UP Poll 2022: ରେକର୍ଡ କରିବାରେ ସର୍ବଗ୍ରେ ଅଛନ୍ତି BJP ବିଧାୟକ
Advertisement
Article Detail0/zeeodisha/odisha1035079

UP Poll 2022: ରେକର୍ଡ କରିବାରେ ସର୍ବଗ୍ରେ ଅଛନ୍ତି BJP ବିଧାୟକ

ଅପରାଧ ବ୍ୟତୀତ ଉତ୍ତର ପ୍ରଦେଶର ବିଧାୟକ କୋଟିପତି ହେବାରେ ମଧ୍ୟ ରେକର୍ଡ କରିଛନ୍ତି। 

UP Poll 2022: ରେକର୍ଡ କରିବାରେ ସର୍ବଗ୍ରେ ଅଛନ୍ତି BJP ବିଧାୟକ

ଲକ୍ଷ୍ନୌ: ଆସନ୍ତା ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏଡିଆର ନାମକ ଏକ ସଂସ୍ଥାର ଇଲେକସନ ୱାଚ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ ପକ୍ଷରୁ ଆରମ୍ଭ ହୋଇଯାଇଛ ନେତାଙ୍କ ବାବଦରେ ତଥ୍ୟ ସଂଗ୍ରହ କରିବା ପ୍ରକ୍ରିୟା ଗତ ମଙ୍ଗଳବାର ରାଜଧାନୀ ଲକ୍ଷ୍ନୌ ଠାରେ ଏଡିଆର ୟୁପି ଇଲେକସନ ୱାଚ ଏହାର ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ଜଣାପଡିଛି ଯେ ରାଜ୍ୟର ଅନେକ ବିଧାୟକଙ୍କ ସମ୍ପତ୍ତି ମୂଲ୍ୟ କୋଟି କୋଟି ଟଙ୍କା ରହିଛି। ଏହା ସହିତ ବର୍ତ୍ତମାନର ବିଧାନସଭାକୁ ପ୍ରତିନିଧିତ୍ୱ କରୁଥିବା ​ଅନେକ ବିଧାୟକଙ୍କ ବିରୁଦ୍ଧରେ ଗୁରୁତର ଅପରାଧିକ ମାମଲା ପଞ୍ଜୀକୃତ ହୋଇଛି।

ଏଡିଆର ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦାବି କରାଯାଇଛି ରାଜ୍ୟରେ ୩୫ ପ୍ରତିଶତ ଅର୍ଥାତ ୧୪ଦ ବିଧାୟକଙ୍କ ବିରୁଦ୍ଧରେ ଗୁରୁତର ଅପରାଧିକ ମାମଲା ରହିଛି ଏବଂ ୨୭ ପ୍ରତିଶତ ବିଧାୟକଙ୍କ କୌଣସି ନା କୌଣସି ଅପରାଧରେ ସମ୍ପୃକ୍ତି ରହିଛି। ସେହିପରି ୩୦୪ ଜଣ ବିଜେପି ବିଧାୟକଙ୍କ ମଧ୍ୟରୁ ୭୭ ଜଣଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଛି। ସମାଜବାଦୀ ପାର୍ଟିର ୪୯ ବିଧାୟଙ୍କ ମଧ୍ୟରୁ ୧୮, ବିଏସପିର ୨ ଏବଂ କଂଗ୍ରେସର ଜଣେ ବିଧାୟକଙ୍କ ଅପରାଧିକ ରେକର୍ଡ ରହିଛି।   

ଅପରାଧ ବ୍ୟତୀତ ଉତ୍ତର ପ୍ରଦେଶର ବିଧାୟକ କୋଟିପତି ହେବାରେ ମଧ୍ୟ ରେକର୍ଡ କରିଛନ୍ତି। ଏନେଇ ଏଡିଆର ରିପୋର୍ଟରେ କୁହାଯାଇଛି ରାଜ୍ୟର ୩୯୬ ବିଧାୟକଙ୍କ ମଧ୍ୟରୁ ୩୧୩ ଜଣ ହେଉଛନ୍ତି କୋଟିପତି।  ସେମାନଙ୍କ ୨୧୩ ଜଣ ବିଜେପି, ୪୨ ସମାଜବାଦୀ ପାର୍ଟି, ୧୫ ବିଏସପି, ୫ କଂଗ୍ରେସ ବିଧାୟକ ଅଛନ୍ତି।  

Also Read: ଆସନ୍ତା ମାର୍ଚ୍ଚ ୧୫ ସୁଦ୍ଧା ହୋଇପାରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ

କୌତୂହଳର ବିଷୟ ଏହା ଯେ ୨ ବିଜେପି ବିଧାୟକ ଯେଉଁମାନେ ବର୍ତ୍ତମାନର ସରକାରରେ ମନ୍ତ୍ରୀ ଅଛନ୍ତି ସେମାନେ ହେଉଛନ୍ତି ଋଣଗ୍ରସ୍ତ। ସେମାନଙ୍କ ନାଁ ହେଉଛି ନନ୍ଦ ଗୋପାଳ ନନ୍ଦୀ ଏବଂ ସିଦ୍ଧାର୍ଥ ନାଥ ସିଂହ। କମ ସମ୍ପତ୍ତି ଥିବା ବିଧାୟକଙ୍କ ତାଲିକାରେ ରହିଛନ୍ତି କଂଗ୍ରେସର ଅଜୟ କୁମାର ଲାଲୁ ଏବଂ ବିଜେପିର ବିଜୟ ରାଜଭର ଏବଂ ଧନଞ୍ଜୟ। ଉତ୍ତର ପ୍ରଦେଶର ବିଧାନସଭାର ୩୯୬ ଜଣ ବିଧାୟକଙ୍କ ତଥ୍ୟ ସଂଗ୍ରହ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।  

ଯଦି ବିଧାୟକଙ୍କ ଶିକ୍ଷାଗତ ଯୋଗ୍ୟତା କଥା କୁହାଯିବ ତାହେଲେ ରାଜ୍ୟ ବିଧାନସଭାକୁ ପ୍ରତିନିଧିତ୍ୱ କରୁଥିବା କେବଳ ୯୫ ଜଣ ବିଧାୟକ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଛନ୍ତି। ସେହିପରି ୪ ଜଣ ବିଧାୟକ କେବଳ ସାକ୍ଷର ହୋଇଥିବାବେଳେ ୫ ଜଣ ଡିପ୍ଲୋମା ଧାରକ। ପ୍ରାୟ ୨୦୬ ଜଣ ବିଧାୟକଙ୍କ ବୟସ ୨୫-୫୦ ବର୍ଷ ହୋଇଥିବା ବେଳେ ୧୯୦ ଜଣ ବିଧାୟକ ୫୧-୮୦ ବର୍ଷ ବୟସର ଅଟନ୍ତି।