Sandeep Pathak: କିଏ ଏହି ସନ୍ଦିପ ପାଠକ୍ ଯାହାଙ୍କୁ Aapର କୁହାଯାଏ ଚାଣକ୍ୟ
Advertisement
Article Detail0/zeeodisha/odisha1483853

Sandeep Pathak: କିଏ ଏହି ସନ୍ଦିପ ପାଠକ୍ ଯାହାଙ୍କୁ Aapର କୁହାଯାଏ ଚାଣକ୍ୟ

Sandeep Pathak Update: ସନ୍ଦିପ ପାଠକ୍ ମୁଖ୍ୟତଃ ଛତିଶଗଡ ମୁଙ୍ଗେଲି ଜିଲ୍ଲାରୁ ଅଧିବାସୀ ଅଟନ୍ତି। ଲଣ୍ଡନରୁ ଫେରିବା ପରେ ନିଜକୁ ସେ ରାଜନୀତି କ୍ଷେତ୍ରରେ ସାମିଲ କରିଥିଲେ।  ସନ୍ଦିପ ପାଠକଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଡାହାଣ ହାତ ବୋଲି କୁହାଯାଏ। ସେହିପରି ପଞ୍ଜାବରେ ରଣନୀତି ସଫଳ ପରେ ସନ୍ଦିପ ପାଠକଙ୍କ ନାଁ ସାମ୍ନାକୁ ଆସିଥିଲା। 

Sandeep Pathak: କିଏ ଏହି ସନ୍ଦିପ ପାଠକ୍ ଯାହାଙ୍କୁ Aapର କୁହାଯାଏ ଚାଣକ୍ୟ

Sandeep Pathak: ଆମ ଆଦମୀ ପାର୍ଟୀ ନିଜ ନେତା ତଥା ରାଜ୍ୟସଭା ସାଂସଦ ସନ୍ଦିପ ପାଠକଙ୍କୁ ପାର୍ଟୀ ବା ଦଳର ରାଷ୍ଟ୍ରୀୟ ମହାସଚିବ ଭାବେ ନିଯୁକ୍ତି ଦେଇଛି। ପାଠକ ପଞ୍ଜାବ ଓ ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ଦଳର ପ୍ରଭାରୀ ଥିଲେ । ଗୁଜରାଟରେ ମିଳିଥିବା ମତ ଅନୁସାରେ ଦଳ ରାଷ୍ଟ୍ରୀୟ ଦଳ ହେବାର ସୁଯୋଗ ପାଇଛି। ଦଳ ସହିତ ଜଡିଚ ସୂତ୍ର ଅନୁସାରେ, ଆଜି ତଥା ମଙ୍ଗଳବାର ରାଜ୍ୟସଭା ସଦସ୍ୟ ସନ୍ଦିପ ପାଠକଙ୍କୁ ଆପ୍ ର ରାଷ୍ଟ୍ରୀୟ ମହାସଚିବ ଭାବେ ଦାୟିତ୍ୱ ଦିଆଯିବ।  

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ (Delhi Chief Minister Arvind Kejriwal) ଦଳ ଆପ୍ ଗୁଜରାଟରେ କେବଳ ବିଧାନସଭା ନିର୍ବାଚନରେ ୧୮୧ ସିଟରୁ କେବଳ ୫ ଟି ସିଟ୍ ରେ ଖାତା ଖୋଲିପାରିଛି। ମାତ୍ର ସେଥିରେ ଦେଖିବାକୁ ଗଲେ ପୁରା ମତ ପ୍ରତିଶତ ହିସାବରେ ଆପକୁ ୧୩ ପ୍ରତିଶତ ମତ ମିଳିଛି। ଆପ ମୁଖ୍ୟ ବା ସଭାପତି କେଜ୍ରିୱାଲ କହିଛନ୍ତି ଯେ, ଗୁଜରାଟରେ ଆପକୁ ଅଧିକ ସିଟ ମିଳିନି ସତ କିନ୍ତୁ ଏହି ପ୍ରତିଶତ ମତ ଦଳକୁ ରାଷ୍ଟ୍ରୀୟ ଦଳର ମାନ୍ୟତା ଦେବାରେ ସାହାଯ୍ୟ କରିଛି। ତେବେ ସନ୍ଦିପ ପାଠକ (Sandeep Pathak) କିଏ ଯାହାଙ୍କ ଉପରେ ଅନ୍ଧ ଭଳି ବିଶ୍ୱାସ କରନ୍ତି କେଜ୍ରିୱାଲ। ଦଳର ପ୍ରତିଟି ନିଷ୍ପତ୍ତିକୁ ନେଇ ଥାଏ ପାଠକ ଙ୍କ ଉପରେ ନଜର। ତେବେ ଚାଲନ୍ତୁ ଜାଣିବା ସନ୍ଦିପ ପାଠକ ଙ୍କ ବିଷୟରେ କିଛି...

