AICC released Congress MP Candidate list for Odisha: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ମଙ୍ଗଳବାର (ଅପ୍ରେଲ ୨) ଓଡ଼ିଶା ଲାଗି ସାଂସଦ ପ୍ରାର୍ଥୀ ତାଲିକା ଘୋଷଣା କରିଛି।
Trending Photos
Congress Candidate List 2024: ବିଧାନସଭା ପରେ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ମଙ୍ଗଳବାର (ଅପ୍ରେଲ ୨) ଦଳ ରାଜ୍ୟର ମୋଟ ୨୧ ଲୋକସଭା ସିଟ୍ ମଧ୍ୟରୁ ୮ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଚଳିତ ବର୍ଷ ରାଜ୍ୟରେ ହେବାକୁ ଯାଉଛି ଉଭୟ ଲୋକସଭା-ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ପାଇଁ ମଙ୍ଗଳବାର କଂଗ୍ରେସ ସର୍ବପ୍ରଥମେ ପ୍ରଥମ ପର୍ଯ୍ୟାୟ ଦଳୀୟ ବିଧାୟକ ପ୍ରାର୍ଥୀ ତାଲିକା ଜାରି କରିଥିଲା।
ଯଦି ସାଂସଦ ପ୍ରାର୍ଥୀ କଥା କୁହାଯାଏ ତାହେଲେ କଂଗ୍ରେସ ବରଗଡ଼ ଆସନରୁ ସଞ୍ଜୟ ଭୋଇ, ସୁନ୍ଦରଗଡ଼ (ଏସଟି) ଆସନରୁ ଜନାର୍ଦ୍ଦନ ଦେହୁରୀ, ବଲାଙ୍ଗୀର ଆସନରୁ ମନୋଜ ମିଶ୍ର, କଳାହାଣ୍ଡି ଆସନରୁ ଦ୍ରୌପଦୀ ମାଝି, ନବରଙ୍ଗପୁର (ଏସଟି) ଆସନରୁ ଭୂଜବଳ ମାଝୀ, କନ୍ଧମାଳ ଆସନରୁ ଅମୀର ଚାନ୍ଦ ନାୟକ, ବ୍ରହ୍ମପୁର ଆସନରୁ ରଶ୍ମୀ ରଞ୍ଜନ ପଟ୍ଟନାୟକ, କୋରାପୁଟ ଆସନରୁ ସପ୍ତଗିରି ଉଲାକାଙ୍କୁ ପ୍ରାର୍ଥୀ କରିଛି।
ପ୍ରଥମ ପର୍ଯ୍ୟାୟରେ ଦଳ ୧୪୭ ସିଟ୍ ମଧ୍ୟରୁ ୪୯ ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପ୍ରାର୍ଥୀ ଘୋଷଣା କରାଯାଇଥିବା ୪୯ ଆସନ ମଧ୍ୟରୁ ଦଳ ୨ ଆସନ ବିରୋଧି ଇଣ୍ଡିଆ ମେଣ୍ଟର ସହଯୋଗ ଜେଏମ୍ଏମ୍ ଏବଂ ସିପିଏମ୍ ଲାଗି ଛାଡ଼ିଛି। କଂଗ୍ରେସ ନେତୃତ୍ୱାଧିନ ଇଣ୍ଡିଆ ମେଣ୍ଚ ପକ୍ଷରୁ ଜେଏମ୍ଏମ୍ ବୀରମିତ୍ରପୁର ଏବଂ ସିପିଏମ ବଣାଇ ଆସନରେ ପ୍ରାର୍ଥୀ ଦେବ। ଦଳ ଗତ ୨୦୨୯ ନିର୍ବାଚନରେ ବିଜୟୀ ହୋଇଥିବା ରାଜଗାଙ୍ଗପୁର (ଏସଟି) ବିଧାୟକ ଡକ୍ଟର ସିଏସ ରାଜେନ ଏକ୍କା, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା, ସାନେଖମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ମୋହନା (ଏସଟି) ବିଧାୟକ ଦାଶରଥି ଗମାଙ୍ଗୋ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ପୁନର୍ବାର ଟିକେଟ ଦେଇଛି। ସେହିପରି ବଲାଙ୍ଗୀର ଆସନରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ଏବଂ ଦଳର ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କୁ ପାରଳାଖେମୁଣ୍ଡି ଆସନରୁ ପ୍ରାର୍ଥୀ କରିଛି।
ଲୋକସଭା ନିର୍ବାଚନ ୨୦୨୪: କଂଗ୍ରେସ ସାଂସଦ ପ୍ରାର୍ଥୀ ତାଲିକା
The CEC of Congress has selected the following candidates for the ensuing general elections to the Lok Sabha. pic.twitter.com/AKmQCd6nam
— INC Sandesh (@INCSandesh) April 2, 2024
ବିଧାନସଭା ନିର୍ବାଚନ ୨୦୨୪: କଂଗ୍ରେସ ବିଧାୟକ ପ୍ରାର୍ଥୀ ତାଲିକା
The candidates selected by the Central Election Committee for the ensuing elections to the Legislative Assembly of Odisha. pic.twitter.com/mWiUdmPYYf
— INC Sandesh (@INCSandesh) April 2, 2024