ୍ୟାକ୍ସ ସଞ୍ଚୟ କରିପାରିବେ । ଏହା ବ୍ୟତୀତ ଅନ୍ୟ ଆୟକର ସୁବିଧା ପାଇବା ପାଇଁ ମାର୍ଚ୍ଚ ୩୧ ମଧ୍ୟ ଶେଷ ତାରିଖ ଅଟେ ।
ଏହା ବି ପଢ଼ନ୍ତୁ:-ମହଙ୍ଗାର ଡବଲ ଆଟାକ୍: ପେଟ୍ରୋଲ-ଡିଜେଲ ପରେ ବଢ଼ିଲା LPG ସିଲିଣ୍ଡରର ଦାମ୍, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍
ଏହା ବି ପଢ଼ନ୍ତୁ:-ଇମ୍ରାନଙ୍କ ପରେ କିଏ ହେବେ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ? ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ଏହି ନେତାଙ୍କ ନାମ
ଏହା ବି ପଢ଼ନ୍ତୁ:-ଯୁଦ୍ଧ ମଧ୍ୟରେ ଋଷରେ ବଢ଼ିଲା କଣ୍ଡୋମର ବିକ୍ରି, କାରଣ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋଶ୍
ଏହା ବି ପଢ଼ନ୍ତୁ:-'ଦି କଶ୍ମୀର ଫାଇଲ୍ସ'କୁ ନେଇ ବିବାଦ ମଧ୍ୟରେ ଫିଲ୍ମ ଉପରେ ଆସିଲା ଆମୀର ଖାନଙ୍କ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ..
ପ୍ରଧାନମନ୍ତ୍ରୀ ଆୱାସ ଯୋଜନା (PMAY) ହେଉଛି ଏକ ସରକାରୀ ଯୋଜନା, ଯାହା ସ୍ୱଳ୍ପ ଆୟ ଗୋଷ୍ଠୀ (LIG) / ଆର୍ଥିକ ଭାବେ ଦୁର୍ବଳ ବର୍ଗ (EWS) ଅଞ୍ଚଳକୁ ସୁଲଭ ଗୃହ ଯୋଗାଇଥାଏ । ହିତାଧିକାରୀମାନେ ୬.୫ ପ୍ରତିଶତ ଦରରେ ୨୦ ବର୍ଷର ଋଣ ପାଇପାରିବେ । LIG ଓ EWS ବର୍ଗ ପାଇଁ PMAY କ୍ରେଡିଟ୍-ଲିଙ୍କ୍ ସବସିଡି ସ୍କିମ୍ (CLSS) ର ଲାଭ ଉଠାଇବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୩୧ ।
ट्रेन्डिंग फोटोज़