Russia-Ukraine War: ଏହି କ୍ଷେତ୍ର ସହ ଜଡ଼ିତ ଜଣେ ଅଧିକାରୀଙ୍କ କହିବାନୁସାରେ, ଏହି ସମସ୍ୟାର ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି । ରବି ଓ ଖରିଫ ଫସଲ ପାଇଁ ସରକାର ପ୍ରଚୁର ସାର ସଂଗ୍ରହ କରିଛନ୍ତି । ଏହା ଅନ୍ତର୍ଗତ ଏପର୍ଯ୍ୟନ୍ତ ୩୦ ଲକ୍ଷ ଟନ୍ DAP ଓ ୭୦ ଲକ୍ଷ ଟନ୍ ୟୁରିଆ କ୍ରୟ କରାଯାଇଛି । ଏହା ବ୍ୟତୀତ ସରକାର ମଧ୍ୟ ଏହି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି ।
ନୂଆଦିଲ୍ଲୀ: Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଭୀଷଣ ଲଢ଼େଇ ଜାରି ରହିଛି । ଏହାର ପ୍ରଭାବ ସମଗ୍ର ଦୁନିଆ ଉପରେ ପଡ଼ୁଛି । ବୈଶ୍ୱିକ ଅର୍ଥ ବ୍ୟବସ୍ଥା ଉପରେ ଏହାର ସବୁଠାରୁ ଖରାପ ପ୍ରଭାବ ପଡ଼ିଛି । ଏହି କ୍ରମରେ ଭାରତ ସରକାର (Indian Government) ଙ୍କ ଆର୍ଥିକ ବୋଝ ବଢ଼ାଇ ଦେଇଛି । ଏହି ସମୟରେ ବୈଶ୍ୱିକ ବଜାରରେ ସାର (fertilizers) ର ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି, ଯାହା ଭାରତୀୟ ଚାଷୀ (Indian Farmers) ଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ ।
ଋଷ (Russia) ରୁ ସାର (fertilizers) ର ବୃଦ୍ଧି ଚାଷୀ (Farmers) ଙ୍କ ଉପରେ ଆର୍ଥିକ ବୋଝ ବୃଦ୍ଧି କରିବ । ତେବେ ଚାଷୀଙ୍କୁ ଏହି ବର୍ଦ୍ଧିତ ମୂଲ୍ୟର ଭାରରୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର (Central Government) ସାର ଉପରେ ସବସିଡି ଦୁଇଗୁଣ କରିପାରେ । କୁହାଯାଉଛି ଯେ ଏଥର କେନ୍ଦ୍ର ସରକାର ଚାଷୀଙ୍କୁ ୨ ଲକ୍ଷ କୋଟି ଟଙ୍କା ସାର ସବସିଡି ଦେବାକୁ ଚିନ୍ତା କରୁଛନ୍ତି । ଅର୍ଥାତ୍ ସରକାର ଏଥିପାଇଁ ୧ ଲକ୍ଷ କୋଟି ଟଙ୍କା ଅତିରିକ୍ତ ସବସିଡି ଖର୍ଚ୍ଚ କରିବେ ।
ଏହାପୂର୍ବରୁ ଫେବୃଆରୀ ୧ରେ ୨୦୨୨-୨୩ ବଜେଟ୍ ଉପସ୍ଥାପନ କରୁଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) ଚଳିତ ଆର୍ଥିକ ବର୍ଷ ପାଇଁ ସାର ଉପରେ ୧ ଲକ୍ଷ କୋଟି ଟଙ୍କା ସବସିଡି ଘୋଷଣା କରିଛନ୍ତି । କିନ୍ତୁ, ଫେବୃଆରୀ ଶେଷ ସପ୍ତାହରୁ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ (Russia-Ukraine War) ଆରମ୍ଭ ହେବା ପରେ ପରିସ୍ଥିତି ବଦଳି ଯାଇଛି । ବର୍ତ୍ତମାନ ବୈଶ୍ୱିକ ବଜାରରେ ଭାରତ ଆମଦାନୀ କରୁଥିବା ସାରର ମୂଲ୍ୟ ବହୁତ ଅଧିକ ବଢ଼ିଯାଇଛି । ଏଭଳି ପରିସ୍ଥିତିରେ ଚାଷୀଙ୍କ ପାଇଁ ଏହି ମୂଲ୍ୟ ଦେବା ସହଜ ନୁହେଁ, ତେଣୁ ସରକାର ସାର ସବସିଡିକୁ ୧ ଲକ୍ଷ କୋଟି ଟଙ୍କା ବୃଦ୍ଧି କରିପାରନ୍ତି ।
