କଂଗ୍ରେସ ଦାବିକୁ ଆସାମ ସରକାରଙ୍କ ପ୍ରତ୍ୟାଖ୍ୟାନ,'ରାଜ୍ୟରେ ପ୍ରତିଷ୍ଠା ହେବ ନାହିଁ କୌଣସି ମିଆଁ ମ୍ୟୁଜିୟମ'
Advertisement
Article Detail0/zeeodisha/odisha773404

କଂଗ୍ରେସ ଦାବିକୁ ଆସାମ ସରକାରଙ୍କ ପ୍ରତ୍ୟାଖ୍ୟାନ,'ରାଜ୍ୟରେ ପ୍ରତିଷ୍ଠା ହେବ ନାହିଁ କୌଣସି ମିଆଁ ମ୍ୟୁଜିୟମ'

କଂଗ୍ରେସ ବିଧାୟକଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି ଆସାମ ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ଆସାମର ନଦୀ ଦ୍ୱୀପରେ ରହୁଥିବା ମୁସଲମାନଙ୍କ କୌଣସି ସ୍ୱତନ୍ତ୍ର ପରିଚୟ ଏବଂ ସଂସ୍କୃତି ନାହିଁ।

କଂଗ୍ରେସ ଦାବିକୁ ଆସାମ ସରକାରଙ୍କ ପ୍ରତ୍ୟାଖ୍ୟାନ,'ରାଜ୍ୟରେ ପ୍ରତିଷ୍ଠା ହେବ ନାହିଁ କୌଣସି ମିଆଁ ମ୍ୟୁଜିୟମ'

ଗୌହାଟୀ: ରାଜ୍ୟରେ କୌଣସି ଧର୍ମ (Religion) ଅଥବା ସମ୍ପ୍ରଦାୟ (Community) ଲାଗି ସ୍ୱତନ୍ତ୍ର ସଂଗ୍ରହାଳୟ (Museum) ପ୍ରତିଷ୍ଠା ହେବ ନାହିଁ ବୋଲି ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି ଆସାମ ଶିକ୍ଷାମନ୍ତ୍ରୀ  (Assam Education Minsiter) ହିମନ୍ତ ବିଶ୍ୱ ଶର୍ମା (Himanta Biswa Sarma)। ପୂର୍ବରୁ ରାଜ୍ୟରେ ମଦ୍ରାସା (Madrasa) ବନ୍ଦ କରିବା ବାବଦରେ ଘୋଷଣା କରିବାକୁ ନେଇ ସେ ଚର୍ଚ୍ଚାରେ ରହିଥିଲେ।

ରାଜଧାନୀ ଗୌହାଟୀ (Guwahati) ସ୍ଥିତ ପ୍ରସିଦ୍ଧ ଶ୍ରୀମନ୍ତ ଶଙ୍କରଦେବ କଳାକ୍ଷେତ୍ର (Srimanta Sankaradeva Kalakshetra) ଅଞ୍ଚଳରେ ମୁସଲମାନ ସମ୍ପ୍ରଦାୟ (Muslim Community) ଲାଗି ସ୍ୱତନ୍ତ୍ର ସଂଗ୍ରହାଳୟ ପ୍ରତିଷ୍ଠା କରିବାକୁ ବିରୋଧି କଂଗ୍ରେସ (Congress) ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଆସାମ ସରକାର ଖାରଜ କରିଛନ୍ତି। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆସାମ ଶିକ୍ଷାମନ୍ତ୍ରୀ ଶର୍ମା କହିଛନ୍ତି ଶ୍ରୀମନ୍ତ ଶଙ୍କରଦେବ କଳାକ୍ଷେତ୍ର ଆସାମ ସଂସ୍କୃତିର ପ୍ରତୀକ। ଏହାକୁ ବଦଳା ଯାଇ ପାରିବ ନାହିଁ।

ରାଜ୍ୟର ବରପେଟା (Barpeta) ଜିଲ୍ଲାର ବାଘବାର ବିଧାନସଭା (Baghbar Aseembly Constituency) ଆସନରୁ ପ୍ରତିନିଧିତ୍ୱ କରୁଥିବା କଂଗ୍ରେସ ବିଧାୟକ (Congress MLA) ଶର୍ମନ ଅଲ୍ଲୀ ଅହମ୍ମଦ (Sherman Ali Ahmed) ରାଜ୍ୟର ନଦୀ ଦ୍ୱୀପ (River Island) ଅଞ୍ଚଳରେ ବସବାସ କରୁଥିବା ମୁସଲମାନ ସମ୍ପ୍ରଦାୟ ଲାଗି ସ୍ୱତନ୍ତ୍ର ସଂଗ୍ରହାଳୟ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଥିଲେ। ଯିଏକି ବଙ୍ଗୀୟ ମୁସଲମାନ (Bengali Muslim) ସମ୍ପ୍ରଦାୟରୁ ଆସୁଛନ୍ତି। ଯେଉଁ ଅଞ୍ଚଳ ଶ୍ରୀମନ୍ତ ଶଙ୍କରଦେବ କଳାକ୍ଷେତ୍ର ମଧ୍ୟରେ ଆସୁଛି।

କଂଗ୍ରେସ ବିଧାୟକଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି ଆସାମ ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ଆସାମର ନଦୀ ଦ୍ୱୀପରେ ରହୁଥିବା ମୁସଲମାନଙ୍କ କୌଣସି ସ୍ୱତନ୍ତ୍ର ପରିଚୟ ଏବଂ ସଂସ୍କୃତି ନାହିଁ। କାରଣ ଅଧିକାଂଶ ଲୋକ ବାଂଲାଦେଶ (Bangladesh) ରୁ ପଳାୟନ କରି ଭାରତ ଆସିଛନ୍ତି। ଆସାମର ସଂସ୍କୃତିର ପ୍ରତୀକ ହେଉଛି କଳାକ୍ଷେତ୍ର ଆସାମ ସଂସ୍କୃତିର ପ୍ରତୀକ। ଏହାକୁ ପରିବର୍ତ୍ତନ କରାଯାଇ ପାରିବନାହିଁ।