ମନ୍ଦିର ନିର୍ମାଣ ଲାଗି ଜମିଦାନ କରିଥିଲେ ଆଉରଙ୍ଗଜେବ; AIUDF ବିଧାୟକଙ୍କ ବୟାନ ଉପରେ ଜବାବ ରଖିଲେ ଆସାମ ମୁଖ୍ୟମନ୍ତ୍ରୀ
Advertisement

ମନ୍ଦିର ନିର୍ମାଣ ଲାଗି ଜମିଦାନ କରିଥିଲେ ଆଉରଙ୍ଗଜେବ; AIUDF ବିଧାୟକଙ୍କ ବୟାନ ଉପରେ ଜବାବ ରଖିଲେ ଆସାମ ମୁଖ୍ୟମନ୍ତ୍ରୀ

 ଆମ ସଭ୍ୟତା ଏବଂ ସଂସ୍କୃତି ବିରୁଦ୍ଧରେ କଥାବାର୍ତ୍ତା ମୋ ସରକାରରେ ବରଦାସ୍ତ କରାଯିବ ନାହିଁ।

 ମନ୍ଦିର ନିର୍ମାଣ ଲାଗି ଜମିଦାନ କରିଥିଲେ ଆଉରଙ୍ଗଜେବ; AIUDF ବିଧାୟକଙ୍କ ବୟାନ ଉପରେ ଜବାବ ରଖିଲେ ଆସାମ ମୁଖ୍ୟମନ୍ତ୍ରୀ

ଗୌହାଟି: ମନ୍ଦିର ନିର୍ମାଣ ପାଇଁ ମୋଗଲ ଶାସକ ଆଉରଙ୍ଗଜେବ ଜମି ଦାନ କରିଥିବା ନେଇ ରାଜ୍ୟର ଢିଙ୍ଗ ବିଧାନସଭା ଆସନର ଏଆଇୟୁଡିଏଫ ବିଧାୟକ ଅମିନୁଲ ଇସଲାମ କରଥିବା ଦାବିକୁ ନେଇ ନାରାଜ ହୋଇଉଠିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଏନେଇ ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀ ଏଭଳି ବୟାନବାଜି କରୁଥିବା ଲୋକଙ୍କୁ ଜେଲ ପଠାଇ ଦିଆଯିବ।   

ଆସାମର (Assam) ଢିଙ୍ଗ ବିଧାନସଭା ଆସନର (Dhing Assembly Constituency) ଏଆଇୟୁଡିଏଫ ବିଧାୟକ ଅମିନୁଲ ଇସଲାମ (AIUDF MLA Aminul Islam) କହିଥିଲେ ରାଜ୍ୟରେ ଅବସ୍ଥିତ କାମାକ୍ଷା, ବାରଣାସୀସ୍ଥିତ ଜଙ୍ଗମବାଡି଼ ସମେତ ଦେଶବ୍ୟାପୀ ମୋଟ ୪୦୦ ମନ୍ଦିର ନିର୍ମାଣ ଲାଗି ମୋଗଲ ଶାସକ ଆଉରଙ୍ଗଜେବ ଜମି ଦାନ କରିଥିଲେ। ଏହି ଜମି ଅନୁଦାନ ବ୍ରିଟିଶ ସଗ୍ରହାଳୟ ଠାରେ ରହିଛି। 

ଏଆଇୟୁଡିଏଫ ବିଧାୟକଙ୍କ ଏପରି ବିବୃତ୍ତି ଜବାବ ରଖି ଆସାମ ମୁଖ୍ୟମନ୍ତ୍ରୀ (Assam Chief Minister) ହିମନ୍ତ ବିଶ୍ୱ ଶର୍ମା (Himanta Biswa Sarma) କହିଛନ୍ତି ତାଙ୍କ ସରକାର ବୟାନବାଜିକୁ ବରଦାସ୍ତ କରିପାରିବେ ନାହିଁ। ଏଭଳି ବୟାନ ଦେବା କାରଣରୁ ରାଜ୍ୟର ବାଘର ଆସନର (Baghbar Assembly Constituency) କଂଗ୍ରେସ ବିଧାୟକ ଶେରମାନ ଅଲି (Congress MLA Sherman Ali) ଏବେ ଜେଲରେ ଅଛନ୍ତି। ଯଦି ଅମିନୁଲ ଇସଲାମ ପୁନର୍ବାର ଏପରି ବିବୃତ୍ତି ଦିଅନ୍ତି ତାହେଲେ ତାଙ୍କୁ ମଧ୍ୟ ଜେଲ ଯିବାକୁ ହେବ। ଆମ ସଭ୍ୟତା ଏବଂ ସଂସ୍କୃତି ବିରୁଦ୍ଧରେ କଥାବାର୍ତ୍ତା ମୋ ସରକାରରେ ବରଦାସ୍ତ କରାଯିବ ନାହିଁ। ଯଦି ସେ ବାହାରେ ରହିବାକୁ ଚାହାଁନ୍ତି ତାହେଲେ ସେ ଅର୍ଥନୀତି ବିଷୟରେ କଥା ହୋଇ ଆମକୁ ସମାଲୋଚନା କରିପାରିବେ। କାମାକ୍ଷା, ଶଙ୍କରଦେବ, ବୁଦ୍ଧ, ମହାବୀର ଜୈନନ ଏବଂ ଏପରିକି ପୈଗମ୍ବର ମହମ୍ମଦଙ୍କୁ ନେଇ କେହି କିଛି କହିବା ଠିକ ନୁହେଁ।  

