Hyderabad: ହାଇଦ୍ରାବାଦ ମୁକ୍ତି ଦିବସକୁ ନେଇ ବିଜେପି ବିରୋଧରେ ବର୍ଷିଲେ ଅସାଦୁଦ୍ଦିନ ଓୱେସୀ
Advertisement
Article Detail0/zeeodisha/odisha1335255

Hyderabad: ହାଇଦ୍ରାବାଦ ମୁକ୍ତି ଦିବସକୁ ନେଇ ବିଜେପି ବିରୋଧରେ ବର୍ଷିଲେ ଅସାଦୁଦ୍ଦିନ ଓୱେସୀ

Hyderabad Liberation Day vs National Integration Day:  ଏଆଇଏମ୍ଆଇଏମ୍ କୌଣସି ଉତ୍ସବ ପାଳନ କରିବାକୁ ବିରୋଧ କରୁନାହୁଁ।  ମାତ୍ର ହାଇଦ୍ରାବାଦ ମୁକ୍ତି ଦିବସକୁ  ଜାତୀୟ ଏକତା ଦିବସ ଭାବରେ ପାଳନ କରାଯିବା ଆବଶ୍ୟକ।

Hyderabad: ହାଇଦ୍ରାବାଦ ମୁକ୍ତି ଦିବସକୁ ନେଇ ବିଜେପି ବିରୋଧରେ ବର୍ଷିଲେ ଅସାଦୁଦ୍ଦିନ ଓୱେସୀ

Hyderabad Liberation Day vs National Integration Day: ହାଇଦ୍ରାବାଦ ମୁକ୍ତି ଦିବସ ପାଳନ କରିବା ପ୍ରସଙ୍ଗରେ ଏଆଇଏମ୍ଆଇଏମ୍ ସୁପ୍ରିମୋ ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସି ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କୁ ଏକ ପତ୍ର ଲେଖିଛନ୍ତି। ହାଇଦ୍ରାବାଦ ମୁକ୍ତି ଦିବସକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଉ ବୋଲି ସେ ତାଙ୍କ ପତ୍ରରେ ଦାବି ଜଣାଇଛନ୍ତି। ଏନେଇ ସେ କହିଛନ୍ତି ଯେ ଦେଶର ଅନ୍ୟ ଗଡଜାତ ରାଜ୍ୟ ଭଳି ହାଇଦ୍ରବାଦ ରାଜ୍ୟ ସ୍ୱାଧିନ ଭାରତ ବର୍ଷରେ ବିଲୟ ହୋଇଥିଲା। କାରଣ ସେତେବେଳର ନିଜାମ ଶାସିତ ହାଇଦ୍ରାବାଦ ରାଜ୍ୟର ଲୋକ ସ୍ୱାଧିନତ୍ତୋର ଭାରତରେ ବିଲୟ ହେବାକୁ ସମର୍ଥନ କରିଥିଲେ।

ଆମେ କୌଣସି ଉତ୍ସବ ପାଳନ କରିବାକୁ ବିରୋଧ କରିନାହୁଁ। କୌଣସି ଏଆଇଏମ୍ଆଇଏମ୍ ନେତାଙ୍କ ତାଙ୍କ ଦଳ ବିରୋଧରେ କହିବାର କୌଣସି ପ୍ରମାଣ ନାହିଁ। ଆପଣଙ୍କୁ ହାଇଦ୍ରାବାଦ ଇତିହାସ (Hyderabad History) ବୁଝିବାକୁ ପଡିବ। ପଣ୍ଡିତ ସୁନ୍ଦରଲାଲ ଏବଂ କାଜୀ ଅବଦୁଲ ଗାଫରଙ୍କ ରିପୋର୍ଟ ମଧ୍ୟ ଉପସ୍ଥିତ ରହିଛି। ହାଇଦ୍ରାବାଦ ସ୍ୱାଧିନତ୍ତୋର ଭାରତୀୟ ସଂଘରେ (Indian Union) ବିଲୟ ହୋଇଥିବାରୁ କେହି ଏହାକୁ ନେଇ ଅସନ୍ତୁଷ୍ଟ ନୁହଁନ୍ତି। ଯେଉଁମାନେ ଖୁସି ନଥିଲେ ସେମାନେ ଦେଶ ଛାଡି ଚାଲିଗଲେ ଏବଂ ଯେଉଁମାନେ ମାଟିକୁ ଭଲ ପାଉଥିଲେ ସେମାନେ ପଛରେ ରହିଯାଇଥିଲେ। ଭାରତ ସରକାର ପ୍ରଥମ ଥର ପାଇଁ ଏପରି କାର୍ଯ୍ୟକ୍ରମ କାହିଁକି ପାଳନ କରୁଛି? ସେମାନେ ବିଗତ ୮ ବର୍ଷ ଧରି ଶୋଇ ରହିଥିଲେ?

