Bihar Politics: ଏନଡିଏ ମେଣ୍ଟ ଭାଙ୍ଗିବା ପରେ ଜେଡ଼ିୟୁ ବିରୋଧରେ ବର୍ଷିଲା ବିଜେପି
Advertisement
Article Detail0/zeeodisha/odisha1296053

Bihar Politics: ଏନଡିଏ ମେଣ୍ଟ ଭାଙ୍ଗିବା ପରେ ଜେଡ଼ିୟୁ ବିରୋଧରେ ବର୍ଷିଲା ବିଜେପି

BJP targets JDU: ଗତ ୨୦୨୦ ବର୍ଷରେ ଯେତେବେଳେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ବିହାର ବିଧାନସଭା ନିର୍ବାଚନ ଜିତିଥିଲେ ଏବେ ସେହି ବିହାରବାସୀଙ୍କ ଜନାଦେଶକୁ ଅପମାନିତ କରିଛନ୍ତି। ଯଦି ବିଜେପି ଆପଣଙ୍କୁ ଅସୁବିଧାରେ ପକାଉଥିଲା ତାହେଲେ ଆପଣ କାହିଁକି ଆମ ଦଳ ସହିତ କାହିଁକି ବିଧାନସଭା ନିର୍ବାଚନ ପରେ ୨ ବର୍ଷ ଧରି ମେଣ୍ଟ ସମ୍ପର୍କ ରଖିଥିଲେ?

Bihar Politics: ଏନଡିଏ ମେଣ୍ଟ ଭାଙ୍ଗିବା ପରେ ଜେଡ଼ିୟୁ ବିରୋଧରେ ବର୍ଷିଲା ବିଜେପି
 
BJP targets JDU: ବିଜେପି ସହ ମେଣ୍ଟ ଭାଙ୍ଗି ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫା ଦେବା ପରେ ସରଗରମ ହୋଇଉଠିଛି ବିହାର ରାଜନୀତି। କ୍ଷମତାରୁ ଗାଦିଚ୍ୟୁତ ହେବା ପରେ ଜେଡିୟୁ ନେତା ନୀତିଶ କୁମାରଙ୍କ ବିରୋଧରେ ବର୍ଷିଛି ବିଜେପି।  ଏନେଇ ବିଜେପି ପକ୍ଷରୁ ତାଙ୍କ ଲାଗି କୌଣସି ସମସ୍ୟା ରହିଥିଲା ତାହେଲେ ନୀତିଶ କୁମାର କାହିଁକି ୨ ବର୍ଷ ଧରି ଏନଡିଏ ମେଣ୍ଟରେ ରହିଲେ।
 
ବିହାର ମୁଖ୍ୟମନ୍ତ୍ରୀ ପଦରୁ (Bihar CM Post) ନୀତିଶ କୁମାର (Nitish Kumar) ଇସ୍ତଫା ଦେବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟର ପାଟନା ସାହିବ ଲୋକସଭା ସାଂସଦ (Patna Sahib Lok Sabha MP) ରବି ଶଙ୍କର ପ୍ରସାଦ (Ravi Shankar Prasad) ତାଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ନୀତୀଶ କୁମାର ବିହାରର ଜନାଦେଶକୁ (Mandate of Bihar) ଅପମାନିତ କରିଛନ୍ତି। ଯେଉଁମାନଙ୍କ ବିରୋଧରେ ସେ ଜଙ୍ଗଲରାଜ ଅଭିଯୋଗ ଆଣୁଲେ ଏବେ ପୁଣି ଥରେ ସେମାନଙ୍କ ସହିତ ମିଶି ସରକାର ଗଠନ କରିବାକୁ ଯାଉଛନ୍ତି।    
 
ନୀତିଶ କୁମାର ପ୍ରଧାନମନ୍ତ୍ରୀ ମୋଦିଙ୍କ (PM Modi) ନେତୃତ୍ୱରେ ୨୦୨୦ ବିହାର ବିଧାନସଭା ନିର୍ବାଚନ (Bihar Assembly Election 2022) ଜିତିଛନ୍ତି ନା ନାହିଁ? ଗତ ୨୦୨୦ ବର୍ଷରେ ଯେତେବେଳେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ବିହାର ବିଧାନସଭା ନିର୍ବାଚନ ଜିତିଥିଲେ ଏବେ ସେହି ବିହାରବାସୀଙ୍କ ଜନାଦେଶକୁ ଅପମାନିତ କରିଛନ୍ତି। ଯଦି ବିଜେପି ଆପଣଙ୍କୁ ଅସୁବିଧାରେ ପକାଉଥିଲା ତାହେଲେ ଆପଣ କାହିଁକି ଆମ ଦଳ ସହିତ କାହିଁକି ବିଧାନସଭା ନିର୍ବାଚନ ପରେ ୨ ବର୍ଷ ଧରି ମେଣ୍ଟ ସମ୍ପର୍କ ରଖିଥିଲେ?
 