Also Read: କଂଗ୍ରେସ ଦାବିକୁ ଆସାମ ସରକାରଙ୍କ ପ୍ରତ୍ୟାଖ୍ୟାନ,'ରାଜ୍ୟରେ ପ୍ରତିଷ୍ଠା ହେବ ନାହିଁ କୌଣସି ମିଆଁ ମ୍ୟୁଜିୟମ'

ବିଧାୟକ ଅମିନୁଲ ଇସଲାମ ଆହୁରି ମଧ୍ୟ କହିଥିଲେ ଦେଶରେ ହଜାର ହଜାର ବର୍ଷ ଧରି ଧର୍ମନିରପେକ୍ଷତା ମହଜୁଦ ରହିଥିଲା। ମାତ୍ର ୧୯୪୭ ମସିହା ପର ଠାରି ଏହା ଦେଶରେ ରହିନାହିଁ। ପ୍ରାୟ ୪ ଶହରୁ ଅଧିକ ମନ୍ଦିର ନିର୍ମାଣ ପାଇଁ ମୋଗଲ ଶାସକ ଆଉରଙ୍ଗଜେବ ଜମି ଦାନ କରିଥିବା ଜଣେ ଐତିହାସିକ କହିଛନ୍ତି। ଅନ୍ୟ ମୋଗଲ ଶାସକ ମଧ୍ୟ ମଧ୍ୟ ମନ୍ଦିର ଏବଂ ପୁରୋହିତମାନଙ୍କ ପାଇଁ ଜମି ଦାନ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ କହୁଛନ୍ତି  ୧୯୪୭ ପରେ ଦେଶ ଧର୍ମନିରପେକ୍ଷ ହୋଇପାରିଛି। ଏଥିପାଇଁ ମୁଁ କହିଥିଲି ଯେ ଯିଏ ଭାରତକୁ ଶାସନ କରେ ସେ ଦେଶରେ ଧର୍ମନିରପେକ୍ଷତା ବଜାୟ ରଖିଥାଏ। ଯେତେବେଳେ ହିନ୍ଦୁ ଶାସକ ଥିଲେ ସେତେବେଳେ ମୁସଲମାନ ମଦ୍ୟ ସେମାନଙ୍କର ଧର୍ମ ପାଳନ କରିବାକୁ ମୁକ୍ତ ଥିଲେ ଏବଂ ମୁସଲମାନ ଶାସକଙ୍କ ସମୟରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା।

ହଜାର ହଜାର ଲୋକଙ୍କ ପାଇଁ ଭାରତ ଧର୍ମନିରପେକ୍ଷ ରହିଛି। ସେ କହିଛନ୍ତି ଯେ ଅମିନୁଲ ଇସଲାମଙ୍କ ପୁସ୍ତକ 'ପବିତ୍ର ଆସାମ' ଅନୁଯାୟୀ ଆଉରଙ୍ଗଜେବଙ୍କ କୋର୍ଟର ଜଣେ ଅଧିକାରୀ ଏହି ଜମି ଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ଦାବିକୁ ବିରୋଧ କରି ସେ କହିଛନ୍ତି ଯେ ମୋତେ ଧମକ ଦେବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ଏହି ପୁସ୍ତକ ପ୍ରକାଶ କରିଥିବା ଆସାମ ସାହିତ୍ୟ ସଭାକୁ ଧମକ ଦେବା ଆବଶ୍ୟକ।

Also Read: ସରକାରୀ ଅର୍ଥରେ ପଢାଯିବନି କୁରାନ, ନଭେମ୍ବରରୁ ଆସାମରେ ବନ୍ଦ ହେବ ସରକାରୀ ମଦ୍ରାସା!

ଏଆଇୟୁଡିଏଫ ବିଧାୟକଙ୍କ ବିବାଦୀୟ ମନ୍ତବ୍ୟର ଜବାବରେ ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ଏଭଳି ବିବୃତ୍ତିକୁ ବରଦାସ୍ତ କରିପାରବେ ନାହିଁ। ସମାନ ବିବୃତ୍ତି ହେତୁ ବିଧାୟକ ଶେରମାନ ଅଲି ଜେଲରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯଦି ଅମିନୁଲ ମଧ୍ୟ ଏପରି ବିବୃତ୍ତି କରନ୍ତି ତାହାଲେ ମଧ୍ୟ ତାଙ୍କୁ ମଧ୍ୟ ଜେଲ ଯିବାକୁ ହେବ।