Asaduddin Owaisi: ମୁସଲିମଙ୍କ ଘର ଉପରେ ନ ଚାଲୁ ବୁଲଡୋଜର
Advertisement
Article Detail0/zeeodisha/odisha1278184

Asaduddin Owaisi: ମୁସଲିମଙ୍କ ଘର ଉପରେ ନ ଚାଲୁ ବୁଲଡୋଜର

Hyderabad Lok Sabha MP: ଅସାଦୁଦ୍ଦିନ ଓୱେସିଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଉତ୍ତର ପ୍ରଦେଶର ସର୍ବସାଧାରଣ ସ୍ଥାନରେ ମୁସଲମାନ ପ୍ରାର୍ଥନା କରୁଥିବାର ଅନେକ ଘଟଣା ସାମ୍ନାକୁ ଆସିଛି ଏବଂ ଗିରଫ ମଧ୍ୟ କରାଯାଇଛି।

Asaduddin Owaisi: ମୁସଲିମଙ୍କ ଘର ଉପରେ ନ ଚାଲୁ ବୁଲଡୋଜର

AIMIM Chief Asaduddin Owaisi: ଶ୍ରାବଣ ମାସ ଆରମ୍ଭ ହୋଇଯିବା ସହ ଆରମ୍ଭ ହୋଇସାରିଛି କାଉଡି ଯାାତ୍ରା। ଏହି ଅବସରରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ କାଉଡିଆଙ୍କୁ ସ୍ୱାଗତ କରାଯାଇଥିଲା। ସେମାନଙ୍କ ଉପରେ ଫୁଲ ବର୍ଷା କରାଯାଇଥିଲା। କାଉଡିଆଙ୍କୁ ଏପରି ସ୍ୱାଗତ ସମ୍ବର୍ଦ୍ଧନା ଦେବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସି। କଟାକ୍ଷ କରି ସେ କହିଛନ୍ତି ଯେ ବର୍ତ୍ତମାନ ମୁସଲମାନଙ୍କ ଘରେ ବୁଲଡୋଜର ଚାଲିବା ଠିକ ନୁହେଁ।

କାଉଡି ଯାତ୍ରା ଉପରେ ପ୍ରତିକ୍ରିୟା ରଖି ଏଆଇଏମଆଇଏମ ମୁଖ୍ୟ (AIMIM Chief) ତଥା ହାଇଦ୍ରାବାଦ ଲୋକସଭା ସାଂସଦ (Hyderabad Lok Sabha MP) ଅସାଦୁଦ୍ଦିନ ଓୱେସି (Asaduddin Owaisi) କହିଛନ୍ତି ଯେ ଯଦି କୌଣସି ମୁସଲମାନ ଖୋଲାମେଲା ସ୍ଥାନରେ କିଛି ମିନିଟ ପର୍ଯ୍ୟନ୍ତ ପ୍ରାର୍ଥନା କରନ୍ତି ତାହେଲେ ଏହାକୁ ନେଇ ସୃଷ୍ଟି ହୋଇଯାଏ ବିବାଦ। ମୁସଲମାନ ପୋଲିସ ଗୁଳି, ହେପାଜତରେ ସଂଘର୍ଷ, NSA, UAPA, ଭୀଡହତ୍ୟା, ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଭଳି ଘଟଣାର ସାମ୍ନା କରୁଛନ୍ତି। କେବଳ ମୁସଲମାନ ହେବା କାପଣରୁ ସେମାନଙ୍କୁ ଏଭଳି ସମସ୍ୟାର ସାମ୍ନା କରିବାକୁ ପଡୁଛି।

ଅସାଦୁଦ୍ଦିନ ଓୱେସିଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଉତ୍ତର ପ୍ରଦେଶର ସର୍ବସାଧାରଣ ସ୍ଥାନରେ ମୁସଲମାନ ପ୍ରାର୍ଥନା କରୁଥିବାର ଅନେକ ଘଟଣା ସାମ୍ନାକୁ ଆସିଛି ଏବଂ ଗିରଫ ମଧ୍ୟ କରାଯାଇଛି। ଲୁଲୁ ମଲ୍ ବିବାଦ ପରେ ଅନେକ ମୁସଲିମ ଯୁବକଙ୍କୁ ଗିରଫ କରାଯାଇଛି। ଗୋରଖପୁରରେ ଜଣେ ସରକାରୀ ଅଧିକାରୀଙ୍କ ବାସଭବନ ସମ୍ମୁଖରେ ଜଣେ ବୃଦ୍ଧ ନମାଜ ପଢିବା ଧରାପଡିଥିଲେ। ନିକଟରେ ହୋଇଥିବା ଅନ୍ୟ ଏକ ଘଟଣାରେ ମେରଠସ୍ଥି ଏକ ସପିଂ କମ୍ପ୍ଲେକ୍ସ ପରିସରରେ ଜଣେ ବ୍ୟକ୍ତି ନମାଜ ପଢୁଥିବାର ଏକ ଭିଡିଓ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହୋଇଥିଲା।

ଏଆଇଏମଆଇଏମ ମୁଖ୍ୟ କହିଛନ୍ତି ଯେ ପୋଲିସ କାଉଡ଼ିଆଙ୍କ ଉପରେ ଫୁଲ ବର୍ଷା କରୁଛି। ସେମାନଙ୍କ ସେବା କରୁଛି। ସେମାନଙ୍କ ପାଦରେ ମଲମ ଲଗାଇ ଦେଉଛି। କାଉଡିଆଙ୍କୁ ହଇରାଣ ନ କରିବା ପାଇଁ ଦିଲ୍ଲୀ ପୋଲିସ ରାସ୍ତାରୁ ଅନେକ ଲୋକଙ୍କୁ ହଟାଇ ଦେଇଛି। ଉତ୍ତର ପ୍ରଦେଶ ସରକାର ସେମାନଙ୍କ ରାସ୍ତାରେ ମାଂସ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ରେୱାଡି଼ ସଂସ୍କୃତି ନୁହେଁ? ନିକଟରେ ପ୍ରଧାନମନ୍ତ୍ରୀ ମୋଦି ରେୱାଡି଼ ସଂସ୍କୃତି ବାବଦରେ କହିଥିଲେ ଏବଂ ଏହି ରିହାତି ସଂସ୍କୃତି ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି କହିଥିଲେ। କାଉଡ଼ିଆଙ୍କ ଭାବନା ଏତେ ଶକ୍ତିଶାଳୀ ଯେ ସେମାନେ ମୁସଲମାନ ପୋଲିସ ଅଧିକାରୀଙ୍କ ନାମକୁ ମଧ୍ୟ ସହ୍ୟ କରିପାରିବେ ନାହିଁ। ଏପରି ଭେଦଭାବ କାହିଁକି? କାହିଁକି ଜଣକୁ ଘୃଣା କରାଯାଉଛି ଏବଂ କାହିଁକି ଅନ୍ୟକୁ ପ୍ରେମା କରାଯାଉଛି? ଗୋଟିଏ ଧର୍ମ ପାଇଁ ଟ୍ରାଫିକ ଏବଂ ଅନ୍ୟ ଧର୍ମ ପାଇଁ ବୁଲଡୋଜର କାହିଁକି ବ୍ୟବହାର କରାଯାଉଛି?

Also Read: Asaduddin Owaisi: ସଂଖ୍ୟାଲଘୁଙ୍କ ବିକାଶକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