ଏହାପୂର୍ବରୁ ମାର୍ଚ୍ଚ ୩୧ରେ ସରକାର ସାର ଉପରେ ସବସିଡି ଆକଳନକୁ ୧.୪୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିଥିଲେ, କିନ୍ତୁ ଏହି ସବସିଡି ଚାଷୀଙ୍କ ପାଇଁ ପର୍ଯ୍ୟାପ୍ତ ହେବ ନାହିଁ । ଏଭଳି ପରିସ୍ଥିତିରେ ସରକାର ଏହାକୁ ୬୦ ହଜାର କୋଟି ବୃଦ୍ଧି କରିଛନ୍ତି ଓ ବର୍ତ୍ତମାନ ୨ ଲକ୍ଷ କୋଟିର ସବସିଡି ଉପରେ ଆଲୋଚନା ହେଉଛି ।
ସୂଚନାଯୋଗ୍ୟ ଯେ, ଭାରତ ସରକାର ଡାଇ ଆମିନୋ ଫସଫେଟ୍ (DAP) ୟୁରିଆ (Urea) ପରି ସାର ପ୍ରସ୍ତୁତ କରାଯାଉଥିବା କଞ୍ଚାମାଲ ବହୁ ପରିମାଣରେ ଆମଦାନୀ କରନ୍ତି । ଏଥିରେ ଋଷ (Russia) ଓ ୟୁକ୍ରେନ (Ukraine) ର ମଧ୍ୟ ଏକ ବଡ଼ ଅଂଶ ରହିଛି । ବର୍ତ୍ତମାନ ପରିସ୍ଥିତିରେ ଉଭୟ ଦେଶରୁ ସାମଗ୍ରୀ ଯୋଗାଣରେ ବାଧା ଉପୁଜିଥିବାରୁ ବୈଶ୍ୱିକ ବଜାରରେ ସେଗୁଡ଼ିକର ମୂଲ୍ୟ ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ପାଇଛି । ଅର୍ଥାତ୍ ଚାଷୀଙ୍କ ଉପରେ ଆର୍ଥିକ ବୋଝ ବୃଦ୍ଧି ପାଇଛି ।
ବାସ୍ତବରେ, ୟୁରିଆ ତିଆରିରେ ସର୍ବାଧିକ ଖର୍ଚ୍ଚ ଗ୍ୟାସରେ ଆସେ । ଆଉ ଏହି ସମୟରେ ବିଶ୍ୱରେ ଗ୍ୟାସର ମୂଲ୍ୟ ବୃଦ୍ଧି ପାଉଛି । ୟୁରିଆ ଉତ୍ପାଦନରେ ଗ୍ୟାସ ମୂଲ୍ୟର ୭୦ ପ୍ରତିଶତ ରହିଥାଏ । ଅର୍ଥାତ ସାର ମୂଲ୍ୟରେ ବୃଦ୍ଧି ହେବାର ସବୁଠାରୁ ବଡ଼ କାରଣ ହେଉଛି ଗ୍ୟାସ ଦର ବୃଦ୍ଧି । ଆଗାମୀ ସମୟରେ ସରକାରଙ୍କୁ ସବସିଡି ଖର୍ଚ୍ଚ ବଢ଼ାଇବାକୁ ପଡିବ । ଯାହା ଦ୍ୱାରା ଏହା ଚାଷୀଙ୍କ ଉପରେ ବୋଝ ପଡ଼ିବ ନାହିଁ ।
ଏହା ବି ପଢ଼ନ୍ତୁ:-ବନ୍ଦ ହୋଇଯିବ ମାଗଣା ଯୋଜନା! ଖରାପ ହେବାରେ ଲାଗିଛି ରାଜ୍ୟଗୁଡ଼ିକର ଅବସ୍ଥା
ଏହା ବି ପଢ଼ନ୍ତୁ:-ବିଜୁଳି ବିଲ୍ ହୋଇଯିବ ଅଧାରୁ କମ୍! କେବଳ ଆପଣାନ୍ତୁ ଏହି ୫ଟି ଉପାୟ
ଏହା ବି ପଢ଼ନ୍ତୁ:-ସଙ୍କଟରେ ଝାରଖଣ୍ଡର ସୋରେନ ସରକାର! ୨୫ ନେତାଙ୍କୁ ଦିଲ୍ଲୀ ଡକାଇଲେ ସୋନିଆ ଗାନ୍ଧୀ
ଏହି କ୍ଷେତ୍ର ସହ ଜଡ଼ିତ ଜଣେ ଅଧିକାରୀଙ୍କ କହିବାନୁସାରେ, ଏହି ସମସ୍ୟାର ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି । ରବି ଓ ଖରିଫ ଫସଲ ପାଇଁ ସରକାର ପ୍ରଚୁର ସାର ସଂଗ୍ରହ କରିଛନ୍ତି । ଏହା ଅନ୍ତର୍ଗତ ଏପର୍ଯ୍ୟନ୍ତ ୩୦ ଲକ୍ଷ ଟନ୍ DAP ଓ ୭୦ ଲକ୍ଷ ଟନ୍ ୟୁରିଆ କ୍ରୟ କରାଯାଇଛି । ଏହା ବ୍ୟତୀତ ସରକାର ମଧ୍ୟ ଏହି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି । ଆଗାମୀ ସମୟରେ ଏହାର ଅନେକ ୟୁନିଟ୍ ଦେଶରେ ଆରମ୍ଭ ହେବ ଯାହା ଉତ୍ପାଦନ ଆରମ୍ଭ କରିବ । ଏହା ପରେ ଆମଦାନୀ ଉପରେ ଭାରତର ନିର୍ଭରଶୀଳତା ମଧ୍ୟ ହ୍ରାସ ପାଇବ ।
ट्रेन्डिंग फोटोज़