Also Read: 2000 Rupee Note: ବନ୍ଦ ହେବ ୨୦୦୦ ଟଙ୍କିଆ ନୋଟ, ରାଜ୍ୟସଭାରେ ଦାବି ଉଠାଇଲେ ବିଜେପି ସାଂସଦ

ସନ୍ଦିପ ପାଠକ୍ ମୁଖ୍ୟତଃ ଛତିଶଗଡ ମୁଙ୍ଗେଲି ଜିଲ୍ଲାରୁ ଅଧିବାସୀ ଅଟନ୍ତି। ଲଣ୍ଡନରୁ ଫେରିବା ପରେ ନିଜକୁ ସେ ରାଜନୀତି କ୍ଷେତ୍ରରେ ସାମିଲ କରିଥିଲେ।  ୪ ଅକ୍ଟୋବର ୧୯୭୯ ଜନ୍ମ ଗ୍ରହଣ କରିଥିବା ପ୍ରଫେସର ସନ୍ଦିପ ପାଠକ ନିଜର ଉଚ୍ଚଶିକ୍ଷା ପାଇଁ ଲଣ୍ଡନର University of Cambridge ରେ ପଢୁଥିଲେ। ତେବେ କୁହାଯାଏ ପଞ୍ଜାବ (Punjab) ଓ ଦିଲ୍ଲୀରେ ଆପ୍ ଦଳକୁ (Delhi Aap) ବୁଥ ସ୍ତରରେ ଆଣିବାକୁ ସନ୍ଦିପ ହିଁ ମୁଖ୍ୟନାୟକ। ପ୍ରଫେସର ପାଠକ୍ ୨୦୧୬ ରୁ ହିଁ ଆପ୍ ସହିତ ଜଡ଼ିତ ଅଛନ୍ତି। ୨୦୨୦ ରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପକୁ ମଜଭୁତ କରିବାକୁ ପରଦା ପଛରେ ଥାଇ ବହୁତ କାମ କରିଥିଲେ ସନ୍ଦିପ ପାଠକ ।

Also Read: Mc Donald: ଛଟେଇ ବେଳେ ମ୍ୟାକଡୋନାଲ୍ଡସ୍‌ ଦେଲା ଖୁସି ଖବର, ନିଯୁକ୍ତି ପାଇବେ ୫ ହଜାର କର୍ମଚାରୀ

ଯଦ୍ୱାରା ଦିଲ୍ଲୀରେ ବହୁମତ ହାସଲ ପରେ ପଞ୍ଜାବର ଦାୟିତ୍ୱ ମଧ୍ୟ ଅରବିନ୍ଦ କେଜ୍ରିୱାଲ ସନ୍ଦିପ ପାଠକଙ୍କ ହାତକୁ ଟେକିଦେଲେ। ଲଗାତାର ୨ ବର୍ଷ ଧରି ପ୍ରଫେସର ପାଠକ ପଞ୍ଜାବରେ ବି ପରଦା ପଛରେ ରହି କାମ କରିଆସିଛନ୍ତି । ସନ୍ଦିପ ପାଠକଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଡାହାଣ ହାତ ବୋଲି କୁହାଯାଏ। ସେହିପରି ପଞ୍ଜାବରେ ରଣନୀତି (Punjab Politics) ସଫଳ ପରେ ସନ୍ଦିପ ପାଠକଙ୍କ ନାଁ ସାମ୍ନାକୁ ଆସିଥିଲା। ଜଣାପଡିଥିଲା ଯେ, ବିନା ଲାଇମ ଲାଇଟରେ ଆସି ସନ୍ଦିପ ପାଠକ ପଞ୍ଜାବରେ ଆପ ର ସ୍ଥିତିକୁ ମଜଭୁତ କରିବାରେ ସଫଳ ହୋଇଥିଲେ।