 
ଦଳ ସହ ମେଣ୍ଟ ଭାଙ୍ଗିବା ପରେ ନୀତୀଶ କୁମାରଙ୍କୁ ଟାର୍ଗେଟ କରି ବିହାର ବିଜେପି ସଭାପତି (Bihar BJP President) ତଥା ରାଜ୍ୟର ପଶ୍ଚିମ ଚମ୍ପାରଣ ଲୋକସଭା ଆସନର ସାଂସଦ (Paschim Champaran Lok Sabha MP) ସଞ୍ଜୟ ଜୈସ୍ୱାଲ (Sanjay Jaiswal) କହିଛନ୍ତି ଯେ ଆମେ ଏନଡିଏ ମେଣ୍ଟରେ ରହି ୨୦୨୦ ବିହାର ବିଧାନସଭା ନିର୍ବାଚନ ଏକାଠି ଲଢିଥିଲୁ। ଏହି ନିର୍ବାଚନରେ ମିଳିଥିବା ଜନାଦେଶ ଜେଡିୟୁ ଏବଂ ବିଜେପି (Mandate for BJP JDU) ପାଇଁ ଆସିଥିଲା। ଏହି ନିର୍ବାଚନରେ ବିଜେପି ଜେଡିୟୁ ଅପେକ୍ଷା ଅଧିକ ଆସନ ଜିତିଥିଲା। ହେଲେ ତଥାପି ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ବର୍ତ୍ତାମାନ ଯାହା ଘଟୁଛି ତାହା ବିହାରବାସୀ ଏବଂ ବିଜେପି ପ୍ରତି ବିଶ୍ୱାସଘାତକତା। ଗତ ୨୦୨୦ ବିହାର ବିଧାନସଭା ନିର୍ବାଚନରେ ମିଳିଥିବା ଜନାଦେଶ ସହ ନୀତିଶ କୁମାର ବିଶ୍ୱାସ ଘାତକତା କରିଛନ୍ତି। ହେଲେ ଏହି ପଦକ୍ଷେପ ପାଇଁ ବିହାରବାସୀ ନୀତୀଶ କୁମାରଙ୍କୁ ଉପଯୁକ୍ତ ଜବାବ ଦେବେ ବୋଲି ଦାବି କରିଛନ୍ତି ସେ। 
 
 
ବିହାର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ଘଟଣାକ୍ରମ ବାବଦରେ ପ୍ରତିକ୍ରିୟା ରଖି ରାଜ୍ୟର ବକ୍ସର ଲୋକସଭା ସାଂସଦ (Buxar Lok Sabha MP) ତଥା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ (Union Minister Ashwini Choubey) ନୀତୀଶ କୁମାର ପଲ୍ଟୁ ରାମ (Paltu Ram) ବୋଲି କହୁଛନ୍ତି। ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବିହାରବାସୀ ତାଙ୍କୁ ଏକ ଶିକ୍ଷା ଦେବେ। ବିଜେପି ତାଙ୍କୁ ସବୁ କିଛି ଦେଇଛି। କେନ୍ଦ୍ର ସରକାରରେ ରେଳମନ୍ତ୍ରୀ କରିବା ସହ ବିହାର ମୁଖ୍ୟମନ୍ତ୍ରୀ ପଦ ଦେଇଥିଲା। 
 
 
ସେହିପରି ରାଜ୍ୟର ବେଗୁସରାୟ ଲୋକସଭା ସାଂସଦ (Begusarai Lok Sabha MP) ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ (Union Minister Giriraj Singh) ନୀତୀଶ କୁମାରଙ୍କୁ ପଲ୍ଟୁ ରାମ ବୋଲି କଟାକ୍ଷ କରିଛନ୍ତି। ଏନେଇ ସେ କହିଛନ୍ତି  ଆମେ ସବୁବେଳେ ମେଣ୍ଟ ଧର୍ମ ପାଳନ କରିଆସିବା ସହ ମେଣ୍ଟର ସମ୍ମାନ ରକ୍ଷା କରିଆସିଛୁ। ଯେତେବେଳେ ଆମର ୪୩ ଜଣ ବିଧାୟକ ଥିଲେ ଏବଂ ସେମାନଙ୍କ ପାଖେ ୩୬ ଜଣ ବିଧାୟକ ଥିଲେ ହେଲେ ତଥାପି ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଛୁ। ନିଜ ଦଳ ବିଜେପି ସହ ମେଣ୍ଟ ଭାଙ୍ଗିଥିବାରୁ ଜେଡିୟୁ ନେତା ନୀତିଶ କୁମାରଙ୍କୁ ସମାଲୋଚନା କରି କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ହେବାକୁ ତାଙ୍କର ଇଚ୍ଛା ତାଙ୍କୁ ଏହି ମେଣ୍ଟ ଭାଙ୍ଗିବାକୁ ବାଧ୍ୟ କରିଛି। ବିଗତ ୪ ଦଶନ୍ଧି ଧରି ତାଙ୍କର ରାଜନୈତିକ ଜୀବନରେ ଜେଡିୟୁ ନେତା ତାଙ୍କର ଅନେକ ସହଯୋଗୀ ବଦଲାଇଛନ୍ତି। ମୁଁ ଏକଥାକୁ ନେଇ ଦୁଃଖିତ ନୁହେଁ ଯେ ବିହାର ରାଜନୀତିରେ ବିଜେପି-ଜେଡିୟୁ ମେଣ୍ଟ ଆଉ ନାହିଁ। ବିଜେପି କାହା ପାଖେ ଆତ୍ମ ସମର୍ପଣ କରେନାହିଁ। ଦଳ ସର୍ବଦା ଏହାର ସିଦ୍ଧାନ୍ତ ସାମ୍ନାରେ ଆତ୍ମସମର୍ପଣ କରେ। ବିଜେପି ଉପରେ କେହି ପ୍ରଶ୍ନ ଉଠାଇ ପାରିବେ ନାହିଁ ଯେ ଦଳ ମେଣ୍ଟ ଧର୍ମ ପାଳନ କରିନାହିଁ।