Also Read:  'ଯଦି ତାଜ ମହଲ ନିର୍ମାଣ ହୋଇନଥାନ୍ତା ତାହେଲେ ୪୦ ଟଙ୍କାରେ ମିଳୁଥାନ୍ତା ପେଟ୍ରୋଲ'

ଆସନ୍ତା ସେପ୍ଟମ୍ବର ୧୬ ତାରିଖରେ ଏଆଇଏମ୍ଆଇଏମ୍ ହାଇଦ୍ରାବାଦ ସହରରେ ଏକ ମୋଟର ସାଇକେଲ୍ ତ୍ରିରଙ୍ଗା ରାଲି (AIMIM Tiranga Rally) ଆୟୋଜନ କରିବ। ଏହି କାର୍ଯ୍ୟକ୍ରମରେ ମୋ ସହ ଦଳୀୟ ବିଧାୟକ, ବିଧାନ ପରିଷଦ ସଦସ୍ୟ ଏବଂ ପାର୍ଟି କାଉନସିଲର ସମେତ ଦଳର ସମସ୍ତ ସଦସ୍ୟ ଅଂଶଗ୍ରହଣ କରିବେ। ଆମେ ନମାଜ ଆୟୋଜନ କରିବୁ। ଏହା ପରେ ଥେଗଲାକୁଣ୍ଟା ଆଡକୁ ବାଇକ୍ ରାଲି କରିବୁ। ସେଠାରେ ଜାତୀୟ ପତାକା ଉତ୍ତୋଳନ କରାଯିବ ଏକ ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି କହିଛନ୍ତି ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସୀ (AIMIM Chief Asaduddin Owaisi)।

ମୁସଲିମ ସ୍ୱାଧୀନତା ସଂଗ୍ରାମୀ ମୌଲବୀ ଅଲାଉଦ୍ଦିନ ଏବଂ ତୁରୁବାଜ ଖାନଙ୍କୁ ସ୍ୱାଧୀନତା ସଂଗ୍ରାମୀ ମାନ୍ୟତା ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ ତତ୍କାଳୀନ ହାଇଦ୍ରାବାଦ ରାଜ୍ୟରେ (Hyderabad State) ବ୍ରିଟିଶ ସରକାରଙ୍କ ବିରୋଧରେ ଲଢୁଥିବା ବେଳେ ସେମାନଙ୍କୁ ହତ୍ୟା କରାଯାଇଥିଲା। ବିଜେପି (BJP) ବିରୋଧରେ ସେ କହିଛନ୍ତି ଯେ ଐତିହାସିକ ଘଟଣାକୁ ରାଜନୈତିକ କାରଣ ପାଇଁ  କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ସେପ୍ଟେମ୍ବର ୧୭ ତାରିଖରୁ ହାଇଦ୍ରାବାଦ ମୁକ୍ତି ଦିବସ ( Hyderabad Liberation Day) ଭାବେ ଏକ ବାର୍ଷିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି।

Also Read: ପେଟ୍ରୋଲ ଦର ବୃଦ୍ଧି ପାଇଁ ଔରଙ୍ଗଜେବ ଏବଂ ଦରଦାମ ବୃଦ୍ଧି ପାଇଁ ମୋଗଲ ଦାୟୀ'

 

ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସି କହିଛନ୍ତି ଯେ ସେପ୍ଟେମ୍ବର ୧୭ ତାରିଖରେ ହାଇଦ୍ରାବାଦ ମୁକ୍ତି ଦିବସ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ କେନ୍ଦ୍ରର ବିଜେପି ସରକାର ନିଷ୍ପତ୍ତି ନେଇଛି। ହେଲେ ଏହି ପ୍ରସଙ୍ଗରେ ଆମ ଦଳର ଆଭିମୁଖ୍ୟ ହେଉଛି ଯେ ଆମେ ଆମ ଦଳ ପକ୍ଷରୁ ଦୁଇଟି ପତ୍ର ଲେଖିଛୁ। ଦଳ ପକ୍ଷରୁ ଲେଖାଯାଇଥିବା ପତ୍ରରେ ଆମେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ନିବେଦନ କରିଛୁ ଯେ ଏହାକୁ ଜାତୀୟ ଏକତା ଦିବସ (National Integration Day) ଭାବରେ ପାଳନ କରାଯିବା ଆବଶ୍ୟକ। ମୁକ୍ତି ଦିବସ ଭାବେ ନୁହେଁ। ଯେଉଁମାନେ ବଳିଦାନ ଦେଇଛନ୍ତି ସେମାନଙ୍କ ବାବଦରେ ଲୋକଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅବଗତ କରାଇବା ଆବଶ୍ୟକ। ଆମ ଦଳ କେବଳ କାର୍ଯ୍ୟକ୍ରମର ନାମକୁ ନେଇ ଅଭିଯୋଗ ଉଠାଇଛି।